Tuesday, September 15, 2020

##### ମୁହୂର୍ତ୍ତ #####

✍ସୂର୍ଯ୍ୟ ନାରାୟଣ ସାବତ


ଶୁଭ ହେଉ କି ଅଶୁଭ ହେଉ

ସିଏ ଏକ ସମୟର ପରିମାପ,

ସିଏ ହୋଇପାରେ ଧର୍ମର ଅବା ପାପର ଏକ ସମୟ ବିଶେଷ ।


ମୁଁ ତାକୁ ସମ୍ମାନ କରେ,

ହେଲେ ଭୟ କରେନି,

ଏଇଥି ପାଇଁ ଯେ ମୁଁ ଜାଣେ ସେ ଯେତେ କ୍ଷମତାଶାଳୀ ହେଲେ ବି

ସେ ସମୟର ଅଧସ୍ତନ,

ଭାଗ୍ୟର  ଏକାନ୍ତ କରଗତ ।


ମୁହୂର୍ତ୍ତ ସୁଖର ଆଉ ଦୁଃଖର ମଧ୍ୟ,

ଖରା ଛାଇ ଭିତରେ ତାର ଗତି,

କେବେ ବୁଢିଆଣିର ଜାଲ ଭିତରେ ଧନ୍ଦିହୁଏ, 

ଆଉ କେବେ ମୁକ୍ତ ଆକାଶର ବିହଙ୍ଗ ପରି ଆକାଶରେ ଉଡୁଥାଏ ।


ମୁହୂର୍ତ୍ତ କେଇଟା ଜୀବନରେ ଅପାସୋରା ହୁଏ,

ହସ ଖୁସି ଉଲ୍ଲାସରେ ଅଥବା

ଦାରୁଣ ବେଦନାରେ,

ସବୁଠି କିନ୍ତୁ ଏକା ପଦଚିହ୍ନ

ପରଂବ୍ରହ୍ମ ପରମାତ୍ମା ପରମେଶ୍ବର ।

  

 ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy