Sunday, September 20, 2020

ମୁଁ ଭଲ ମଣିଷଟେ ହେବି

ମା ବାପାଙ୍କର ଖୋଜା ଲୋଡ଼ା ପୁଅ

ଅଯୋଗ୍ୟ କିଆଁ ମୁଁ ହେବି,

ବାପା ମା ମୋର ଚଳନ୍ତି ଦେବତା

ତାଙ୍କରି କଥା ହେବନି ଅନ୍ୟଥା।

ତାଙ୍କ ସେବା କରୁଥିବି,

ମୁଁ ଭଲ ମଣିଷଟେ ହେବି ।।


ଭଗବାନଙ୍କ ମୁଁ ଅଯାଚିତ ଦାନ, ପ୍ରଭୁଙ୍କ ସେବା ଅଟେ ମହାନ,

ତାଙ୍କରି ଆଶ୍ରିତେ ଥିବି,

ତାଙ୍କ ଗୁଣ ଗାଉଥିବି ।

ବିଭୁ କୃପା ଲୋଡୁ ଥିବି,

ମୁଁ ଭଲ ମଣିଷଟେ ହେବି ।।


ଜନନୀ ସମାନ ଜନମ ସ୍ଥାନ,

ତା ଶାକ ତଣ୍ଡୁଳ ରଖିଛି ପ୍ରାଣ,

ଆଜୀବନ ତାର କରିବି ସେବା

ରଖିବି ମାଆର ମାନ ସମ୍ମାନ ।

ଜନମ ଭୂମିର ଟେକ ରଖିବି,

ମୁଁ ଭଲ ମଣିଷଟେ ହେବି ।।


ସୂର୍ଯ୍ୟ ନାରାୟଣ ସାବତ
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,
ନୂଆଗାଁ, ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy