Tuesday, September 22, 2020

ଯାଜ୍ଞସେନୀ

 ଲେଖକ -- ରବୀନ୍ଦ୍ର କୁମାର ବେହେରା


ସତୀତ୍ବର ସାକ୍ଷୀ   ହେ ! ଯାଜ୍ଞସେନୀ

       ପଞ୍ଚପତିର ଯେ ରାଣୀ

ମଧୁର ମାଧୁରୀ   ସ୍ବର୍ଣ୍ଣ  ଇତିହାସ

        ବହେ ବିହିର ବାଣୀ ।।


ଯାଦବମଣିଙ୍କୁ   ବିବାହ ବନ୍ଧନେ

     ରଖିବାକୁ ଚାହୁଁଥିଲ

ପାଗଳ ପରାଏ  ଭଲ ପାଉଥିଲ

    ସଦା ଭାଳି ହେଉଥିଲ । ।


ପାଞ୍ଚାଳୀ ଭିତରେ  ଧର୍ମର ସ୍ଥାପନା 

    ଦେଖୁଥିଲେ ସୁଦର୍ଶନ

ବିବାହ ପ୍ରସ୍ତାବ  ଏଡାଇଲେ ତେଣୁ

    ସଖୀ କଲେ ନିରଞ୍ଜନ । ।


ସମର୍ପି ଦେଲ ଯେ   ପ୍ରାଣ ପ୍ରତିମାକୁ

     ବାସୁଦେବ ଶ୍ରୀପୟରେ

ବିତତ ହୃଦୟେ  ତବ ଜୟଗାଥା

     ଇତିହାସେ ନିରନ୍ତରେ । ।


ବିକଟାଳ ରୂପେ  ଉଭା କଳିଯୁଗ

      ସତୀର ସତୀତ୍ଵ ହରି

ପୁଷ୍ପିତ କଳିରେ  କୂଟଚକ୍ର ବ୍ୟୁହ

      ପତିତା କେତନ ଧରି । ।


* * * * * * * * * * * * * * * *
ଚିକିଟୀ , ଗଞ୍ଜାମ
* * * * * * * * * * * * * * * *


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy