Monday, August 17, 2020

💐 ପ୍ରତ୍ୟୁଷ ପ୍ରଣାମୀ 💐

ପାହିଲା ରଜନୀ ହସିଲା ଧରଣୀ
ପ୍ରତି ପ୍ରାଣ ପୁଲକିତ,,
ପହିଲି ଉଷାର ଶୁଭ ଅବକାଶେ
ପ୍ରଣାମ ଘେନ ହେ ନାଥ,,!!

ପୂରୁବ ଆକାଶେ ରବି ଉଇଁ ଆସେ
ପରବତ ଉହାଡରୁ,,
ପତିତ ମୁଁ ଜଣେ ଭକତି ନଜାଣେ
ପାରିକର ସଂସାରରୁ,,!!

ପୂଜା ବିଧି ତୁମ ନଜାଣେ ଅଧମ
ପ୍ରାର୍ଥନା ମୋହର ଶୁଣ,,
ପଥର ନହୋଇ ଦୟାଭାବ ବହି
ପ୍ରଣତି କର ଗ୍ରହଣ,,!!

ପୁଣ୍ୟ ପରିଧିରେ ପୁଣ୍ୟ ବଗିଚାରେ
ପ୍ରସ୍ଫୁଟିତ ପାରିଜାତ,,
ପରମ ପୁରୁଷ ହୁଅହେ ପ୍ରକଟ
ପୁରୁ ମୋର ମନୋରଥ,,!!

ପରଂବ୍ରହ୍ମ ତୁମେ ସତ୍ୟ ସନାତନ
ପ୍ରତ୍ୟାଶା ନାହିଁ ମୋ କିଛି,,
ପାଇବି ତୁମକୁ ନିଶ୍ଚେ ଗୋଟେ ଦିନ
ପ୍ରତୀକ୍ଷାରେ ଖାଲି ଅଛି,,!!
     
ପଥ କେତେ ଦୂର ହେବ ଚାଲିବାକୁ
ପ୍ରଭୁ ତୁମେ ଏକା ଜାଣ,,
ପାପ ଶରୀରରୁ କରହେ ଉଦ୍ଧାର
ପାଦରେ ଦେଇ ଶରଣ,,!!

ଶ୍ରୀନିବାସ ବିଶ୍ଵାଳ,
ସଇପୁର,ଯାଜପୁର,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy