ଶିଶୁ କବିତା
ବାଘ ରାଜା ଆଜି ହେବ ବର
ମାଙ୍କଡ ହେଉଛି ତରବର
ବାଜାବାଲା ଯିବେ ଡାକିବାକୁ
ସଜ କରିଲେଣି ପାଲିଙ୍କି କୁ
ଶୁଣ୍ଢ କୁ ହଲାଇ ଦନ୍ତାହାତୀ
ଝୁଲିଝୁଲି ଆସି ଗଲା ମାତି
ହରିଣ ଆସିଲା ଯୋଡ ପିନ୍ଧି
ଲେଖିଲା କବିତା ପଦ ଛନ୍ଦି
ନେଉଳ ହୋଇଲା ପଣ୍ଡିତ
ଛେଳି ହୋଇଗଲା ଲଣ୍ଡିତ
ବିଲୁଆ ବଜାଏ ତୂରୀ
ଗଧିଆ ଛାଡିଲା ହୁରି
ବେଙ୍ଗମାନେ ଦେଲେ ହୁଳହୁଳି
ଶୁଆ ଥଣ୍ଟେ ଦେଲା ରଙ୍ଗ ବୋଳି
କୋଇଲି ଗାଇଲା ମଙ୍ଗଳଗୀତ
ନାଚିଲା ମୟୁର ମେଲି ପୁଚ୍ଛ
ଭାଲୁ ବଜାଇଲା ଚାଙ୍ଗୁବାଜା
ଶୃଗାଳ ବାଣ୍ଟିଲା ଖଣ୍ଡ ଖଜା
ହେଲେ ବାଘ ବର କାହିଁ ଗଲା !!
ସଭିଏଁ ଖୋଜିଲେ କରି ହଲ୍ଲା
ବସିଥିଲା ବାଘ ବୁଦା ମୂଳେ
ଧରିଥିଲା ଦାନ୍ତେ ମାଂସପୁଳେ. ।
✍ରଂଜିତା ପତି
ଜଗନ୍ନାଥ ପ୍ରସାଦ
ବାଘ ରାଜା ଆଜି ହେବ ବର
ମାଙ୍କଡ ହେଉଛି ତରବର
ବାଜାବାଲା ଯିବେ ଡାକିବାକୁ
ସଜ କରିଲେଣି ପାଲିଙ୍କି କୁ
ଶୁଣ୍ଢ କୁ ହଲାଇ ଦନ୍ତାହାତୀ
ଝୁଲିଝୁଲି ଆସି ଗଲା ମାତି
ହରିଣ ଆସିଲା ଯୋଡ ପିନ୍ଧି
ଲେଖିଲା କବିତା ପଦ ଛନ୍ଦି
ନେଉଳ ହୋଇଲା ପଣ୍ଡିତ
ଛେଳି ହୋଇଗଲା ଲଣ୍ଡିତ
ବିଲୁଆ ବଜାଏ ତୂରୀ
ଗଧିଆ ଛାଡିଲା ହୁରି
ବେଙ୍ଗମାନେ ଦେଲେ ହୁଳହୁଳି
ଶୁଆ ଥଣ୍ଟେ ଦେଲା ରଙ୍ଗ ବୋଳି
କୋଇଲି ଗାଇଲା ମଙ୍ଗଳଗୀତ
ନାଚିଲା ମୟୁର ମେଲି ପୁଚ୍ଛ
ଭାଲୁ ବଜାଇଲା ଚାଙ୍ଗୁବାଜା
ଶୃଗାଳ ବାଣ୍ଟିଲା ଖଣ୍ଡ ଖଜା
ହେଲେ ବାଘ ବର କାହିଁ ଗଲା !!
ସଭିଏଁ ଖୋଜିଲେ କରି ହଲ୍ଲା
ବସିଥିଲା ବାଘ ବୁଦା ମୂଳେ
ଧରିଥିଲା ଦାନ୍ତେ ମାଂସପୁଳେ. ।
✍ରଂଜିତା ପତି
ଜଗନ୍ନାଥ ପ୍ରସାଦ
No comments:
Post a Comment