କଣ୍ଟାଟିଏ ଫୁଟିଲେ ପାଦରେ
ବୋଉ କୋଲେଇନିଏ ପଥରଟେ ଭାବି
ପୋଛିଦିଏ ଆଖିରୁ ଲୁହସବୁ
ଝାଡିଦିଏ ଦେହର ଧୂଳି,
ଆଉ ବୋହିଆସୁଥିବା ଛୁଞ୍ଚିର ରକ୍ତକୁ
ପୋଛିଦିଏ ମେଞ୍ଚେ ଛେପରେ।
ସେହି ମଲମଟିକକ ସାଜେ
କ୍ଷତର ସଞ୍ଜିବନୀ,
ଚେରମୂଳିର ଜଡିବୁଟି ହେଉ କି ?
କିଣାଔଷଧୀ ତା ପାଖେ ହାର୍ ମାନେ
ଶକ୍ତିହୀନ ଲୋଚାକୋଚା ଡବାଟେପରି।
ଝାଳମିଶା ଚିରାପଣତରେ ପୋଛୁପୋଛୁ
ଅଜାଣତରେ ବହିଯାଏ ଆଖିରୁ
ଦୁଇଧାରେ ଗରମଲୁହ,
ଚୁଲିକଳାରେ ବୋଳା ହାତଦୁଇଟା
ଖେଳିଆସେ ଦେହସାରା
ଆପେଆପେ କୋମଳତାର ସ୍ପର୍ଶଦେଇ।
କଳାଟିକେ ବି ଲାଗେନି ଦେହରେ
ହେଲେ ଚିହ୍ନ ରହେ
ପାଦରେ ମଥାରେ ଆଣ୍ଠୁରେ ଆଉ ଛାତିରେ
ସ୍ନେହ ପ୍ରେମ ଆଉ ମମତାର ଚିହ୍ନ,
ଗୋଟେ ବହଳିଆ ରୂପନେଇ
ଭେଦକରେ ହୃଦୟକୁ ଚିରଦିନ ଚିରକାଳକୁ
ଜୀବନ୍ତ ଦେବୀଟିଏ ସାଜି।
ସରୋଜ କୁମାର ସାହୁ
ଆଠଗଡ,କଟକ
ଆଠଗଡ,କଟକ
No comments:
Post a Comment