ଜ୍ୟୋତିର୍ବିଦ୍ ମନୋଜ କୁମାର ପଟ୍ଟନାୟକ
ଆଧୁନିକ ସମାଜରେ ବହୁ ଆଡମ୍ବର
ସମ୍ପର୍କର ଦ୍ଵାହି ଦେଇ ହୁଅନ୍ତି ସାତପର ।।
ବାପା ମାଆ ପାଇଁ ପୁଅ ବୋହୁର ଅଭାବ
କଥା ପଡିଗଲେ ବୋହୁ ଦେଖାଏ ସ୍ବଭାବ ।।
ପେଟପୋଷା ଆଢୁଆଳେ ପୁଅ ରୁହେ ବିଦେଶରେ
ପିଲାମାନଙ୍କୁ ନେଇ ବୋହୁ ରୁହେ ସହରରେ ।।
ଅଯଥା ଖର୍ଚ୍ଚରେ ପୁଅ ଦେଖଇ ଘୋର ଅଭାବ
ନାତି ନାତୁଣୀଙ୍କ ପାଇଁ ଜେଜେମାଆ ବାପାର ଅଭାବ ।।
ଯଦି ଚାକିରୀଆ ସ୍ତ୍ରୀ ଟିଏ ପାଇଲ
ଜାଣିବଯେ ଦିନ ରାତି ହେବ କଲବଲ ।।
ଏଥିରେ ପ୍ରତିରୋଧ କରଇ ଯେଉଁ ନର
ସ୍ତ୍ରୀ କୁ ପାଖରେ ନପାଇ ପାଏ ବାପଘର ।।
ସ୍ତ୍ରୀ ର ଅଭାବକୁ ସହି ନପାରଇ
ପିତାମାତା କୁ ସେଥିପାଇଁ ହେୟ ଯେ ମଣଇ।।
ବାପ ଘରକୁ ଯାଇ ସ୍ତ୍ରୀ କୁ ଆଣଇ
ଜୀବ ଥିବା ଯାଏ ଯାତନା ସହଇ ।।
ସମ୍ପର୍କର ଅଭାବକୁ ଚିନ୍ତନ ନ କରି
ଆର୍ଥିକ ଅଭାବକୁ ଦୃଷ୍ଟାନ୍ତ ଦିଅଇ ।।
ବୟସର ଶେଷ ପାଦେ ଅଭାବକୁ ବୁଝଇ
ସବୁ ଥାଉ ଥାଉ ସମ୍ପର୍କକୁ ଖୋଜଇ ।।
ଦିନ ଥିଲା ଦିନେ ନିଷ୍ଠୁର ସାଜି ଥିଲା
ତା’ର ପରିଣାମ ଏ କାଳେ ଭୋଗିଲା ।।
ସ୍ତ୍ରୀ ପିଲାଙ୍କ ପାଇଁ ବାପା ମାଆକୁ ଛାଡିଲା
ସେମାନଙ୍କ ଦୁଃଖକୁ ଏଇନେ ବୁଝିଲା ।।
ବହୁ ବାଟ ଅତିକ୍ରମ କରି ଆସିଛି ଏଠି
ସମୟର ହାତେ ଆଜି ନିଷ୍ଠୁର ର ଚାବି କାଠି ।।
ପରିବାରରେ କେହି ଯଦି ଭୋକରେ ଥାଇ
ବୋହୁ ଆଗରେ ତାହା ବାହାନା ଦିଶଇ ।।
ତାଙ୍କ ଘର ଲୋକ କେହି ଯଦି ପାଣି ନ ପିଏ
ସାତ ଦିନ ଯାଏ ଘରେ ମହାଭାରତ ଚାଲେ ।।
ବୁଝିବା ପାଇଁ ଏସବୁକୁ ସରଳ ହୄଦୟ ଦର୍କାର
ବୁଝାବଣା ଅଭାବରୁ ସମସ୍ତେ ହୁଅନ୍ତି ଶିକାର ।।
କଳିଯୁଗର ଏହି ଅଭାବକୁ ବୁଝ
ସମ୍ପର୍କର ଆଢୁଆଳେ ପିତାମାତାଙ୍କ ଋଣ କୁ ସୁଝ ।।
ଅଭାବର ମାନେ କିଛି ନାହିଁରେ ଭାଇ
ପଦେ ମିଠା କଥାରେ ସୁ ସମ୍ପର୍କ ଥାଇ ।।
ଘୋର କଳିକାଳ ବାବୁ ନିଜ ଜଞାଳ ସମ୍ଭାଳ
ନଚେତ୍ ବୁଢିଆଣୀ ଜାଲର ସଂସାର ହେବ ଦୁଇ ଫାଳ ।।
ଭୟଲାଗେ ଆଜି ଏଇ ଆଧୁନିକ ସଭ୍ୟତା
ଅଭାବ ପଡିଲେ ଘୁରି ବୁଲୁଥିବ ଜଗତଜିତା ।।
ଦେଇଥିଲେ ପାଇ ବୁଣିଥିଲେ ଦାଇ
ସମୟ ଆସିଲେ ଅଭାବକୁ ବୁଝଇ ।।
ଅଭାବ ନୁହେଁ ଖାଲି ଘୋର ଅଭାବ
ଜୀବ ଗଲାବେଳେ ସବୁକୁ ଚେତାଇ ଦେବ।।
ସେଥିପାଇଁ ସତର୍କ ରୁହେ ଯେଉଁ ନର
ପରିଣାମ ସ୍ବରୂପ ପାଏ ସ୍ବର୍ଗ ଦ୍ବାର ।।
No comments:
Post a Comment