Saturday, August 15, 2020

ମୁଁ ଦୁର୍ନୀତି କହେ *****


 
✍ମୁଁ ଦୁର୍ନୀତି କହେ ହଟିବି ନାହିଁ ରେ ହଟିବି ନାହିଁ, 
ଏ ଭାରତ ମାଟିରେ ମୁଁ ପଡ଼ିରହିଛି ସବୁକିଛି ଚାଟିବା ପାଇଁ l

ମୁଁ ରହିଛି ନେତା-ମନ୍ତ୍ରୀ-ଯନ୍ତ୍ରୀ-ଠିକାଦାର ମାନଙ୍କୁ ପୋଷିବା ପାଇଁ, 
ତୁଚ୍ଛା ମିଥ୍ୟା ପ୍ରତିଶୃତି ଦେଇ ଜନତା ଜନାର୍ଦନ ଙ୍କୁ ଠକିବା ପାଇଁ l 

ମୁଁ ଅଛି ସରକାରୀ ବାବୁ ବାବୁଆଣୀ ଙ୍କ ପକେଟ ଗରମ କରିବା ପାଇଁ, 
ସରଳ ନିରୀହ ଆଦିବାସୀ-ହରିଜନ ମାନଙ୍କୁ ଲୁଟିବା ପାଇଁ l

ପୁଣି ରହିଛି ଗୁଣ୍ଡା-ମାଫିଆ-କଳାବଜାରୀ-ଚୋର-ଲସ୍କର-ଗାଁ ଟାଉଟର ଙ୍କୁ ସୃଷ୍ଟି କରିବା ପାଇଁ, 
ତା ସଙ୍ଗେ ସଙ୍ଗେ ଖଟିଖିଆ-ମଜୁରିଆ-ସର୍ବହରା ଙ୍କୁ ତଣ୍ଟିଚିପି ମାରିବା ପାଇଁ l 

ପୁଣି ମୁଁ ଅଛି ଖାକି ପୋଷାକ ପିନ୍ଧିଥିବା ପୋଲିସ ମାନଙ୍କୁ ଖୁସି କରିବା ପାଇଁ, 
ନିର୍ଦୋଷ କୁ ଦଣ୍ଡ ଦେଇ ଅପରାଧୀ କୁ ଖଲାସ କରିବା ପାଇଁ l

*********
ଆପଣଙ୍କ ସ୍ନେହର 
ସୁଧିର ଦୀପ, 
ଗୁଣ୍ଡୁରୀସାହି, ଛତ୍ରଙ୍ଗ , ବୌଦ୍ଧ l 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy