Tuesday, September 15, 2020

ଙ-ନ ଚମ୍ପୁ ବୃତ୍ତେ ଆଦ୍ୟେ ପ୍ରାନ୍ତେ "ନ"

✍️ସୁଧାଂଶୁ କୁମାର ତ୍ରିପାଠୀ


ନ ଚାହିଁଲୁ ଚାନ୍ଦିନୀ,କରିଲୁ ଚୋରି ମନ।ପଦ।


ନାହିଁ କେହି ତୋର ବିନା  ନକହ କଥା ସୁମନା

ନିଧନ ହୋଇଲି ଥାଇ ଧନ।୧।


ନଥିଲା ମନରେ ଆଶା  ନଭାବି ଭାଷିଲି ଭାଷା 

ନଭୁଲି  ଭୁଲିଲି ରାତି ଦିନ।୨।


ନମଣି ପର ଆପଣା ନଚିହ୍ନି ହୋଇଲୁ ବଣା 

ନକର  ସୁନ୍ଦରୀ ଅଭିମାନ।୩।


ନର୍ତ୍ତକୀ ପରି ଆଗରେ ନାଚୁଥିଲୁ କିସୁଖରେ

ନୟନବିହିନ‌ ହେଲି ଘେନ।୪। 


ନିର୍ଦ୍ଦୟ ବାଣ  ପ୍ରହାରି ନତନୁ ଦେଲା ସଂହାରି 

ନାଶିଲା ଗ୍ରାସିଲା ବଳେ ଘନ।୫।


ନ ବାଛିଲି ଭଲ ମନ୍ଦ  ନଜାଣି କାହାର ଛନ୍ଦ

ନ ପାଇଲି ଧନ  ହେଲି ଦୀନ।୬।


ନଦେଖିତୋତେ ଭୁବନ ନିଶ୍ଚୟଦେବ ଜୀବନ

ନଟୀବେଶେ କରେ ଗୁଣଗାନ।୭।


କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy