Wednesday, August 19, 2020

ବୃକ୍ଷ ଜୀବନର ପ୍ରକୃତ ବନ୍ଧୁ

 🌿🌿🌿🌿🌿🌿🌿🌿

 ପ୍ରାଣୀ ଜଗତର ମୂଳର କାରଣ
       ବୃକ୍ଷ ଅଟେ ମହା ଧନ
ବୃକ୍ଷ ଅଟେ ଏକା ସାଥି ଜୀବନର
        ବୃକ୍ଷ ବିନା ହୀନିମାନ ।

ବୃକ୍ଷ ଠାରୁ ମିଳେ ଫୁଲ ଫଳ ଆଦି
        ଘରୋଇ ଉପକରଣ
ବୃଦ୍ଧ ବୟସରେ ସାହା ହୋଇଥାଏ
        ଆଶା ବାଡିର କାରଣ ।

ଚଉକି ଟେବୁଲ କାଠ ପଟା ବାକ୍ସ
      ଖାଦ୍ୟ ପାଇଁ ଦିଏ ଜାଳ
 ସବୁଠାରୁ ଶ୍ରେଷ୍ଠ ଅମ୍ଳଜାନ ଦିଏ
       ବଞ୍ଚିବା ପାଇଁ ନିର୍ମଳ ।

କେବେ ପଡିଗଲେ ରୋଗର ଶଯ୍ୟାରେ
      ଔଷଧ ଯୋଗାଇ ଦିଏ
ଥକି ପଡିଗଲେ ବାଟର ବାଟୋଇ
      ଖରା ବେଳେ ଛାଇ ଦିଏ ।

ଜଗତ କଲ୍ୟାଣ ନିମନ୍ତେ କରଇ
       ବରଷା ବୃଷ୍ଟିର ଜଳ
ପର ଉପକାର ପାଇଁ ତା ଜନମ
      ବିତାଏ ଜୀବନ କାଳ ।

ଜନମ ହୋଇଲେ ଏନ୍ତୁଡ଼ି ଶାଳରେ
       ହୁଏ କାଠ ପ୍ରୟୋଜନ
ବାଳୁତ କାଳରେ କଣ୍ଢେଇ ଖେଳଣା
       ଗାଡି ଘୋଡା ଓ ବିଭିନ୍ନ ।

ବିବାହ ବେଦୀରେ ହୋମ ନିଆଁ ପାଇଁ
         ପଡିଥାଏ ଏହା ଖୋଜା
   ସଵାରୀ ପାଲିଙ୍କି ଗଢିବା ପାଇଁ କି
         କାଠ ହୋଇଥାଏ ଖଞ୍ଜା ।

ଆଗଡ଼ ଶଗଡ଼ କୋକେଇ ଯୂଇରେ
        କାଠର ଆବଶ୍ୟକତା
   ବୃକ୍ଷ ଜୀବନର ପ୍ରକୃତର ବନ୍ଧୁ
         ଆବାଳ ବୃଦ୍ଧ ବନିତା ।

କାଠୁରିଆ ଭାଈ ନ ପକାଅ ହାଣି
        ସମ୍ପଦ ଅଟେ ଆମର
 କର ପ୍ରତିଦିନ ବୃକ୍ଷ ର ରୋପଣ
     ଗୋଟିଏ ମାତ୍ର ସଂଖ୍ୟାର ।

.               ସମାପ୍ତ

_____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy