Saturday, August 22, 2020

ବିଘ୍ନ ବିନାଶକ


                🙏🌻🌹🍀🙏

ଆଜି ଗୁରବାର ଆଜି ଗୁରବାର
ଆମେ ସଭିଏଁ ମିଶି ପୂଜିବା ଚାଲ
 ପ୍ରଭୁ ପୟର.....

କୃପାଳୁ ସେ କାଳିଆ ହାତୀ
ତାଙ୍କପରି କେହି ନୁହଁନ୍ତି
ଭୋଗ ରୂପେ ଲଡୁ ଖାଆନ୍ତି
ମୂଷିକ ସବାରୀ ହୁଅନ୍ତି
ଥରେ କଲେ କୃପା ଦୁଃଖ ହୁଏ ଦୂର
ଆମେ ସଭିଏଁ ମିଶି ପୂଜିବା ଚାଲ
 ପ୍ରଭୁ ପୟର.....

ମାତା ଯେ ପାର୍ବତୀ ତାଙ୍କର
ପିତା ହେଲେ ଶିବ ଶଙ୍କର
ଜଟାରେ ଗଙ୍ଗା ଝର ଝର
ତୃତୀୟ ନୟନ ତାଙ୍କର
ଖୋଲିଦେଲେ ହୋଇଯିବ ଛାରଖାର
ଆମେ ସଭିଏଁ ମିଶି ପୂଜିବା ଚାଲ
 ପ୍ରଭୁ ପୟର.....

ଗଣପତି ସେ ଗଜାନନ
ଜାଣି ପାରେ ଭକ୍ତର ମନ
ତା ପରେ ପରୀକ୍ଷା କରନ୍ତି
ଶେଷରେ ପ୍ରସନ୍ନ ହୁଅନ୍ତି
କାହାକୁ ନ ଜଣାପଡେ ଫାନ୍ଦ ତାର
ଆମେ ସଭିଏଁ ମିଶି ପୂଜିବା ଚାଲ
 ପ୍ରଭୁ ପୟର....

                   ସମାପ୍ତ

  ____●◆●____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy