Thursday, September 17, 2020

### ଆଜି କାନ୍ଦୁଛି ସମାଜ ###

✍ସୂର୍ଯ୍ୟ ନାରାୟଣ ସାବତ

ସମାଜିକତାର  ଅନ୍ତଃ ସତ୍ୱକୁ
କଳି କାଳ ଗ୍ରାସ କରିଛି,
କଳିର କରାଳ ଗତିରେ ଦଗ୍ଧ
ସମାଜ ଆଜିର କାନ୍ଦୁଛି ।
ଦାନା ଦୁଇ ମୁଠା କନା ଚାଖଣ୍ଡେକୁ
ନିରୀହ ମଣିଷ ଚାହିଁଛି,
କୋଟି କୋଟି ଟଙ୍କା ମହଣ ସୁନାରେ
କୁବେର ଗୋଷ୍ଠୀ ହସୁଛି ।
ଆମିଷ ଖାଇଲେ ପାପ ଲାଗିବାର
ଭୟକରି କିଏ ବସିଛି,
ମଣିଷ ରୁଧିରେ ହୋଲି ଖେଳିବାରେ
ମାଫିଆ ଡ଼ନ କେ ସାଜିଛି ।
ଭାରତୀୟ ନାରୀ ଲଜ୍ଜ୍ୟା ସଙ୍କୋଚର
ମୂର୍ତ୍ତିମନ୍ତ  ରୂପ ପାଇଛି,
ନଗ୍ନତା ଆଉ ଅଶ୍ଳୀଳତା ସୀମା
ଲଙ୍ଘିକି ସମ୍ମାନ ପାଉଛି ।
ଦେବ ଭୂମି ଆର୍ଯ୍ୟବର୍ତ୍ତରେ ଆଜି
ଗୋମାତା ଆରତ ବଢୁଛି,
ସାତ୍ଵିକ ଦେଶରେ ଫାଷ୍ଟ ଫୂଡ଼ ପ୍ରେମ
ଅଧିକ ଅଧିକ ବଢୁଛି ।
ଆଜିବି ମହିଳା ଅବଳା ଏ ଦେଶେ
ଯୌତୁକ ଜୁଇରେ ଜଳୁଛି,
ଆଜିବି ଲଳନା ଲାଂଛିତ ହୁଏ
ଦିନ ଦ୍ବିପହରେ ସଢ଼ୁଛି ।
ସମସ୍ତେ ଭାଷନ୍ତି ନିଜ ପ୍ରସଂସାରେ
କାହା କଥା କିଏ ଭାବୁଛି ,
ମାନବିକତାର ଅବକ୍ଷୟ ପାଇଁ
କିଏ ବା କାହାକୁ ଦୋଷୁଛି ?
କୁମ୍ଭୀର କାନ୍ଦଣା, ସ୍ମସାନ ବୈରାଗ୍ୟ
ଏବେକା ବିଚାର ହୋଇଛି ,
ସତଟା କହିଲେ ସମସ୍ତେ ଜାଣନ୍ତି
ଆଜିର ସମାଜ କାନ୍ଦୁଛି ।
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy