Thursday, August 20, 2020

¤ ପରିଚୟ ¤

✍ରଂଜିତା ପତି 

ଏମିତି ଏକ
       ଅଭିନେତ୍ରୀ ଟିଏ 
ଜୀବନ ନାଟକ ରେ,,,,
ଅଭିନୟ,,,,, ଅନେକ ରୂପରେ,,,,
    ସମୟ ଅଙ୍କ ର
       ଭିନ୍ନଭିନ୍ନ. ଭୂମିକା ରେ
ଦୁହିତା ସେ,,,,,
 ସ୍ନେହ ସୋହାଗ ର
    ରୂପା ଚାନ୍ଦପାଇଁ. ଅଳି,,  ,,, 
        ତା ପୂର୍ଣ୍ଣପ୍ର୍ରାଣତା ର,,,,
  ଅମାନିଆ. ମନପବନ ଘୋଡାରେ ଚଢି
    ବୁଲିଆସିବାକୁ. ସଚରାଚର,,,
   ସହୋଦରା ସେ,,,, 
କଡା ସୁରକ୍ଷା ବଳୟ ର
ନରମ କଳି ସେ ଘର ଅଗଣା ର
ଶତଧା ବିଦିର୍ଣ ହୋଇ
  ଅସରାଲୁହ ପିଇ
ଆଉ କାହା ଫୁଲଦାନୀ ପରେ
       ସଜାଇ ହେବା. ର
ନବବଧୂ ସେ,,,,
ଅପମାନଓ ଲାଞ୍ଛନାର ଯଜ୍ଞ ରେ
  ପୂର୍ଣ୍ଣାହୁତି ଦେଉଥାଏ
          ବାର ବାର.  
ଲୁହଧୁଆ,,,,ଲହୁଭିଜା ଯନ୍ତ୍ରଣା. ର
  
ଅର୍ଦ୍ଧାଙ୍ଗିନୀ ସେ,,,,
       ସହଧର୍ମିଣୀ,
କଳ୍ପିତ ସ୍ବପ୍ନକୁ କରିବାକୁ ସାକାର
  ଦଗ୍ଧୀଭୂତ ଆତ୍ମା ,ମନ
ଅବାଞ୍ଛିତ ଅଗ୍ନିପରୀକ୍ଷା ର
ବୟସ ର ଧୂଳିଘେରା
      ଜୀବନ ଗୋଧୂଳି ର
ମମତାମୟୀ ମାଆ. ସେ,,,,
 ନିଃସ୍ବାର୍ଥତା ର ଦେବୀ ଟି ଏ
    ଗରଳ କୁ ପାନକରେ ସାଜେ ନୀଳକଣ୍ଠୀ,,,,
ସାଇତା ସପନକୁ ଗଣ୍ଠି କରି
    ଗଢୁଥାଏ,,,,ବାୟାବସା  ,,,ତାର
ନିଖୁଣ ଅଭିନେତ୍ରୀସାଜି
      ଅଭିନୟ ସରିବା ଆଗୁ
ନଇଁ ଆସେ ଯବନିକା,,  
     ଅଜାଣତେ ତାର,,,
ଦର୍ଶକ,ସାଥୀ କଳାକାର,,,,କରତାଳି,,,, 
କିଛି ବି ନଥାଏ,,,
ଶୂନ୍ୟ ରଙ୍ଗମଞ୍ଚ ପରେ
  ଖୋଜୁଥାଏ,,,ଅଭିନେତ୍ରୀ
        ଆପଣାର ପରିଚୟ,,,,,
           ଆପଣା ର ପରିଚୟ,,,,।

ଜଗନ୍ନାଥ ପ୍ରସାଦ
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy