ନଥିଲା ସେ କାଳେ ବିଜ୍ଞାନର ଯନ୍ତ୍ର
ଶକ୍ତି ଆଧୁନି କରଣ ।
ଗ୍ରହ ଉପଗ୍ରହ ଦେଖିବା ଉପାୟ
ତାରକା ଚନ୍ଦ୍ର ଗ୍ରହଣ ।।
ଆଜି ସିନା ଦେଖେ ବିଜ୍ଞାନର ବଳ
ଅଣୁ ବା ପରମାଣୁକୁ ।
ଦୂର ହେଉ ଅବା ଅତି ନିକଟରୁ
କ୍ଷୁଦ୍ର ବା ହେଉ ବଡ଼କୁ ।।
ସେ ଥିଲେ ସେ କାଳେ ବିରଳ ବ୍ୟକ୍ତିତ୍ୱ
ବିଜ୍ଞାନର ଉଦ୍ଭାବକ ।
ମହାନ ବୁଦ୍ଧିର ବିଚାର କରତା
ନୂତନ ଯନ୍ତ୍ର ଜନକ ।।
ଦୁଇ ଖଣ୍ଡ କାଠି ମାତ୍ର ତାଙ୍କ ଯନ୍ତ୍ର
ଧରିଥାନ୍ତି ସଦା ହାତେ ।
ଅନୁସନ୍ଧାନର ରାଇଜ ମଧ୍ୟରେ
ରହିଥାନ୍ତି ମଗ୍ନ ଚିତ୍ତେ ।।
ଗ୍ରହ ଠାରୁ ଉପଗ୍ରହ କେତେ ଦୂର
ଉପଗ୍ରହ ଠାରୁ ଗ୍ରହ ।
ତିଥି ନକ୍ଷତ୍ରର ସନ୍ଧାନ କରନ୍ତି
ବାଉଁଶ ନଳର ସହ ।।
ନଳ ସାହାଯ୍ୟରେ ମାପି ପାରୁଥିଲେ
ଦୂରତା ସନ୍ଧି ବିଛେଦ ।
ହୁଏ ତା ନିରାଟ ସତ୍ୟେ ପରିଣତ
ନଥାଏ ଫରକ ଭେଦ ।।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗ୍ରାମ
ରବିବାର ପୂର୍ନ୍ୟ ନିଷୀ ।
ପୌଷ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ
ଜନମ ହୋଇଲେ ଆସି ।।
ଅଠରଶ ପଇଁତିରିଷ ମସିହା
ତେର ତାରିଖ ସେ ଦିନ ।
ମହା ମହୋପାଧ୍ୟାୟ ଚନ୍ଦ୍ରଶେଖର
ନାମ ସିଂହ ହରିଚନ୍ଦନ ।।
ପିତାଙ୍କର ନାମ ଶ୍ୟାମବନ୍ଧୁ ସିଂହ
ମାତା ବିଷ୍ଣୁମାଳି ଦେବୀ ।
ମହାପାତ୍ର ସାହି ଗରିବ କୁଳରେ
ଆବିର୍ଭାବ ହେଲେ କବି ।।
କରୁଥିଲେ ପୁଣି ଜୋତିର୍ବିଜ୍ଞାନର
ଗଣନା ସବୁ ଗ୍ରହ ର ।
ମୂଳ ମନ୍ତ୍ର ଫୁଙ୍କି ଦେଲେ ବିଜ୍ଞାନକୁ
ଅଗ୍ରଗତି ଦୃଢ଼ତ୍ୱର ।।
ଅଠରଶ ଅନେଶ୍ୱତ ମସିହାରେ
ଯୁକ୍ତରାଷ୍ଟ୍ର ପ୍ରେସ୍ ଠାରେ ।
ଛପା ହୋଇଥିଲା ଗ୍ରନ୍ଥବଳୀ ତାଙ୍କ
ବିଖ୍ୟାତ ଦେଶ ବିଦେଶରେ ।।
ଯେ ଦିନୁ ପ୍ରକାଶ ପାଇଲା ତାଙ୍କର
ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ।
ତା ପରେ ପଠାଣି ସାମନ୍ତ ନାମରେ
ହୋଇଲେ ଯେ ପରିଚିତ ।।
ଉଣେଇଶି ଶହ ଚାରି ମସିହା ରେ
ତା. ଏଗାର ଜୁନ୍ ମାସ ।
ଶନିବାର ଦିନ ତିରୋଧାନ ହେଲେ
ଛାଡି ସଭିଙ୍କର ପାଶ ।।
. ସମାପ୍ତ
_____●◆●_____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
ଶକ୍ତି ଆଧୁନି କରଣ ।
ଗ୍ରହ ଉପଗ୍ରହ ଦେଖିବା ଉପାୟ
ତାରକା ଚନ୍ଦ୍ର ଗ୍ରହଣ ।।
ଆଜି ସିନା ଦେଖେ ବିଜ୍ଞାନର ବଳ
ଅଣୁ ବା ପରମାଣୁକୁ ।
ଦୂର ହେଉ ଅବା ଅତି ନିକଟରୁ
କ୍ଷୁଦ୍ର ବା ହେଉ ବଡ଼କୁ ।।
ସେ ଥିଲେ ସେ କାଳେ ବିରଳ ବ୍ୟକ୍ତିତ୍ୱ
ବିଜ୍ଞାନର ଉଦ୍ଭାବକ ।
ମହାନ ବୁଦ୍ଧିର ବିଚାର କରତା
ନୂତନ ଯନ୍ତ୍ର ଜନକ ।।
ଦୁଇ ଖଣ୍ଡ କାଠି ମାତ୍ର ତାଙ୍କ ଯନ୍ତ୍ର
ଧରିଥାନ୍ତି ସଦା ହାତେ ।
ଅନୁସନ୍ଧାନର ରାଇଜ ମଧ୍ୟରେ
ରହିଥାନ୍ତି ମଗ୍ନ ଚିତ୍ତେ ।।
ଗ୍ରହ ଠାରୁ ଉପଗ୍ରହ କେତେ ଦୂର
ଉପଗ୍ରହ ଠାରୁ ଗ୍ରହ ।
ତିଥି ନକ୍ଷତ୍ରର ସନ୍ଧାନ କରନ୍ତି
ବାଉଁଶ ନଳର ସହ ।।
ନଳ ସାହାଯ୍ୟରେ ମାପି ପାରୁଥିଲେ
ଦୂରତା ସନ୍ଧି ବିଛେଦ ।
ହୁଏ ତା ନିରାଟ ସତ୍ୟେ ପରିଣତ
ନଥାଏ ଫରକ ଭେଦ ।।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗ୍ରାମ
ରବିବାର ପୂର୍ନ୍ୟ ନିଷୀ ।
ପୌଷ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ
ଜନମ ହୋଇଲେ ଆସି ।।
ଅଠରଶ ପଇଁତିରିଷ ମସିହା
ତେର ତାରିଖ ସେ ଦିନ ।
ମହା ମହୋପାଧ୍ୟାୟ ଚନ୍ଦ୍ରଶେଖର
ନାମ ସିଂହ ହରିଚନ୍ଦନ ।।
ପିତାଙ୍କର ନାମ ଶ୍ୟାମବନ୍ଧୁ ସିଂହ
ମାତା ବିଷ୍ଣୁମାଳି ଦେବୀ ।
ମହାପାତ୍ର ସାହି ଗରିବ କୁଳରେ
ଆବିର୍ଭାବ ହେଲେ କବି ।।
କରୁଥିଲେ ପୁଣି ଜୋତିର୍ବିଜ୍ଞାନର
ଗଣନା ସବୁ ଗ୍ରହ ର ।
ମୂଳ ମନ୍ତ୍ର ଫୁଙ୍କି ଦେଲେ ବିଜ୍ଞାନକୁ
ଅଗ୍ରଗତି ଦୃଢ଼ତ୍ୱର ।।
ଅଠରଶ ଅନେଶ୍ୱତ ମସିହାରେ
ଯୁକ୍ତରାଷ୍ଟ୍ର ପ୍ରେସ୍ ଠାରେ ।
ଛପା ହୋଇଥିଲା ଗ୍ରନ୍ଥବଳୀ ତାଙ୍କ
ବିଖ୍ୟାତ ଦେଶ ବିଦେଶରେ ।।
ଯେ ଦିନୁ ପ୍ରକାଶ ପାଇଲା ତାଙ୍କର
ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ।
ତା ପରେ ପଠାଣି ସାମନ୍ତ ନାମରେ
ହୋଇଲେ ଯେ ପରିଚିତ ।।
ଉଣେଇଶି ଶହ ଚାରି ମସିହା ରେ
ତା. ଏଗାର ଜୁନ୍ ମାସ ।
ଶନିବାର ଦିନ ତିରୋଧାନ ହେଲେ
ଛାଡି ସଭିଙ୍କର ପାଶ ।।
. ସମାପ୍ତ
_____●◆●_____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
No comments:
Post a Comment