ବିଶ୍ଵ ଦାତା ତୁମେ ବିଶ୍ଵକର୍ମା
ଦଇବର ବିଧାତା ତୁମେ
ତୁମ ଲାଗି ଦିନ ରାତି
ଏ ମାନବ ମଣିଷ ଦେଖେ l
ତୁମେ ପରା ବିଶ୍ଵର ନିୟନ୍ତ୍ରଣ କର୍ତ୍ତା l
ହେ ବିଶ୍ଵକର୍ମା
ତୁମର ଆଶୀଷ ଥାଉ ଏ ଧରା ପୃଷ୍ଟ ର
ଅଗଣିତ ମାନବ ଉପରେ l
ଅହଂକାରି ମଣିଷ
ତୁଚ୍ଛ ପାଣିଫୋଟକା ଜୀବନକୁ ନେଇ ଗର୍ବ କରୁଛି l
ଅନ୍ୟ ର ବିଶ୍ୱାସ ରେ ବିଷ ଦଉଛି
ସତେ କି ସେ କଳି ଯୁଗ ର
ମାନବ ରୂପୀ ଭଗବାନ ମନେ ମନେ ଭାବୁଛି l
ହେ ବିଶ୍ଵକର୍ମା
ତୁମ ପାଦ ତଳେ ନତମସ୍ତକ ହଉଛି
ଏଭଳି ଛଳନା କାୟ ମାନବ ମୁଣ୍ଡ ରେ ସତ ବୃଦ୍ଧି ଦିଅ l
ଯଦି ନପାରୁଛ
ତେବେ ମତେ ଆୟୁଷ ଥାଉ ପଛେ
ଏ ଧରା ପୃଷ୍ଟ ରୁ ପାରିକର l
ଛଳନା ରୂପୀ ମଣିଷ
ମୋ ରକ୍ତ, ମାଂସ ପୁଳା ପୁଳା ଝୁଣି ନେଉଛନ୍ତି
ମୁଁ ଜିଇଁ ଥାଉ ଥାଉ ମରିଲା ପରି ଲାଗୁଛି l
ହେ ବିଶ୍ଵକର୍ମା
ମୁଁ ନିରୀହ ଆଉ ସରଳ ବୋଲି
ମାନବ ରୂପୀ ଭଗବାନ ହେଇ
ମତେ ବାର ବାର ଠକୁଛ
କଣ ପାଇଁ ମୋ ପ୍ରତି ଏତେ ଅନ୍ୟାୟ କରୁଛ
ଏହାର ଉତ୍ତର ତୁମ ପାଖେ ଅଛି କି?
ହେ ବିଶ୍ଵକର୍ମା
ମାନବ ରୂପୀ ଭଗବାନ କୁ ଟିକିଏ ବୁଝାଅ
ସେ ଅନ୍ୟାୟ ଅତ୍ୟାଚାର କରି
ସାଧୁ ବେଶ ଧରୁଛି
ଅଥଚ ସାଧୁ ଆଜି କୋର୍ଟ ରେ ଯାଇ ମକଦ୍ଦମା ଲଢ଼ୁଛି l
ସମସ୍ତେ ମନେ ରଖିବା
ଆମେ ଦିନେନା ଦିନେ ସମସ୍ତେ ମରିବା
କାହିଁକି ଏତେ ଗର୍ବ ଅହଂକାର ରେ ବୁଡିବା
କଣ ବା ଅବା ସେଥିରୁ ପାଇବା l
ହେ ବିଶ୍ଵକର୍ମା
ମାନବ ରୂପୀ ଭଗବାନ ଜାଣିବା ଦରକାର
ସେ ମଲେ ୬ଖଣ୍ଡ ବାଉଁଶ କୋକେଇ ରେ ବନ୍ଧା ହେଇଯିବ
ଆମେ ମଧ୍ୟ ମଲେ
୬ଖଣ୍ଡ ବାଉଁଶ କୋକେଇ ରେ ବନ୍ଧା ହେଇଯିବା
ପାଖା ପାଖି ହୋଇ ଜୁଇ ଜଳିବ
ଖେଣିକ ମଧ୍ୟରେ ପାଉଁଶ ହୋଇବା l
ଆସ ଭାଇ ଆଜି
ବିଶ୍ୱକର୍ମା ରେ ଶପଥ ନବା
ଗର୍ବ, ଅଂହକାର ଆଉ ନକରିବା l
କଳାପାଞ୍ଚଣ, ପୁରୀ
No comments:
Post a Comment