✍ସଂଯୁକ୍ତା ପଟ୍ଟନାୟକ
କାଳିଆ କାଳିଆ ଜଗାକାଳିଆ
ବଡ଼ ଦେଉଳର ବଡ଼ଠାକୁର
ଆହାରେ ମୋ ଜଗାକାଳିଆ,,,
କଳାମାଣିକ ମୋ କଳାକହ୍ନେଇ
କଳାବଦନ ତୋ ନାଲିଆ ହସ
କରିଛି ମୋତେ ବାଇଆ.. |
ମନ ଖୋଜଇ ତୋତେରେ କାଳିଆ......
କାଳିଆ କାଳିଆ ଜଗା କାଳିଆ.... |
କଜଳ ନାଇଲେ କଳା ଶ୍ରୀମୁଖ
ସିନ୍ଦୁର ପିନ୍ଧିଲେ ନାଲି ଅଧର
ଆଖିରେ ନାଚୁଛି ତୋରୂପ,,
ଯେଣିକି ଚାହିଁଲେ ବାଙ୍କ ଚାହାଣି
କାନକୁ ଶୁଭେ ତୋ ମୁରଲୀ ବାଣୀ
କାଳିଆ ଏ କେମିତି ଭାବ... |
ମନ ବୁଝେ ନାହିଁ ତୋହର ଲୀଳା....
କାଳିଆ କାଳିଆ ଜଗା କାଳିଆ.... |
ପାଟପତନି ରେ ଭରୁନି ମନ
ମୋହୁଛି ମୋତେ ଗେରୁଆ ବସନ
ମୁଁ ବି ହେବି ତୋ ଦେବଦାସୀ,,,
ଉଦର ଚାହେଁନି କିଛି ବ୍ୟଞ୍ଜନ
ଖୋଜୁଛି ତୋହର ଅବଢ଼ା ଅନ୍ନ
କରିଦେ ତୋ ଦୁଆରବାସୀ. |
ମନ ଚାହୁଁନି ଏ ସଂସାର ଖେଳା....
କାଳିଆ କାଳିଆ ଜଗା କାଳିଆ.... |
ନାହିଁରେ ସେସୁଖ ଆଉ କେଉଁଠି
ଯାହା ତ ମିଳେ ତୋ ଚରଣେ ଥାଇ
ବଇକୁଣ୍ଠ ପୁର ଯେ ସେଇ,,,
ସକଳ ଯାତନା ଯିବରେ ଲିଭି
ପାଇଯିବି ଯେବେ ମୁଁ ତୋ କରୁଣା
ଦେରେ ଟିକେ ଡୋରୀ ଲଗେଇ... |
ମନ ଚାହେଁ ତୋ ଦରଶନ ବେଳା.....
କାଳିଆ କାଳିଆ ଜଗା କାଳିଆ.... |
କାଳିଆ କାଳିଆ ଜଗାକାଳିଆ
ବଡ଼ ଦେଉଳର ବଡ଼ଠାକୁର
ଆହାରେ ମୋ ଜଗାକାଳିଆ,,,
କଳାମାଣିକ ମୋ କଳାକହ୍ନେଇ
କଳାବଦନ ତୋ ନାଲିଆ ହସ
କରିଛି ମୋତେ ବାଇଆ.. |
ମାଥିଲି, ମାଲକାନଗିରି
No comments:
Post a Comment