ନିଃଶ୍ବସ ପ୍ରଶ୍ୱାସ
ନିମିଷକେ ବନ୍ଧା
ଉଲ୍ଲକା ପିଣ୍ଡେ ଜୀବ ଭରା
ବିଶ୍ୱାସ ହଟିଲେ
ଛିଣ୍ଡି ସେ ପଡଇ
କେବେ ନ ଦିଅଇ ଧରା II
ଆଖିର ଠାଣିରେ
ମନେ ଲାଗେ ନିଆଁ
ଆଖିକୁ ବିଶ୍ୱାସ ନାହିଁ
ଆଖିର ଆବେଗ
ମନରେ ଦେଖିଲେ
ବିଶ୍ୱାସ କୁ ହେବ ଚିହିଁ II
ନିଜ ମାନ ପାଇଁ
ଯେବେ ଯେ ଲଢେଇ
କରେନା ବିଶ୍ୱାସ କେବେ
ସଭିଙ୍କ ସମୁଖେ
ବିଶ୍ୱାସ ଜନ୍ମାଇ
ସର୍ବଦା ଧୋକା ସେ ଦେବେ II
ମନ ଭାଙ୍ଗି ଦିଏ
ଅବିଶ୍ୱାସ ସିନା
ବିଶ୍ୱାସେ ଜଗତ ବନ୍ଧା
ଭଲ ପାଏ ଯିଏ
ନିଜର ନିଜକୁ
ମନେ ତା ବିଶ୍ୱାସ ଛନ୍ଦା II
ବିଶ୍ୱାସ ର ପକ୍ଷୀ
ନିସ୍ଵାର୍ଥ ପ୍ରେରଣା
ମନେ ଗଢିଥାଏ ବସା
ପକ୍ଷୀ ଉଡିଗଲେ
ବସା ଭାଙ୍ଗିଯାଏ
ଯେମିତି
ବର୍ଷା ବିହୁନେ ଚଷା
ବର୍ଷା ବିହୁନେ ଚଷା II
🙏🙏🙏🙏🙏🙏🙏
ନିରଞ୍ଜନ ମହାରଣା
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା
ମାଲକାନଗିରି
ସହକାରୀ ଶିକ୍ଷକ
No comments:
Post a Comment