Thursday, August 27, 2020

ମା ଓ ମମତା

ମା' ସରଳ ପରିଭାଷା ଟିଏ... 
ମା' ସ୍ନେହ ର ପାରାଵାରା ଟିଏ... 
ମା ' ଜୀବନର ସତ୍ୟତା ଟିଏ... 
ମା ' ସଂସ୍କାରର ଇତିହାସ ଟିଏ... 

ମା' ଚଳନ୍ତି ଦେବୀ ପ୍ରତିମା ଟିଏ.. 
ମା' ମମତାର ଅରୁଣିମା ଟିଏ.. 
ମା' ସକଳ ତୀର୍ଥସ୍ଥାନ ଟିଏ.. 
ମା' ବଳିଦାନର ଜୀବନ୍ତ ମୂର୍ତ୍ତି ଟିଏ.. 

ମା' ଶବ୍ଦ ଶିଶୁର ପ୍ରଥମ ବୋଲି ଟିଏ.. 
ମା' ସଂସାରର ପାର୍ବଣ, ହୋଲି ଟିଏ.. 
ମା' ସୁଖ ଦୁଃଖ ର ଚିର ସାଥୀ ଟିଏ.. 
ମା' ହାନି ଲାଭର ହିସାବ ବହି ଟିଏ... 

ମା' ରୌଦ୍ର ତାତିର ଶୀତଳ ସମିରଣ.. 
ମା' ଘନ ବର୍ଷାର ଅମୋଘ ଆବରଣ.. 
ମା' ବସନ୍ତର କୋଇଲିର କୁହୁ ତାନ.. 
ମା' ହାଡଭଙ୍ଗା ଶୀତରେ ଉଷ୍ମତା କମ୍ପନ.. 

ମା' ଶିଶୁଟିର ପହିଲି ଗୁରୁ ଟିଏ.. 
ମା' ପରିବାରର ବିଶାଳ ତରୁ ଟିଏ.. 
ମା' ସଂସାରର ଅମୁଲ ବରଦାନ ଟିଏ 
ମା' ସର୍ବଂସହା ଧରିତ୍ରୀର ରୂପାନ୍ତର ଟିଏ.. 

ମା' ମମତାମୟୀ ଅବତାର ରୂପ ଟିଏ.. 
ମା' କରୁଣାମୟୀ ଦେବୀଙ୍କ ସ୍ୱରୂପ ଟିଏ.. 
ମା' ଦୟାମୟି ଚଳନ୍ତି ମୂର୍ତ୍ତିରୂପ ଟିଏ.. 
ମା' ସ୍ନେହମୟୀ ଦେବୀଙ୍କ ପ୍ରତିଛବି ଟିଏ... 

ମା' ମମତାର ଅତୁଟ ବନ୍ଧନ ଟିଏ.. 
ମା' ଶରଧାର ଅସରନ୍ତି ଭଣ୍ଡାର ଟିଏ... 
ମା' ନିଃସ୍ୱାର୍ଥ ପ୍ରେମର ପ୍ରତୀକ ଟିଏ.. 
ମା' ତ୍ୟାଗର ଜୀବନ୍ତ ପ୍ରତିମୂର୍ତ୍ତି ଟିଏ.. 

ମା ' ଅବ୍ୟକ୍ତ ଓଁକାର ଶବ୍ଦ ଟିଏ.. 
ମା ' କରୁଣା ର ମରୁଝର ଟିଏ.. 
ମା ' ଶ୍ରଦ୍ଧା ର ଗନ୍ତାଘର ଟିଏ.. 
ମା' ଖୁସିବସନ୍ତର ଝୁଲଣ ଟିଏ.. 

ମା ' ଜୀବନର ପହିଲି ସାଥୀ ଟିଏ.. 
ମା' ଜୀବନର ପହିଲି ଅଭିବ୍ୟକ୍ତି ଟିଏ.. 
ମା' ଜୀବନର କଷ୍ଟ ର ଆହାଶବ୍ଦ ଟିଏ.. 
ମା' ଜୀବନର ଅସମାପ୍ତି ଶବ୍ଦକୋଷ ଟିଏ 

ମା' ମମତାର ସୀମାହୀନ ସାଗର ଟିଏ.. 
ମା' ମର୍ତ୍ୟମଣ୍ଡଳର ଜୀବନ୍ତ ଦେବୀ ଟିଏ.. 
ମା' ଅସରନ୍ତି ପ୍ରେମର ଅକ୍ଷୟଭଣ୍ଡାର ଟିଏ 
ମା' ଚତୁରବେଦ ର ପ୍ରଥମେ ଛନ୍ଦ ଟିଏ 

ନିର୍ମଳ ନାୟକ 
ନାଗପୁର, ମହାରାଷ୍ଟ୍ର. 44 00 14

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy