Thursday, August 27, 2020

ଆସ କିଛି ଜାଣିବା......

ଦୁଃଖର ଅନ୍ତ କିପରି ଘଟିଲା

      ଥରେ ଜଣେ ବ୍ଯକ୍ତି ଅତି ଚାପଗ୍ରସ୍ତ ହୋଇ ତା ଗୁରୁଙ୍କୁ କହିଲା--ମୋ  ଦୁଃଖ ମୋଚନ କର ।  ଗୁରୁ କହିଲେ--ତୋ ଦୁଃଖ କ'ଣ ? ଲୋକଟି କହିଲା--ମୋର ଆୟ ବହୁତ କମ୍ । ସେଥିରେ ମୋର ପାଞ୍ଚ ପ୍ରାଣୀର କୁଟୁମ୍ବ । ଏଡିକି ବକଟେ ଘର ଯେ ହଲିବା ଲାଗି ବି ଜାଗା ନାହିଁ । କରିବି କ'ଣ ?
     ଗୁରୁ କହିଲେ--ହଉ ତୁ ସଵୁ କହିଲୁ । ଏବେ ମୋ କଥା ଶୁଣ । ମୋର ପାଞ୍ଚ ଜଣ ଚେଲା ଆଶ୍ରମ ବାହାରେ ରହି ଚଳିବା ଶିଖିବେ । ମୁଁ ସ୍ଥିର କରିଛି ଯେ ସେମାନେ ତୋ ଘରେ ରହିବେ । ତୁ ସେମାନଙ୍କ କଥା ବୁଝିବୁ । ଏହା ଶୁଣି ସେ ଲୋକର ମୁଣ୍ଡରେ ବଜ୍ର ପଡିଲା । ନିଜକୁ ଧିକ୍କାରି ସେ କହିଲା--ମଣିଷ ମହରଗରୁ ଆସି କାନ୍ତାରରେ ପଡିଲା । ସେ ଚିନ୍ତାଗ୍ରସ୍ତ ହୋଇ ଘରକୁ ଫେରିଲା । କିନ୍ତୁ ସେ ପହଞ୍ଚିଛି କି ନାହିଁ ତା ପାଞ୍ଚ ଜଣ ଯାକ ଚେଲା ହାଜର । ତା' ପରେ ସେ ଲୋକର ଅବସ୍ଥା କ'ଣ ହେଲା ତାହା ନ କହିବା ଭଲ । କେବଳ ଚେଲାମାନଙ୍କ ଉପସ୍ଥିତି ନୁହେଁ, ସେମାନଙ୍କ ଉତ୍ପାତ ତା' ଲାଗି ଅସହ୍ୟ ହୋଇଗଲା । କିଛି ଦିନ ପରେ ଲାଗିଲା ଯେମିତି ସେ ପାଗଳ ହୋଇଯିବ ବା ଆତ୍ମହତ୍ୟା କରିଦେବ । ଠିକ୍ ଏଇ ସମୟରେ ଗୁରୁଙ୍କ ଆଜ୍ଞା ପହଞ୍ଚିଲା ଏବଂ ଚେଲାମାନେ ଆଶ୍ରମ ଯିବାକୁ ବାହାରିଲେ । ଏବେ ଲୋକଟିର ଖୁସି କହିଲେ ନସରେ । ସେ ସ୍ବସ୍ତିରେ ନିଃଶ୍ବାସ ମାରିଲା । ଏବେ ତା'ଘର , ତାର ପରିବେଶ ସଵୁ କିଛି ଅମୃତମୟ ଲାଗିଲା । ସେ ବୁଝି ପାରିଲା ଯେ ଯାହା ତାହା ପାଖରେ ଅଛି ତାହା ଆନନ୍ଦ ଦେବାକୁ ଯଥେଷ୍ଟ । କାରଣ ଅବସ୍ଥା ଆହୁରି ଖରାପ ହୋଇଯାଇପାରେ । ତାର  ଦୁଃଖର ଅନ୍ତ ହେଲେ ।

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy