Monday, September 14, 2020

ଖ ଚମ୍ପୁ ବୃତ୍ତେ

✍️ସୁଧାଂଶୁ କୁମାର ତ୍ରିପାଠୀ


ଖବର ଯା ଦେଲିରେ,

ଖଳ ବୁଦ୍ଧି ବଳେ ଖପା ହୋଇ ପାଶୋରିଲୁରେ।ଘୋଷା।


ଖସା ହୋଇ ଖର ସ୍ରୋତ ମଧ୍ୟରେ ଭାସିଲୁରେ

ଖଣ୍ଟ କଥା ଶୁଣି ଖରେ   ଖଚର ଭାବିଲୁରେ।୧।


ଖାଣ୍ଟି ସୁନା ସଙ୍ଗେ ବେଙ୍ଗୀ  ପିତଳ ତୁଳିଲୁରେ

ଖାଦମିଶା ମଥାମଣୀ ଆଦରେ ତୋଳିଲୁରେ।୨।


ଖିଲିଖିଲି  ହସ ବିନେ   ବିରସ  ହୋଇଲୁରେ

ଖିଅ କାଢି ମନେ ମନେ  ଗରଜି ଉଠିଲୁରେ।୩।


ଖୁଣ୍ଟା ଗଛ ତଳ ଛାଇ   ଖୁସିରେ ରସିଲୁରେ

ଖୁଦ ବୁଣି  ଖୁଣ୍ଟିଖିଆ   ଖୁଆରେ  ରଖିଲୁରେ।୪।


ଖେଦା ଦେଇ ମନ ମୀନ ସାଉଁଣ୍ଟି ଧରିଲୁରେ

ଖେଳାଇ ଖେଳାଇ ସହି ଜୀବନେ ମାରିଲୁରେ।୫।


ଖୋଷା ମଲ୍ଲୀ ଖଞ୍ଜି ଥିଲି ଭରସା ନାଶିଲୁରେ

ଖୋଜ ଉଣ୍ଡି ମୋତେ ଭଣ୍ଡି କିଲାଭ ପାଇଲୁରେ।୬।


କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy