✍️ନିରଞ୍ଜନ ମହାରଣା
ଆଲୋକ ପାଇଁ
ଦୀପ ଜଳାଇଲି
ଅନ୍ଧାର ମୁହଁ ମୋଡିଲା
ଅନ୍ଧାର ରାତିକୁ
ଅମାବାସ୍ୟା ତିଥି
କଇଁ ର ମନ ଶୁଖିଲା II
ସକାଳ ସୁରଜ
ମୁହଁ ସୁଖେଇଛି
କୁହୁଡି ମୁରୁକି ହସେ
ସୂର୍ଯ୍ୟମୁଖୀ କଥା
କହୁନି କାହାକୁ
ସୁରୁଜ ନ ଦେଖି ରୁଷେ II
ଧୋବ ଫର ଫର
କାଶତଣ୍ଡୀ ଫୁଲ
ନଇ ପଠାରେ ତା ଦେଖା
ଦୁଦୁରା ଦୁରକୁ
ଦିଶୁ ନାହିଁ ବୋଲି
ରାଗରେ ରକତ ମୁଖା II
ମନର କଥାଟି
ମୁହଁ କହିଦିଏ
ଆଖି ମିଟି ମିଟି କରେ
ଆଖି ଯାହା ଦେଖେ
ସହି ତ ପାରେନା
ହୃଦୟରେ ବସା କରେ II
ସହକାରୀ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
No comments:
Post a Comment