✍ରଂଜିତା ପତି
ମହାପୂଣ୍ୟ କନ୍ୟାଦାନ
ମହାପୂଣ୍ୟ କନ୍ୟାଦାନ
କରି କନ୍ୟାଦାନ
ଅରଜିବ ପୂଣ୍ୟ
ଧନ୍ୟ ତା ଜୀବନ ଧନ୍ୟ,,,,,,ଅତି ପ୍ରାଚୀନ କାଳ ରେ
ଦୁହିତା ଜନ୍ମିଲେ ଘରେ
ସାରା ପରିବାର
ହୁଅନ୍ତି ଅଧିର
ନାଚନ୍ତି ମନଖୁସିରେ,,,,,
ଆସିଲା ଆମ ଦୁହିତା
ଦୁଇ କୂଳକୁ ଯେ ହିତା
କରି କନ୍ୟାଦାନ
ଅରଜିବା ପୂଣ୍ୟ
ଜୀବନ ହୋଇବ ଧନ୍ୟ,,,,,
ଯୌତୁକ ରାକ୍ଷସ ଆସି
ଛଡାଇ ନେଲା ତ ଖୁସି
କନ୍ୟାଜନ୍ମ ନେଲେ
ପରିବାର. ବର୍ଗ
ଭାଳେଣି କରନ୍ତି ବସି,,,,,
କେଉଁଠି ଯାତନା ପାଏ
ଯୌତୁକ ନିଆଁ ଯେ ଦହେ
କନ୍ୟା ବୋଲି ତାର
ନାହିଁ ଅଧିକାର
ନିର୍ବିଚାରେ ଦୁଃଖ ସହେ,,,,,
ବଦଳି ଗଲାଣି ଯୁଗ
ସଭିଏଁ ହେବା ସଜାଗ
ପାଠ ପଢାଇବା
ଶିକ୍ଷିତ କରିବା
କନ୍ୟା ପାଇବ ଅତି ସରାଗ,,,,
କନ୍ୟା ନୁହେଁସେତ ରତ୍ନ
ଗଢ ତାକୁ କରି ଯତ୍ନ
ଦୁହିତା ହସିଲେ
ହସିବ ଦୁନିଆ
ସାକାର ହେବ ମୋଦିଙ୍କ ସ୍ବପ୍ନ,,,,।
ଜଗନ୍ନାଥ ପ୍ରସାଦ
ଗଂଜାମ
No comments:
Post a Comment