✍ସୁକାନ୍ତ ଖଣ୍ଡା
ପାଳିତ ହେଉଛି ସମ୍ମାନ ଦିବସ
ଯିଏ ହିଂସା,ଘୃଣା ଆଉ ରାଗଠୁ ଦୁରରେ
ଭାଇଭାଇ,ଘରଘର,ପଡୋଶୀ ପଡ଼ୋଶୀ
ରାଜ୍ୟରାଜ୍ୟ ଅଥବା ଦେଶଦେଶ ମଧ୍ୟରେ
କିନ୍ତୁ ଟିକିଏ ସ୍ବାର୍ଥ,ମେଂଚାଏ ଭୋଭ
ଆଣିଦିଏ ହିଂସା ଆଉ ଦଙ୍ଗା
ରକ୍ତନଦୀ ଛୁଟେ ପୃଥିବୀ ପୃଷ୍ଠରେ
କେତେ ଶିଶୁ ଅନାଥ କେତେ ନାରୀ ବିଧବା
ପ୍ରମାଣ ଦେଉଛି ଗଲୱାନା ଘାଟି।
ସଭିଏଁ ଭାବୁଛୁ
ଦେଶ ପାଇଁ ଜୀବନ ଦେବା
ଗର୍ବ ଓ ଗୌରବ
କିନ୍ତୁ ବୁଝୁନାହିଁ
ଶିଶୁର ଆକୁଳତା କି
ନାରୀର ଭିତିରି କଥାକୁ।
ଅଥଚ ଆଜି ପାଳିତ ହେଉଛି
ବିଶ୍ୱ ସମ୍ମାନ ଦିବସ
ଏ ଗର୍ବ ନା ଗୌରବ
ମାନ ନା ସମ୍ମାନ
କୁହ ଭାଇ କୁହ?
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି-କେନ୍ଦୁଝର ପି-୭୫୮୦୨୮
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment