✍ନିର୍ମଳ ନାୟକ (କବିତା)
#ସତ୍ୟ
ସମୟର ଅନାଦି କାଳରୁ...
ସୃଷ୍ଟି ସର୍ଜନା ସମୟ ରୁ..
ଯୁଗେ ଯୁଗେ ଭିନ୍ନ ଭିନ୍ନ ରୂପେ..
ଅବତରୀ ଏ ଧରା ଧାମରେ..
ଧର୍ମ ରକ୍ଷା ନିମିତ୍ତ ସଂସାରେ !!
#ଧର୍ମ
ସେହି ରାମ, କୃଷ୍ଣ, ହରି..
ନାନା ଦୁର୍ବୁତ୍ତ ସଂହାରି..
ଧର୍ମର ଜୟ ପତାକା ଧରି..
ଧର୍ମ ର ସ୍ଥାପନା କରି
ଲୀଳାଖେଳା ରଚିଲେ ଶ୍ରୀହରି !!
#କ୍ଷମା
ସର୍ବଯୁଗେ ଧର୍ମର ଜୟ..
ପାପୀଙ୍କ ବିଲୟ ନିଶ୍ଚୟ..
ଗର୍ବ, ଦମ୍ଭ ତୁଟି ଛାରଖାର..
ଦୁଷ୍ଟ ସଂହାରି ସେ ଈଶ୍ୱର
ସତ୍ୟ ସ୍ଥାପନ୍ତି ପରମେଶ୍ୱର !!
#ଦୟା
ଧର୍ମ ଜୟ ବାନା ଉଡେ ବାରେ..
ସତ୍ୟ ଧର୍ମ ସ୍ଥାପନା ମହୀରେ..
ଯୁଗେଯୁଗେ ଭକ୍ତ ଅଧୀନ ପ୍ରଭୁ..
ସତ୍ୟ, ଧର୍ମ ପଥ ବାଛିବୁ..
ହିଂସା,, ଦ୍ୱେଷ, ରୁ ଦୂରେ ରହିବୁ !!
#ପ୍ରେମ
କର୍ମନିଷ୍ଠା ର ଆଦର୍ଶ...
ସତ୍ୟ ପଥ ର ନିର୍ଦ୍ଧେଶ..
ପରୋପକାର ର ସନ୍ଦେଶ..
ପ୍ରେମ, ମୈତ୍ରୀ ର ପ୍ରକାଶ..
ପ୍ରଭୁ ଙ୍କର ଥିଲା ଆଦେଶ !!
#ଅତଏବ
ମାନବ ସେବାହିଁ ଈଶ୍ୱର ସେବା..
ସେବାରେ ହିଁ ଜନ୍ମ ଧନ୍ୟ କରିବା
ସର୍ବେ ଭବନ୍ତୁ ସୁଖିନଃ..
ମନ୍ତ୍ର ମାନସେ ଧ୍ୟାୟୀ..
ସତକର୍ମ ର ଆଶାୟୀ !!
#ଅନ୍ତେ
ପ୍ରଭୁ ଙ୍କ ପାଦପଦ୍ମେ ଧ୍ୟାୟୀ..
ମୋକ୍ଷ ପ୍ରାପ୍ତି ର ରାସ୍ତା ଛୁଇଁ..
ଜୀବନ ଧନ୍ୟ କରି ମୁହିଁ..
ଭବ ସାଗରୁ ପାରି ହୋଇ..
ଜୀବନ ଧନ୍ୟ କରିବଇଂ !!
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment