(ଶିଶୁ କବିତା)
✍ରଂଜିତା ପତି
ସପ୍ତ ରଙ୍ଗ ବର୍ଣ୍ଣବିଭା ରେ
ହସଇ ଇନ୍ଦ୍ରଧନୁ
ଅପରୂପ ସେ ରୂପ ମାଧୁରୀ
ଭୁଲି ହୁଏନାମନୁ
ଅପୂର୍ବ ସେ ବିନ୍ଧାଣି ସତେ
କେତେ ରଙ୍ଗନେଇ
ଗଢିଲା ବସି ଯତନେ ତାକୁ
ଲଳିତ କଳା ଦେଇ
ଆକାଶ ଦେଶେ ଦିଶଇ ତୋରା
ସୌମ୍ୟ ମନୋହର
ଶଚିପ୍ରିୟ ଙ୍କ ଅପୂର୍ବ ଧନୁ
ଧନୁ ର ମଧ୍ୟେ ସାର
ଭରେ ନୟନ ଦର୍ଶନେ ତାର
ଇନ୍ଦର. ରାଜା ଧନୁ
ଭାବେ ମୁଁ ବସି ଆସନ୍ତା ଖସି
ତୃପ୍ତ ଲଭନ୍ତା ତନୁ
କାହିଁ ଗଲା ମୋ ଚପଳ ଦିନ
ନିରେଖୁଥିଲି ନଭେ
ବର୍ଣ୍ଣାଳୀ ର ଅପୂର୍ବ ଛଟା
ସୁନୀଳାକାଶ ଗର୍ଭେ
ନୀଳ ଗଗନ ନୀଳିମା ତଳେ
ଗଲେବରଷା ଛାଡି
ଚିତ୍ର ଭାନୁ ସରଜେ ଧନୁ
ସପ୍ତ ରଙ୍ଗ ବିଛାଡି,,।
ଜଗନ୍ନାଥ ପ୍ରସାଦ
ଗଂଜାମ
ଗଂଜାମ
No comments:
Post a Comment