ପ୍ରେମିକା ପାଇଁ କି ନଅର ତୋଳଇ
ଜହ୍ନ ରାଇଜରେ କିଏ,
କିଏ ଅବା ମଥା ଟିକିଲି ରୂପରେ
ମଥାରେ ପିନ୍ଧାଇ ଦିଏ II
କଇଁ ପାଇଁ ସିନା ଜହ୍ନ ଅଟେ ପ୍ରାଣ
ଶିତଳ ଜ୍ୟୋତ୍ସ୍ନା ବରଷେ,
ଠେକୁଆ ପାଇଁ ସେ ମରୁ ମରୀଚିକା
ବିଷ ଦିଅଇ ବିଶ୍ୱାସେ II
ଦ୍ଵିତୀୟାର ଜହ୍ନ କେବେ ତ ସୁନ୍ଦର
କେବେ ପୁନେଇଁର ଚାନ୍ଦ,
ତା ରୂପ ଦର୍ଶନେ କେତେ ସ୍ଵପ୍ନ ପୁଣି
କେବେ ହଜି ଯାଏ ନିଦ II
ଛୋଟ ବେଳେ ସିଏ ପ୍ରିୟ ମାମୁଁ ପୁଣି
ବଡ଼ ହେଲେ ସାଜେ ପ୍ରେମିକା,
ସହସ୍ର ରୂପରେ ପରିଚିତ ସିଏ
ଆକାଶରେ ଥାଇ ଏକା II
No comments:
Post a Comment