ପ୍ରତି ରକ୍ତ କଣିକାରେ ସେ ବଡିମା ନାହିଁ
ମାଟିକୁ ଭଲପାଇ ଜୀବନ ଦେବା ପାଇଁ ।।
ପ୍ରତି ରକ୍ତ ବିନ୍ଦୁରେ ସେ ହୁଂକାର ନାହିଁ
ଶବଦ ଶୁଣି ଶତୃ ଡରିଯିବା ପାଇଁ ।।
କେବଳ ସୌଭାଗ୍ୟ ଥିଲେ ମିଳଇ ଏ ପଦ
ରଣଭୂମିରେ ଜୀବନ ଗଲେ ହୁଏ ସହୀଦ ।।
ରାଜ ଦ୍ୱାରରେ ମିଳଇ ବୀରର ସନମାନ
ଯୁଗ ଯୁଗକୁ ରହିଯାଏ ତା’ ପ୍ରତିଦାନ ।।
ତା’ ପ୍ରତିଦାନେ ଆମେ ଶାନ୍ତିରେ ଶୋଉ
ସେ ସ୍ୱର୍ଗଦ୍ୱାର ଗଲାବେଳେ ସଲାମି ଦଉ ।।
ଜୀବ ଥିଲା ପର୍ଯ୍ୟନ୍ତ ସଭିଙ୍କୁ କରେ ସଲାମ
ଜୀବ ଚାଲିଗଲା ପରେ ପାଏ ସନମାନ ।।
ମନବଳ,ସୁଦୃଢ଼ ଚିନ୍ତାଧାରା ସେ ନେଇ
ଆଗକୁ ବଢ଼ି ଶତୃକୁ ଜବାବ ଦିଅଇ ।।
ଭଲ ମୁଁ ପାଇଛି, କଥା ବି ଦେଇଛି ମୋ ତ୍ରିରଙ୍ଗା ପାଇଁ
ପାଣି ଭଳି ରକ୍ତ ବୁହାଇ ଦେବିରେ କେହି ରୋକିବେ ନାହିଁ ।।
ମାଆକୁ ପ୍ରଣାମ, ମାଟିକୁ ସଲାମ
ସହୀଦ ନାମରେ ଥାଉ ମୋର ନାମ ।।
ଆତ୍ମିୟ ସ୍ୱଜନ, ବାପା ମାଆ ମୋର
କ୍ଷଣେ ନ ଦେଖିଲେ ହୁଅନ୍ତି କାତର ।।
ଯାଉଅଛି ମୁହିଁ କର୍ତ୍ତବ୍ୟ ପଥରେ
କହୁଅଛି ମୁହିଁ ଅତି ଆତୁରରେ ।।
ଦେଖିବ ଦିନେ ନିଳ ଆକାଶ ସ୍ତବ୍ଦ ହୋଇଯିବ
ସୁନେଲି କିରଣ ବିଛାଡି ପଡିବ ,ତ୍ରିରଙ୍ଗା ମୋ ଉଡୁଥିବ ।।
ସେହି ଦିନ ଜାଣିବ ଏ ଅଧମ ତୁମ ସହୀଦ ହେବ
କାନ୍ଦିବୁନି ମାଆ, ବୁଝାଇଦେବୁ ବୋହୁକୁ ମତେ ଭୂଲିଯିବ ।।
ଆର ଜନମକୁ ତୋ ରୂଣ ସୁଝିବି, ତାକୁ ବି ଆପଣାଇବି
ଏ ଜନମର ବ୍ୟାକୁଳମନକୁ, ସମ୍ଭାଳି ମୁଁ ନେବି ।।
ତୁମେମାନେ କାନ୍ଦି ମୋ ସହୀଦ ହେବାରେ ଦୁଃଖ କରନି
ଏ ପ୍ରତିଭାପଣ ସଭିଙ୍କୁ କେବେ ଜୀବନେ ମିଳେନି ।।
ଝାଉଁଳା ଫୁଲଟେ ଭାବିଲୋ ବୋଉ
ତୋ ପାଦତଳେ ଫିଙ୍ଗିଦେ
ମାଟି ମାଆ ମୋତେ କୋଳେଇ ନେଉ
ଏହି ଆଶୀର୍ବାଦ ଦେ ।।
ଜୟ ଜବାନ, ଜୟ ଉତ୍କଳ, ଜୟ ଭାରତ ମାତା
ସହୀଦ ହୋଇ ଯାଉଅଛି ମୁହିଁ, ତୋ କୋଳେ ଜାଗା ରଖିଥା ।।
ହିଞ୍ଜିଳିକାଟୁ, ଗଞ୍ଜାମ
No comments:
Post a Comment