Thursday, August 27, 2020

ଉଠ ଉଠ ହେଲାଣି ସକାଳ

        ✍✍✍କଳ୍ପନା ରାୟ

ବରଷାର ଗର୍ଜନ ଏବେ ଆଉ ଶୁଭୁନି
ତଥାପି ଟପ୍ ଟପ୍ ଶବ୍ଦ ରହି ରହି
ପକ୍ଷୀମାନେ କେଉଁଠି ଥିଲେ ଏତେ ଵର୍ଷାରେ
କିଚିରିମିଚିରି ଶବ୍ଦ ଆରମ୍ଭ କଲେଣି ସକାଳରେ
ଚାଷୀ ଭାଇ ହେଲାଣି ତତ୍ପର
ଦେଖି ଆସିଵ ଲାଭକ୍ଷତି ଫସଲର
ଯାହା ହେଇଛି କାଲିର ଵର୍ଷାରେ
ରମାଵୋଉ ପକାଇଲାଣି ଗୋବରପାଣି
ମୌସୁମୀ ଅଭିମାନ କଲା
ଲଘୁଚାପରେ କିନ୍ତୁ ଛେଚିଲା
ଜଳ ଜୀବନ ସତ
କିନ୍ତୁ ଅତି ଜଳ ହେଲା ବିପରୀତ
ଚାଷୀ ପ୍ରୟୋଗ କରି ଵିଷ
ମାଟି ମାଆ ହେବ ରୋଷ
ତଥାପି ଚାଷୀ ଛାଡିପାରିବନି ଚାଷ
ଖାଉ ପଛେ ନିଜେ ଵିଷ
ପ୍ରାଣୀଙ୍କୁ ଯୋଗାଇବ ଅନ୍ନ ଗଣ୍ଡିକ
ସେଥିରେ ତାର ସନ୍ତୋଷ
ଶୁଭଇ ଘନ ଘନ ରଡି ମହାମାରୀର
ଉତ୍ତାଵିଲା ହୁଏ ସିଏ
ମାଡି ମାଡି ଚାଲେ ଉତ୍ତାଳ ତରଙ୍ଗ ପରି
ନାଚି ନାଚି ଗୀତ ଗାଇ ଗାଇ
ହେଲେ ଧରା ଆଜି ସଵୁଜ ଦିଶଇ
ପାହାଡ଼ ଫାଙ୍କରୁ ଲାଲ ରଙ୍ଗ ଧରିଲାଣି
ସକାଳ ହେଲାଣି ସକାଳ
ଉଠ ଉଠ ହେଲାଣି ସକାଳ 
ରମାଵୋଉ ପାଇଟି ସାରି ହେଲାଣି ଚଞ୍ଚଳ

କଳ୍ପନା ରାୟ, ଲଇଡା, ସମ୍ବଲପୁର

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy