ଚାଲୁଥିବି ସୂର୍ଯ୍ୟ ପଥ ଅନୁସରି....
ନା ଥକିବି, ନା ହାରିବି, ଚାଲୁଥିବି...
ସମାନତା ର ମହା ପାଠ ପଢୁଥିବି...
ସମାଜରେ ଜ୍ଞାନର ଗାରିମା ବାଣ୍ଟୁଥିବି..
ଅନ୍ତର ପାନ୍ତର କେବେ କରିବିନି..
ସଭିଙ୍କୁ ସମାନ ଭାବି ଚାଲୁ ଥିବି !!
ମାନବ ସେବାରେ ବ୍ରତୀ ଥିବି...
ଈଶ୍ୱରଙ୍କ ସେବା ମାନୁଥିବି..
ବିନୟ ସ୍ଵଭାଵ ମନେ ରଖିଥିବି..
ସଭିଙ୍କ ମନକୁ ମୋହୁଥିବି..
କାହାରିକୁ ଦୁଃଖ ଦେବିନାହିଁ...
କୋଟିକେ ଗୋଟିଏ ହେବି ମୁହିଁ !!
ନିରନ୍ତରତା ରେ ଶକ୍ତି ଥାଇ...
ସଂସାରରେ ସିଏ ମାନ ପାଇ..
ସମୟନୁବର୍ତ୍ତିତା ଜ୍ଞାନ ନେଇ..
ଅନୁଶାସନ ର ଦ୍ୱାହି ଦେଇ..
ସୁଖ ଦୁଃଖ ରେ ସମହୋଇ..
ସ୍ଥିତପ୍ରଜ୍ଞ ରୂପେ ଖ୍ୟାତି ପାଇ !!
ବାଳ ଅରୁଣ ର ସୌମ୍ୟ ରୂପ..
ମନକୁ ଲୋଭଇ ଅପରୂପ...
ସମୟ ର ଚକା ଗଡି ଚାଲେ..
ଧୀରେ ଧୀରେ ତେଜ ବଢ଼ିଚାଲେ..
କିଶୋର, ଯୌବନ ସମୟରେ..
ତେଜ ପ୍ରକାଶ ତାପ ପାରା ପରେ !!
ମେଲାଣି ସମୟେ ଦିନମଣି..
ଜରା ସମୟ ଆସେ ପୁଣି...
ଶାନ୍ତ, ସରଳ, ସ୍ଵଭାଵ ମନେ ଜାଣି..
ବାଳ ସମ ରୂପ ଦିନମଣି....
ସମ୍ପଦେ, ଆପଦେ ସମ ପୁଣି..
ନିରନ୍ତରତା ଜ୍ଞନ ଦାନ ଦିଏ ଜାଣି !!
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014

No comments:
Post a Comment