🙏🏻ଦିଲ୍ଲୀପ୍ କୁମାର ନନ୍ଦୀ 🙏🏻
ଧର୍ମ କର୍ମ ଭୁଲି ଆଜି ଏ ମଣିଷ
ନିତି ନିୟମକୁ ଲଙ୍ଘେ
ନାକ ଯାଏ ପାଣି ବୁଡ଼ି ଅନିଶ୍ୱାସ
ତଥାପି କହେ ସେ ଜଙ୍ଘେ
ନୁଖୁରା ନିଷରେ ମାରୁଥାଏ ହାତ
ତେଲ ମାଖିବାର ଢଙ୍ଗେ।।
ମାଆ ବାପା ନିଜ ପରିବାର ଜନେ
ନିମିଷେ ନଥାଏ ମନେ
ପାପ ମହାପାପ ଯେତେ ଯାହା କରେ
ଶୋଚନା ନକରେ ଦିନେ
ନିଜ ସୁଖ ପାଇଁ ତଣ୍ଟି କାଟିବାକୁ
ଚିନ୍ତୁଥାଏ ସଦା ମନେ
ମାଳା ଜପୁଥାଇ ତିଳକ ଲଗାଇ
ବସି ଯୋଗ ମୁଦ୍ରାସନେ ।।
ଦୟା-ମାୟା ସବୁ ଭୁଲି
ଦେଶ ସେବାନାମେ ବଜାଇ ଡେଙ୍ଗୁରା
ଭାଷଣ ଭଳିକୁ ଭଳି
ମୁଁ ଏକା ସଚା ନାହିଁ କେହି ଆଛା
ଆଉ କେ ମୋଠାରୁ ବଳି
ନିର୍ମଳ ଧୋବ ଧୋବଲା
ତା'ଠାରୁ ଭଲ କିଏ ଅବା ଅଛି
ଯେ' ଯେତେ କହିଲା ବାଲା।।
🌹ଭବାନୀପାଟଣା କଳାହାଣ୍ଡି 🌹
ଧର୍ମ କର୍ମ ଭୁଲି ଆଜି ଏ ମଣିଷ
ନିତି ନିୟମକୁ ଲଙ୍ଘେ
ନାକ ଯାଏ ପାଣି ବୁଡ଼ି ଅନିଶ୍ୱାସ
ତଥାପି କହେ ସେ ଜଙ୍ଘେ
ନୁଖୁରା ନିଷରେ ମାରୁଥାଏ ହାତ
ତେଲ ମାଖିବାର ଢଙ୍ଗେ।।
ମାଆ ବାପା ନିଜ ପରିବାର ଜନେ
ନିମିଷେ ନଥାଏ ମନେ
ପାପ ମହାପାପ ଯେତେ ଯାହା କରେ
ଶୋଚନା ନକରେ ଦିନେ
ନିଜ ସୁଖ ପାଇଁ ତଣ୍ଟି କାଟିବାକୁ
ଚିନ୍ତୁଥାଏ ସଦା ମନେ
ମାଳା ଜପୁଥାଇ ତିଳକ ଲଗାଇ
ବସି ଯୋଗ ମୁଦ୍ରାସନେ ।।
ଦୟା-ମାୟା ସବୁ ଭୁଲି
ଦେଶ ସେବାନାମେ ବଜାଇ ଡେଙ୍ଗୁରା
ଭାଷଣ ଭଳିକୁ ଭଳି
ମୁଁ ଏକା ସଚା ନାହିଁ କେହି ଆଛା
ଆଉ କେ ମୋଠାରୁ ବଳି
ନିର୍ମଳ ଧୋବ ଧୋବଲା
ତା'ଠାରୁ ଭଲ କିଏ ଅବା ଅଛି
ଯେ' ଯେତେ କହିଲା ବାଲା।।
🌹ଭବାନୀପାଟଣା କଳାହାଣ୍ଡି 🌹
No comments:
Post a Comment