Wednesday, September 2, 2020

କୃପାଭିକ୍ଷା

             ✍ବାସନ୍ତୀ ଲତା ଜେନା 

ଆହେ ଜଗନ୍ନାଥ ଡାକୁ ଅଛି ତୋତେ 
      ମୁଠେ ମିଳି ଯାଉ ଭାତ 
ତୋର ବଡ଼ ଦଣ୍ଡେ ଭିକ୍ଷା ମାଗୁ ଅଛି 
    ପାତାଉଛି ନିତି ହାତ     l୧l
ଜନ୍ମ ମୋତେ  ଦେଲୁ ଅକର୍ମଣ୍ୟ କଲୁ 
     ଏସବୁ ମୋର କପାଳ 
କେବେ ଦୋଷ ତୋତେ ଦେଇ ନାହିଁ ପ୍ରଭୁ 
        ଭୋଗୁ ଅଛି ମହି ତଳ     l ୨ l
ଗୁରୁଣ୍ଡି  ଗୁରୁଣ୍ଡି  ଚାଲୁ  ଅଛିମୁହିଁ 
       ଭିକ୍ଷା ଥାଳ ହାତେ ଧରି 
ଭରି ଦିଅ ଥାଳ ହୁଅ ନାହିଁ କାଳ 
      ସବୁ ପାପ ନିଅ ହରି         l ୩l  
ବାପା ମାଆ ମୋତେ ଛାଡ଼ି ଚାଲି ଗଲେ 
         ହୋଇଲି ଛେଉଣ୍ଡ ପିଲା 
ମୋର ଭଲ ମନ୍ଦ କିଏସେ ବୁଝିବ 
        ବୁଡି ଗଲା ମୋର ଭେଳା  l୪l
ସବୁ ତ ଦେଖୁଛୁ ଆଖି ବୁଜି ଅଛୁ 
       ମୋ ପାଇଁ କିମ୍ପା ନିଷ୍ଠୁର 
ଭଙ୍ଗା କୁଡ଼ିଆରେ ଦିନ ମୋ  ବିତୁଛି 
      ପାଣି ବହେ ଝର ଝର     l୫l
ମାଆର ପଣତେ  ଭୁଲି ଯାଇ ଥାନ୍ତି 
      ଯେତେ ସବୁ ଅଛି ଦୁଃଖ 
ବାପାଙ୍କ କଥାରେ ସାହସ ପାଆନ୍ତି 
      ଆଦେଶେ ଅଳପ ସୁଖ    l୬l
ସବୁତ ଛାଡ଼ଇ ମୋ ପାଖରୁ ନେଲୁ 
      ମୋ ପାପ କି ସରୁ ନାହିଁ 
କେତେ ଆଉ ଦୁଃଖ ସହିବି ପ୍ରଭୁ ହେ 
    ଯନ୍ତ୍ରଣାର ଶେଷ ନାହିଁ      l୭l
ଛାତି ଫାଟି ଯାଏ ଏ ଅବସ୍ଥା ଦେଖି 
     ସହିବି ଆଉ ମୁଁ କେତେ 
ନିଜ କାମ ନିଜେ କରିବା ପାଇଁ କି 
     କଷ୍ଟ ଲାଗୁ ଅଛି ମୋତେ    l୮l
ଖରା ତରା ସବୁ ମୋ ଘରେ ଦିଶୁଛି 
      କିପରି ରହିବି କୁହ 
ତୋର ବଡ଼ ଦଣ୍ଡେ ବେବୁକି ଆସରା 
      ଖୋଲି ମୋତେ କହିଁ ଦିଅ  l୯ l 
ଭିକ୍ଷା ମୁଁ ମାଗୁଛି ତୋ ନାମ ଗାଉଛି 
      ଦୋଷ ଦୋଷ କ୍ଷମା କର    
ଅଞ୍ଜଳି ପତୁଛି ତୋ ବଡ଼ ଦେଉଳେ 
       ରକ୍ଷା କର ଚକ୍ରଧର         l୧୦l
ଜୀବନର ମୋହ ସରି ତ ଗଲାଣି 
    ପାଶେ ମୋତେ ନେଇ ଯାଅ 
ଜୀଵନ ଦୀପରେ ତେଲ ଢାଳ ନାହିଁ 
    ବଞ୍ଚିକି  କି  ଲାଭ  କୁହ   l୧୧l
ମୁକ୍ତି ଦିଅ ପ୍ରଭୁ ଏ ଭଵ ସଂସାରୁ 
     ଆଉ କିଛି ମାଗୁ ନାହିଁ     
ମରଣ କାଳରେ ଦରଶନ ଦେବ 
     କଳାକାର କଳା ସଇଁ     l୧୨l

ଗାନ୍ଧୀନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy