✍
ରତ୍ନମଣି ଦେବୀଙ୍କ ମୁଣ୍ଡଟା ଝାଇଁ ଝାଇଁ କରି ଉଠିଲା ଓ ଚାରିଆଡ଼ ଅନ୍ଧାର ଦେଖାଗଲା।ପେଟ ଭିତରଟା ମନ୍ଥି ହୋଇଯାଉଛି।ଭୋକରେ ଆଉଟୁ ପାଉଟୁ ହୋଇ ଗଲେଣି ସେ।ବାଆସ୍ତରୀ ବର୍ଷର ଶରୀର ଆଉ ଉପାସ ଭୋକ ସହି ପାରୁନି। ରାତି ଆସି ଆଠଟା ବାଜିଲାଣି, ପେଟରେ ଦାନା ମୁଠିଏ କଥା ଛାଡ ସକାଳୁ ଚା ଟୋପେ ବି ପଡିନି।କାଲି ଏକାଦଶୀ ଉପାସ ଥିଲା।ନାଁ ଆଉ ସେ ଅପେକ୍ଷା କରିବେନି। କେହି ତ ବୁଝୁ ନାହାନ୍ତି କି ଆଡ ଆଖିରେ ଅନଉ ନାହାନ୍ତି,ବୃଥା ଅଭିମାନ କରି ନିଜକୁ ଅଯଥା କଷ୍ଟ ଦେବା ଆଉ ଦରକାର ନାହିଁ।ସେ ଘର ଭିତରକୁ ଯାଇ ଡବା ଖୋଲି ଦେଖିଲା ବେଳକୁ ଚୁଡାଭଜା ମୁଠାଏ ପଡିଛି।ସେଇଆକୁ କଷ୍ଟେ ମଷ୍ଟେ ପାଟିରେ ପକେଇ ପାଣି ଗିଲାସେ ପିଇଲେ।ପିଣ୍ଡରେ ପ୍ରାଣ ପଶିଲା ପରି ଲାଗିଲା।
ବିଶିଷ୍ଟ ବ୍ଯବସାୟୀ ସୁଧାକର ବାବୁଙ୍କ ସହଧର୍ମିଣୀ ହେଉଛନ୍ତି ରତ୍ନମଣି ଦେବୀ।ସହରରେ ସ୍ବାମୀଙ୍କର ବିରାଟ ବ୍ଯବସାୟ ଓ ଅନେକ କୋଠାବାଡି ଅଛି।କିନ୍ତୁ ସ୍ବାମୀ ତାଙ୍କୁ ଅବେଳରେ ଅଧାବାଟରେ ଛାଡି ଦେଇ ଆରପୁରକୁ ଗମନ କଲେ।ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ।ସେତେବେଳକୁ ପିଲାମାନେ କେହି ପାରି ନଥିଲେ।ଏକୁଟିଆ ଗୁମାସ୍ତାଙ୍କୁ ସାଙ୍ଗରେ ଧରି ଏତେ ବଡ ବ୍ଯବସାୟ ନିଜେ ଦେଖାଶୁଣା କରିବା ଆଦୌ ସହଜ ନଥିଲା।ଆସ୍ତେ ଆସ୍ତେ ପିଲାମାନେ ବଡ ହେଲେ।ବଡ ଏବଂ ତା ତଳ ପୁଅ ତାଙ୍କ ସାଙ୍ଗରେ ହାତ ମିଳାଇଲେ।ରତ୍ନମଣିଙ୍କୁ ସାହାରା ମିଳିଗଲା।ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।ମା ଲକ୍ଷ୍ମୀଙ୍କ କୃପାରୁ ବ୍ଯବସାୟ ଓ ସମ୍ପତ୍ତିବାଡି ସବୁ ବଢି ଚାଲିଲା।ତୃତୀୟ ଓ ଚତୁର୍ଥ ପୁଅ ଦୁହେଁ କିନ୍ତୁ ବ୍ଯବସାୟରେ ମନ ଦେଲେନି।ସେମାନେ ପାଠପଢ଼ି ଇଞ୍ଜିନିୟରିଂ ପାସ୍ କରି ଚାକିରୀ କଲେ।ସାନ ପୁଅ ବ୍ଯବସାୟରେ ମନ ଦେଲା।ଭାଇମାନଙ୍କୁ ସାହାଯ୍ୟ କଲା।ଝିଅ ଦୁଇଜଣଙ୍କୁ ଉଚ୍ଚଶିକ୍ଷିତା କରି ଭଲ ଘର ଓ ଭଲ ବର ଦେଖି ବାହାଦେଲେ।ପୁଅମାନଙ୍କ ପାଇଁ ମଧ୍ୟ ଖୋଜି ଖୋଜି ସୁନ୍ଦରୀ ଶିକ୍ଷିତା ବୋହୂ ଘରକୁ ଆଣିଲେ।ଘର ତାଙ୍କର ପୁରି ଉଠିଲା।ତା ସହ ତାଙ୍କର ଗର୍ବ ଅହଙ୍କାର ମଧ୍ୟ ବଢି ଚାଲିଲା।
ପୁଅମାନଙ୍କର ପିଲାପିଲି ହେଲେ ଓ ଧୀରେ ଧୀରେ ପରିବାର ବଢି ଚାଲିଲା।ତାଙ୍କ ନିଜର ବୟସ ମଧ୍ୟ ବଢିବାକୁ ଲାଗିଲା।ବୋହୂମାନେ ଘରେ ଆଧିପତ୍ୟ ବିସ୍ତାର କଲେ।ସମ୍ପତ୍ତିବାଡିକୁ ନେଇ ମନ ଫଟାଫଟି ଆରମ୍ଭ ହେଲା।ପୁଅମାନେ ପାରିବାରିକ ବ୍ଯବସାୟ ସଙ୍ଗେ ସଙ୍ଗେ ନିଜସ୍ୱ ବ୍ଯବସାୟ ଆରମ୍ଭ କଲେ।ସେଥିପାଇଁ ପଇସାପତ୍ର ଆବଶ୍ୟକ ହେବାରୁ ରତ୍ନମଣିଙ୍କ ଜମାପୁଞ୍ଜି ଉପରେ ଆଖି ପକେଇଲେ।ବୋହୂମାନେ ମଧ୍ୟ ନିଜର ସ୍ବାଧୀନତା ଚାହିଁଲେ।ଏତେ ବଡ ଯୌଥ ପରିବାର ପାଇଁ ରୋଷେଇ ବାସ ଓ ଘରର ଦାୟିତ୍ୱ ନେବାକୁ କୁଣ୍ଠାବୋଧ କଲେ।ସ୍ବାମୀଙ୍କ ସହ ହୋଟେଲ ଯାଇ ନିଜ ଇଚ୍ଛା ମୁତାବକ ଖାଦ୍ଯ ଖାଇବାକୁ ଆଗ୍ରହ ପ୍ରକାଶ କଲେ।ଘରେ ରୋଷେଇ କରୁଥିବା ପୁରୁଣା ନନାକୁ ଚୋର ବୋଲି କହି ଘରୁ ବିଦା କରି ଦେଲେ।କିଏ ବା ଏତେ ଲୋକଙ୍କ ପାଇଁ ଭଲ ମନ୍ଦ ରୋଷେଇ କରିବ !!ତେଣୁ ଏକାଠି ଭାତ ଡାଲମା କରି ଦେଇ ବାହାରୁ ନିଜ ପସନ୍ଦ ମୁତାବକ ବିଭିନ୍ନ ତରକାରୀପତ୍ର ମଗେଇ ନିଜ ନିଜର ରୁମ୍ ରେ ଖାଇବା ଆରମ୍ଭ କଲେ।ଏତେ ବଡ ଯୌଥ ପରିବାର ନିଜ ଆଖି ଆଗରେ ଖଣ୍ଡ ବିଖଣ୍ଡ ହେବାକୁ ଲାଗିଲା।ପରସ୍ପର ମଧ୍ୟରେ ସ୍ନେହ ମମତା ଓ କଥାବାର୍ତ୍ତା ସବୁ କମିଗଲା।ଛୁଆଙ୍କୁ ପାଠ ପଢେଇବା ଆଳରେ ବୋହୂମାନେ ନିଜ ନିଜର ଶୀତତାପ ନିୟନ୍ତ୍ରିତ କୋଠରୀ ମଧ୍ୟରେ ଟି ଭି ଦେଖିବାକୁ ଲାଗିଲେ।ମୋବାଇଲ ଧରି ନିଜ ସାଙ୍ଗସାଥି ଓ ମାଆ ଭଉଣୀଙ୍କ ସହ ଖୁସି ଗପ ଓ ଚାଟିଂ କରିବାକୁ ପ୍ରାଧାନ୍ୟ ଦେଲେ।ତାଙ୍କ ପାଇଁ ମଧ୍ୟ ସମସ୍ତଙ୍କ ପାଖରେ ସମୟ ଅଭାବ ହେଲା।ପୁଅ ମାନେ କହିଲେ ମାଆ ତୁ ଥାଉ ଥାଉ ସବୁ ଅଡୁଆ ତୁଲାଇ ଦେ।ଆମ ସଂସାର ବଢିଲାଣି।ଏଇ ଘରେ ଜାଗା ହେଉନି।ପିଲାମାନେ ମଧ୍ୟ ବଡ ହେଲେଣି ସେମାନଙ୍କ ପାଇଁ ସ୍ବତନ୍ତ୍ର ରୁମ୍ ଦରକାର।ଏତେ ଜାଗା ଖାଲି ପଡିଛି।ତୁ ଆମକୁ ଆମ ଭାଗ ଦେଇଦେଲେ ଆମେ ନିଜର ଘର ଖଣ୍ଡେ ଖଣ୍ଡେ କରନ୍ତୁ।ସେ ବା ଆଉ କଣ କରନ୍ତେ।ନିଜ ଛାତିରେ ପଥର ରଖି ସବୁ ଭାଗ ଭାଗ କରିଦେଲେ।ପୁଅ ମାନେ କହିଲେ ମାଆ ସାମନା ପଟେ ଆମେ ନିଜର ନୂଆ ଘର କରିବୁ।ଏଇ ପୁରୁଣା ଘରକୁ ଭଡା ଦେଇ ଦେବା।ପୁରୁଣା ଘର ପାଖକୁ ଯେଉଁ ଖାଲି ଜାଗା ଅଛି ସେଠି ତୋ ପାଇଁ ବଖରାଏ ଘର କରି ଦେଉଛୁ।ତା ପାଖକୁ ଗୋଟିଏ ସୁନ୍ଦର ମନ୍ଦିର କରିଦେଲେ ଠାକୁର ପୂଜା ରେ ତୋ ସମୟ କଟିଯିବ।ଆମେ ସମସ୍ତେ ତୋତେ ପାଳି କରି ଖାଇବାକୁ ଦେବୁ ଓ ଯାହାର ପାଳି ଥିବ ସେ ତୋ ଖାଇବା ପିଇବା ସହ ଦେହ ପା ଭଲ ମନ୍ଦ କଥା ବୁଝିବ।ରତ୍ନମଣିଙ୍କ ଗାଲରେ କିଏ ଜଣେ ଚାପୁଡା ମାରିବା ପରି ଲାଗିଲା।କିଏ କହିଲା ମଣିଷ ତା କର୍ମଫଳ ପରଜନ୍ମରେ ଭୋଗିଥାଏ ବୋଲି !!ଏଇ ଜନ୍ମରେ ହିଁ ଭଗବାନ କଡା ଗଣ୍ଡା ହିସାବକରି ସବୁ ତା ପାଇଁ ଭୋଗିବାକୁ ରଖିଥାନ୍ତି।ଅନ୍ୟ ମାନେ ତ ଦୂରର କଥା ଏ ହାତର ପାପ ସେ ହାତ ବି ନିଏନି।ଯାହା ସେ ଦିନେ କରି ଥିଲେ ସବୁ ଆଜି ବୁମେରାଂ ପରି ଫେରି ଆସିଛି ତାଙ୍କ ଆଡକୁ।
ସୁଧାକର ବାବୁ ଦୁଇ ଭାଇ।ବଡ ଭାଇ ସୁନାକର ବାବୁ ଦେବପ୍ରତିମ ଲୋକ।କାହାକୁ କିଛି କୁହନ୍ତି ନାହିଁ।ତାଙ୍କ ସ୍ତ୍ରୀ ରାଧାରାଣୀ ମଧ୍ୟ ସବୁବେଳେ ପୂଜା ଅର୍ଚ୍ଚନାରେ ଲାଗିଥାନ୍ତି।ଶାଶୁ ଶଶୁର ଅନେକ ଦିନୁ ଡକାଡକି ହୋଇ ସେ ପୁରକୁ ଚାଲିଯାଇଥିଲେ।ଏଇ ଦେଢଶୁର ଓ ଯାଆ ସୁଧାକର ବାବୁଙ୍କୁ ନିଜ ପୁଅ ପରି ବଢେଇ କୁଢେଇ ମଣିଷ କରିଥିଲେ।ଅନେକ ଖୋଜାଖୋଜି କରି ରତ୍ନମଣିଙ୍କୁ ବୋହୂ କରି ଆଣିଥିଲେ।ହେଲେ ସେ ବାହା ହୋଇ ଆସୁ ଆସୁ ସୁଧାକର ବାବୁଙ୍କୁ ସବୁବେଳେ ଶିଖାଇଲେ।ଭାଇ ଭାଉଜଙ୍କ ନାଆଁରେ ଏଣୁ ତେଣୁ ମିଛ କଥା କହିଲେ।ତାଙ୍କର ଲାଗ ଲାଗ ପାଞ୍ଚ ପୁଅ ଓ ଦୁଇ ଝିଅ ହେବା ପରେ ବି ରାଧାରାଣୀଙ୍କ କୋଳ ଖାଲି ଥିଲା।ସେ ସବୁବେଳେ ତାଙ୍କୁ ଦେଖେଇ ଶିଖେଇ ଖୁଣ୍ଟା ଦେବାକୁ ଭୁଲୁ ନଥିଲେ।ଅମଙ୍ଗଳ ହେବ ବୋଲି କହି ନିଜ ପିଲାମାନଙ୍କୁ ବି ଧରିବାକୁ ଦିଅନ୍ତିନି।ଦିନେ ସ୍ବାମୀ ଙ୍କୁ କହି ଘରକୁ ଦୁଇ ଭାଗ କରି ଦେଲେ।ନିଜ ପିଲାପିଲିଙ୍କୁ ନେଇ ନୂଆ ଘରେ ରହିଲେ।ତାଙ୍କର ଏତେ ଘର କଣ ହେବ ବୋଲି କହି ବାଡିପଟେ ଥିବା ପୁରୁଣା ଛୋଟ ଘରକୁ ବଡଭାଇଙ୍କୁ ଦେଲେ।ବଡଭାଇ କୌଣସି ଆପତ୍ତି ନକରି ନିଜ ସ୍ତ୍ରୀକୁ ନେଇ ବାଡିପଟକୁ ଚାଲି ଗଲେ।
ଦିନେ ଦେଢଶୁର ଗୋଟିଏ ଅନାଥ ପିଲାକୁ ଆଣି ଘରେ ରଖିଲେ।ପାଠ ପଢେଇ ତାକୁ ମଣିଷ କଲେ ଓ ଗୋଟିଏ ଦୋକାନ କରିଦେଲେ।ତାକୁ ସେ ଆଦୌ ସହିପାରନ୍ତି ନାହିଁ।ଆଜି ସେଇ ଦେବୁ ବାହାଶାହା ହେଇ ପିଲାଛୁଆର ବାପ ହେଲାଣି।ତା ସ୍ତ୍ରୀ ର ସେବା ଯତ୍ନରେ ଦେଢଶୁର ଓ ଯାଆ ବେଶ୍ ଆରାମରେ ଅଛନ୍ତି।ଆଜି ବି ସେମାନଙ୍କର ଭଲରେ ରହିବା ସହ୍ଯ କରିପାରନ୍ତି ନାହିଁ ସେ।ନିଜର ବଡିମା ଦେଖେଇବାକୁ ବେଳ ଅବେଳରେ ହାଜର ହୋଇଯାଆନ୍ତି ଯାଆଙ୍କ ପାଖରେ।ପୁଅ ଝିଅମାନେ ଦେଇଥିବା ଶାଢୀ,ସାଲ୍,ସୋଏଟର, ଗହଣା ଓ ଭଳିକି ଭଳି ଘଣ୍ଟାକୁ ଦେଖେଇ ହୁଅନ୍ତି।ଏ ପୁଅ ଏଇଟା ଦେଇଛି,ସେ ପୁଅ ସେଇଟା ଦେଇଛି,ଝିଅ ଜୋଇଁ କେତେ କଣ ଦେଇଛନ୍ତି ବୋଲି କହି ଯାଆଙ୍କର ସନ୍ତାନ ନଥିବାର କ୍ଷତକୁ ଉଖାରି ଖୁସି ହୁଅନ୍ତି।ନାତି ନାତୁଣୀଙ୍କ ଗୁଣ କୀର୍ତ୍ତନ କରନ୍ତି।କିନ୍ତୁ ବଡଯାଆ କେବେହେଲେ ପ୍ରତ୍ଯୁତ୍ତର ଦିଅନ୍ତି ନାହିଁ,ଖାଲି ଟିକିଏ ହସି ଦିଅନ୍ତି।ସେଇ ହସ ଟିକକ ଦେଖିଦେଲେ ସେ ନିଆଁରେ ଘିଅ ଢାଳିଲା ପରି ଜଳି ଉଠନ୍ତି।
ପିଲାଦିନେ ଗାଁ ରେ ହେଉଥିବା ଗାଈ ପାଳି ପରି ଆଜି ତାଙ୍କର ପାଳି କରାଯାଇଛି।ପାଞ୍ଚ ପୁଅଙ୍କ ପାଖରେ ସେ ଦୁଇ ମାସ ଲେଖାଏଁ ପାଳି କରି ରହିଥାନ୍ତି।ଯେଉଁ ପୁଅର ପାଳି ଥାଏ ସେ ତାଙ୍କର ଖାଇବା ପିନ୍ଧିବା,ଖର୍ଚ୍ଚ ବାର୍ଚ୍ଚ,ଦେହ ପା,ହାନି ଲାଭ ସବୁକିଛି ବୁଝିଥାଏ।ପ୍ରଥମେ ବଡ ଦୁଇ ପୁଅଙ୍କ ପାଖରେ ରହିଲା ପରେ ସାନ ପୁଅ ପାଖରେ ରହିଥାନ୍ତି।ତାପରେ ବାଲେଶ୍ବରରେ ଥିବା ତୃତୀୟ ପୁଅ ଆସି ତାଙ୍କୁ ନେଇଯାଏ।ସେଠି ପାଳି ପୁରିଲେ ଚତୁର୍ଥ ପୁଅ ପାଖକୁ ରାଉରକେଲା ଯାଆନ୍ତି।ଦୁଇ ମାସ ପରେ ପୁଣି ଫେରି ଆସନ୍ତି ନିଜ ଘରକୁ ଓ ବଡ ପୁଅର ପାଳି ଆରମ୍ଭ ହୁଏ।ଋତୁ ଚକ୍ର ପରି ସେ ବି ଘୁରୁ ଥାଆନ୍ତି।ଝିଅମାନଙ୍କ ଘରକୁ ସେ ଯେ କେବେ ଯାଇଥିଲେ ଭୁଲି ଗଲେଣି।ଆଗରୁ ନିଜର ଜଞ୍ଜାଳ ପାଇଁ ଯାଇପାରୁ ନଥିଲେ।ଏବେ ସେମାନେ ଏଇ ବୁଢୀ ମଣିଷଟିକୁ ନେବାକୁ ରାଜି ନୁହଁନ୍ତି।ଶାଶୁ ଘର ଲୋକ ବହୁତ ଆସୁଛନ୍ତି କେତେବେଳେ ପୁଣି ଜୋଇଁ ଙ୍କ ବଦଳି, ପିଲାମାନଙ୍କ ପାଠପଢ଼ା, ଛୋଟ ଘର ଏମିତି କେତେ କଣ ବାହାନା କାଢନ୍ତି।ସେ ସବୁ ବୁଝନ୍ତି।ଝିଅମାନେ କିନ୍ତୁ ବର୍ଷକୁ ଦୁଇ ଥର ଆସି ବାପଘରୁ ବୁଲି ଯାଆନ୍ତି।ମାଆକୁ ଦେଖିବା ଆଳରେ ଆସି ଭାଉଜମାନଙ୍କ ଆଗରେ ଶାଢୀରେ,ଗହଣା,ପଇସା,କୋଠାବାଡି ଓ ଗାଡି ଘୋଡାର ପ୍ରଦର୍ଶନୀ କରନ୍ତି।ସେମାନେ ବି ଦିନେ ଅଧେ ମାଆ ପାଖରେ ନରହି ଭାଇମାନଙ୍କର ସୁନ୍ଦର ବଡଘରେ ରୁହନ୍ତି।ମାଆକୁ କୁହନ୍ତି କଣ କରିବୁ ମାଆ ପିଲାମାନେ ସେପଟେ ମିଶିକି ରହିବାକୁ ଭଲ ପାଉଛନ୍ତି।ଏଇ ପଛପଟ ଏକୁଟିଆ ଘରେ ରହିବାକୁ ଆଦୌ ରାଜି ହେଉ ନାହାନ୍ତି।ସେତେବେଳେ ତ କାହିଁ ସେମାନେ ଭାବୁ ନାହାନ୍ତି ମାଆ କେମିତି ସବୁଦିନେ ଏଠି ଏକୁଟିଆ ରହୁଛି।ସମସ୍ତେ ନିଜ ନିଜର ସ୍ବାର୍ଥ ପୂରଣ କରିବାରେ ବ୍ଯସ୍ତ।ସେ ସବୁ ବୁଝନ୍ତି ସବୁ ଜାଣନ୍ତି କିନ୍ତୁ କିଛି କୁହନ୍ତି ନାହିଁ।କହିକି ବି ଲାଭ କଣ ? ଯାହା ତାଙ୍କ ଭାଗ୍ୟରେ ଥିବ।
ଆଜିଠାରୁ ସାନ ପୁଅର ପାଳି ଆରମ୍ଭ ହୋଇଛି।ଶାଳୀ ବାହାଘର ପାଇଁ ସାନ ପୁଅ ଚାରି ଦିନ ହେଲାଣି ବୋହୂ ଓ ପିଲାମାନଙ୍କୁ ଧରି ଶଶୁର ଘରକୁ ଯାଇଛି।ଆଜି ଫେରିବା କଥା କିନ୍ତୁ ଦିନ ଯାଇ ରାତି ଆସି ନଅଟା ବାଜିଲାଣି ତାଙ୍କର ଦେଖା ଦର୍ଶନ ନାହିଁ।ଘରେ ଏତେ ଲୋକ, କେହିହେଲେ ତାଙ୍କୁ ଚା କପ୍ ଟେ କି ପାଣି ଗିଲାସେ ପାଇଁ ପଚାରି ନାହାନ୍ତି।ସଂଧ୍ୟା ବେଳେ ବଡ ପୁଅ ବୋହୂ ସଜବାଜ ହେଇ ବାହାରକୁ ଯାଉଥିଲେ।ସେ ଡାକିବାରୁ ପୁଅ କହିଲା ମାଆ ଆମର ଡେରି ହୋଇଗଲାଣି।ଯାହା କହିବା କଥା ବୁଲୁ(ସାନପୁଅ)କୁ କହ।ଏବେ ତୋ କଥା ବୁଝିବା ଆମ କାମ ନୁହେଁ।ସେ ନୀରବ ହୋଇଗଲେ।କହିପାରିଲେ ନାହିଁ ଯେ ସାନ ପୁଅର ଦେହ ଖରାପ ସମୟରେ ରାତି ସାରା ଅନିଦ୍ରା ହେଇଥିଲେ ବି ସେ ପରୀକ୍ଷା ଥିବାରୁ ଭୋରରୁ ବଡ ପୁଅକୁ ଉଠେଇ ପାଠ ପଢଉ ଥିଲେ।ସବୁ ପିଲାମାନଙ୍କର ବରାଦ ମୁତାବକ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରାନ୍ଧି ପରଶୁଥିଲେ।ଏମିତି କେତେ କଥା ଭାବୁ ଭାବୁ ସେ କେତେବେଳେ ଶୋଇପଡିଛନ୍ତି ନିଜେ ବି ଜାଣି ନାହାନ୍ତି।
ନିଦ ଭାଙ୍ଗିଲା ବେଳକୁ ଦେଖିଲେ ଖରା ଆସି କେତେ ହେଲାଣି।ମୁହଁ ହାତ ଧୋଇ ଦାନ୍ତ ଘଷି ଗାଧୋଇବାକୁ ଗଲେ ସେ।ପୂଜା ଶେଷ କରି ଦେଖିଲେ ଆଜି ମଧ୍ୟ ସାନ ପୁଅ ବୋହୂ ଆସି ନାହାନ୍ତି।ଆଖିରେ ଲୁହ ଦୁଇ ଟୋପା ଜକେଇ ଆସିଲା।ଆଜି ସେ ସମସ୍ତଙ୍କ ପାଇଁ ଅଲୋଡା।ଦିନେ ତାଙ୍କ କଥା ରେ ବସ ଉଠ୍ ହେଉଥିବା ଏଇ ଘରର ଲୋକମାନଙ୍କୁ ସେ କଣ କରୁଛନ୍ତି ଜଣାନାହିଁ।ତାଙ୍କ ପାଇଁ ସାମାନ୍ୟ ଆଗ୍ରହ ମଧ୍ୟ କାହାର ନାହିଁ।ମାଆ ପାଖରୁ ଟଙ୍କାପଇସା,ଜମି ବାଡି ସବୁ ନେଇସାରିବା ପରେ ମାଆ ଆଉ କାହାର ବା କଣ ଦରକାର ? ଜୀବନ ପ୍ରତି ବିତୃଷ୍ଣା ଆସିଗଲା ତାଙ୍କର।ଏହି ସମୟରେ ଘରେ ଭଡାଥିବା ଝିଅଟି ବାମ୍ଫଉଠା ଚା କପ୍ ସାଙ୍ଗରେ ବିସ୍କୁଟ ଚାରି ଖଣ୍ଡ ଆଣି କହିଲା ମାଉସୀ ଚା ଟିକିଏ ପିଅନ୍ତୁ,କେତେବେଳୁ ଗାଧୋଇ ପୂଜା ସାରି ବସିଛନ୍ତି।ଝିଅଟି ବାଧ୍ୟ କରିବାରୁ ବହୁତ କଷ୍ଟ ରେ ଚା ବିସ୍କୁଟ ଖାଇ ଉଠିଲେ।ନାଁ ଆଜି ଗୋଟିଏ କିଛି ନିଷ୍ପତ୍ତି ନେବାକୁ ହେବ।ବହୁତ ଦିନ ଆଗରୁ ଭାବୁଥିଲେ ବି ଘରର ମାୟା ମୋହ କଟେଇ ଏମିତି ଏକ ନିଷ୍ପତ୍ତି ନେବାକୁ ସେ ସାହସ ଜୁଟେଇ ପାରୁ ନଥିଲେ।ଅଯଥା ଡେରି ନ କରି ଆଲମାରୀ ଖୋଲି ଫୋନ୍ ଖାତା ଆଣି ଆଗରୁ ଟିପି ରଖିଥିବା ବୃଦ୍ଧାଶ୍ରମକୁ ଫୋନ୍ ଲଗେଇଲେ।ଘଣ୍ଟାଏ ପରେ ତାଙ୍କୁ ନେବାକୁ ଗାଡି ଆସି ଗେଟ୍ ପାଖରେ ଲାଗିଲା।ସେ ନିଜର ଲୁଗାପଟା ଦୁଇ ଖଣ୍ଡ ଧରି ଗାଡିରେ ବସିବାକୁ ଯାଉଛନ୍ତି ଏହି ସମୟରେ ରୁହ ସାନବୋହୂ ଡାକ ଶୁଣି ପଛକୁ ଫେରି ଚାହିଁଲେ।ଦେଖିଲେ ଯାଆ,ଦେଢଶୁର ଓ ଦେବୁ ସମସ୍ତେ ଆସୁଛନ୍ତି।ଦେଢଶୁର କହିଲେ ସୁଧା ନଥିଲେ କଣ ହେଲା ମୁଁ ତ ବଞ୍ଚିଛି।ତୁମେ କାହା ଅନୁମତି ନେଇ ଏ ଘର ଛାଡି ଯାଉଥିଲ ?ଦେବୁ କହିଲା,ସାନବୋଉ !!ଘରକୁ ଚାଲ ମୁଁ କଣ ତୁମ ପୁଅ ନୁହେଁ ?ଦେଢଶୁର ହାତଯୋଡି ବିନମ୍ରତାର ସହ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନଙ୍କୁ ଫେରିଯିବାକୁ ଅନୁରୋଧ କରୁଥିଲେ।
ରତ୍ନମଣିଙ୍କ ଆଖିରୁ ଅନୁତାପର ଅଶ୍ରୁ ଗଡି ଚାଲିଥିଲା।ତାଙ୍କର ଇଚ୍ଛା ହେଉଥିଲା ସମାଜର ସବୁ ନୀତି ନିୟମ ଭାଙ୍ଗି ଦେବପ୍ରତିମ ବଡଭାଇ ସଦୃଶ ଦେଢଶୁରଙ୍କର ପାଦ ଦୁଇଟାକୁ ଜାବୁଡି ଧରି କ୍ଷମା ପ୍ରାର୍ଥନା କରିବାକୁ।
© ସସ୍ମିତା ମହାନ୍ତି

No comments:
Post a Comment