✍ସୁକାନ୍ତ ଖଣ୍ଡା
ସବୁ ଗାଈମାନେ ମିଳିତ ମନରେ
ଗୋଠେ ପୂଜା କରୁଥିଲେ
ଆଜି ନନ୍ଦୋତ୍ସବ ସକାଶେ ପାଳନ
ଯାହା ପାଇଁ ବଞ୍ଚିଥିଲେ ।୧
ଏ ଦିନେ ଇନ୍ଦ୍ରଙ୍କ ଭୀଷଣ ବରଷା
ଆଉ କୋପେ ବଜ୍ରପାତ
ପ୍ରାଣ ରଖିଥିବା ଯୋଗୁଁ ହିଁ ଶ୍ରୀକୃଷ୍ଣ
ଆଜି ଆଉ ନାହିଁ ଭୀତ।୨
ଇନ୍ଦ୍ର ଦେବତାଙ୍କ କ୍ରୋଧର ଶିକାର
ଫସର ଫଟାଇ ହସ
ଆମ ପରି ଗୋପ ନର ପଶୁ ପକ୍ଷୀ
କେହି ହୋଇ ନାହିଁ ନାଶ।୩
ଧନ୍ଯ ହେ ଶ୍ରୀକୃଷ୍ଣ ଅପାର କୃପାରୁ
ଆମ ବଂଶ ରକ୍ଷାକରି
ଥିବାରୁ ଦେଉଛୁ କୋଟି ଧନ୍ଯବାଦ
ତୋ' ପରି ନୁହେଁ କେ' ସରି।୪
ଗୋଠର ମୁଖିଆ ଷଣ୍ଢ କରୁଥିଲା
ଆଣ୍ଠୁମାଡ଼ି ବସି ପୂଜା
ହୁଳହୁଳି ଗାଈ ଶଙ୍ଖ ଫୁଙ୍କୁଥିଲେ
ଜନ୍ମ ହୋଇଥିବା ରାଜା।୫
ବଳଦ ଗୁଡ଼ିକ ବାଜା ଢୋଲ ତୁରୀ
ଗାଈମାନେ ନାଚୁଥିଲେ
ମନୋରଞ୍ଜନରେ ଫାଟି ପଡୁଥିଲା
ପରିବେଶ ହସୁଥିଲେ।୬
ଉପଭୋଗ ଆସି କରୁଥିଲେ କେତେ
ନର ପଶୁ ପକ୍ଷୀ କୀଟ
ସରଗ ରାଇଜୁ ଦେବଦେବୀ ମଧ୍ୟ
ଓହ୍ଲାଇ ଜାଣି ଝଅଟ।୭
ଆଶୀର୍ବାଦ ଆଉ କୋଟି ଧନ୍ଯବାଦ
ଦେବାଦେବୀଠୁ ପାଇଲେ
ଗାଈଆଳ ଟୋକା ଏମାନଙ୍କ ସହ
ଯୋଗ ଦେଇ ନାଚୁଥିଲେ।୮
କି ସୁନ୍ଦର ଥିଲା ଗୋଠ ପଡ଼ିଆଟା
ଯାତରା ମେଢ଼ ଯେମିତି
କେବେ ତ ହୁଏନି ଏ ବର୍ଷ ହୋଇଛି
ଦେଖିକି ଫୁଲୁଛି ଛାତି।୯
ପୂଜାପାଠ ଆଉ ନାଚଗୀତ ପରେ
ପ୍ରଣାମ ଆଣ୍ଠେଇ ସବୁ
ଶପଥ କରିଲେ ସବୁ ବର୍ଷ ହେବ
ଆଶିଷ ଦିଅନ୍ତୁ ବିଭୁ।୧୦
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୯୦୨୮
ସବୁ ଗାଈମାନେ ମିଳିତ ମନରେ
ଗୋଠେ ପୂଜା କରୁଥିଲେ
ଆଜି ନନ୍ଦୋତ୍ସବ ସକାଶେ ପାଳନ
ଯାହା ପାଇଁ ବଞ୍ଚିଥିଲେ ।୧
ଏ ଦିନେ ଇନ୍ଦ୍ରଙ୍କ ଭୀଷଣ ବରଷା
ଆଉ କୋପେ ବଜ୍ରପାତ
ପ୍ରାଣ ରଖିଥିବା ଯୋଗୁଁ ହିଁ ଶ୍ରୀକୃଷ୍ଣ
ଆଜି ଆଉ ନାହିଁ ଭୀତ।୨
ଇନ୍ଦ୍ର ଦେବତାଙ୍କ କ୍ରୋଧର ଶିକାର
ଫସର ଫଟାଇ ହସ
ଆମ ପରି ଗୋପ ନର ପଶୁ ପକ୍ଷୀ
କେହି ହୋଇ ନାହିଁ ନାଶ।୩
ଧନ୍ଯ ହେ ଶ୍ରୀକୃଷ୍ଣ ଅପାର କୃପାରୁ
ଆମ ବଂଶ ରକ୍ଷାକରି
ଥିବାରୁ ଦେଉଛୁ କୋଟି ଧନ୍ଯବାଦ
ତୋ' ପରି ନୁହେଁ କେ' ସରି।୪
ଗୋଠର ମୁଖିଆ ଷଣ୍ଢ କରୁଥିଲା
ଆଣ୍ଠୁମାଡ଼ି ବସି ପୂଜା
ହୁଳହୁଳି ଗାଈ ଶଙ୍ଖ ଫୁଙ୍କୁଥିଲେ
ଜନ୍ମ ହୋଇଥିବା ରାଜା।୫
ବଳଦ ଗୁଡ଼ିକ ବାଜା ଢୋଲ ତୁରୀ
ଗାଈମାନେ ନାଚୁଥିଲେ
ମନୋରଞ୍ଜନରେ ଫାଟି ପଡୁଥିଲା
ପରିବେଶ ହସୁଥିଲେ।୬
ଉପଭୋଗ ଆସି କରୁଥିଲେ କେତେ
ନର ପଶୁ ପକ୍ଷୀ କୀଟ
ସରଗ ରାଇଜୁ ଦେବଦେବୀ ମଧ୍ୟ
ଓହ୍ଲାଇ ଜାଣି ଝଅଟ।୭
ଆଶୀର୍ବାଦ ଆଉ କୋଟି ଧନ୍ଯବାଦ
ଦେବାଦେବୀଠୁ ପାଇଲେ
ଗାଈଆଳ ଟୋକା ଏମାନଙ୍କ ସହ
ଯୋଗ ଦେଇ ନାଚୁଥିଲେ।୮
କି ସୁନ୍ଦର ଥିଲା ଗୋଠ ପଡ଼ିଆଟା
ଯାତରା ମେଢ଼ ଯେମିତି
କେବେ ତ ହୁଏନି ଏ ବର୍ଷ ହୋଇଛି
ଦେଖିକି ଫୁଲୁଛି ଛାତି।୯
ପୂଜାପାଠ ଆଉ ନାଚଗୀତ ପରେ
ପ୍ରଣାମ ଆଣ୍ଠେଇ ସବୁ
ଶପଥ କରିଲେ ସବୁ ବର୍ଷ ହେବ
ଆଶିଷ ଦିଅନ୍ତୁ ବିଭୁ।୧୦
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୯୦୨୮
ସୁନ୍ଦର
ReplyDelete