✍ସ୍ୱପ୍ନା ଶର୍ମିଷ୍ଟା ମିଶ୍ର
ଯେବେ ଆସେ
ବୋଝ ର ପାହାଡ଼
ଅଣ୍ଟା ସଳଖ କରି
ତମେ
ଛିଡ଼ା ହୋଇଯାଅ
ମୋ ଆଗରେ
ବାସ୍ ମୁଁ
ପାଏ
ଅମାପ ବଳ
ଲଢି ଚାଲେ
ଅହରହ ଜୀବନ ଯୁଦ୍ଧ
ମୋ
ଭିତରର
ଉବୁଡୁବୁ
ଅୟୁତ କୋହ କୁ
ତମେ
ଆପଣେଇ ନିଅ
ତମ ଭିତରେ
ନୀରବ ହସ ଟିଏ
ଓଠ ରେ ଫୁଟାଇ ଦେଇ
ବାସ୍
ତମେ ଯଦି
ପାଖରେ ଅଛ
ସବୁ ଜନ୍ମ ର
ଅସମାହିତ
ବେଦନାକୁ
ମୁଁ ସହିବାକୁ
ଚିର ପ୍ରସ୍ତୁତ
ତମେ କେବଳ ତମେ ହିଁ
ମୋର
ଇହପର କାଳର
ପ୍ରିୟ ମଣିଷ
ସବୁ ଜନ୍ମ ରେ
ଆସୁଥାଅ
ଏମିତି
ଜୀବନ ସାଥୀ ହୋଇ
ବୁଦେଲବାହାଲି
ସୋନପୁର
No comments:
Post a Comment