Monday, August 24, 2020

ନୂଆ ଖାଇ ପର୍ବ

              ✍ବାସନ୍ତୀ ଲତା ଜେନା 

ପଶ୍ଚିମ ଓଡିଶା ନୂଆ ଖାଇ ପର୍ବ 
ଶୁକଳ ପକ୍ଷରେ ଜାଣ 
ଭାଇ ଚାରା ଏଠି ପାଳିତ ହୁଅଇ 
ସମସ୍ତଙ୍କ ଏକ ମନ     l୧l
ଜନ୍ମାଷ୍ଟମୀ ରାତି ପଣ୍ଡିତେ କରନ୍ତି 
ରାଶି ନକ୍ଷତ୍ର ଗଣନ
ମାଆଙ୍କ ରାଶିରେ ତିଥି ବାର ଧାର୍ଯ୍ୟ 
ସମଲେଶ୍ୱରୀ ପ୍ରଧାନ    l୨l 
ସିଂହ ଭାଦ୍ର ମାସ ଶୁକଳ ପକ୍ଷରେ 
ଯେଉଁ ତିଥି ନିର୍ଦ୍ଧାରଣ 
ସେ ତିଥିରେ ହୁଏ ମାତାଙ୍କ ପାଖରେ 
ନବାନ୍ନ ତ ସମର୍ପଣ     l୩l 
ସମଗ୍ର ପଶ୍ଚିମ ଓଡିଶା ରାଜ୍ୟରେ 
ଏକ ଦିନେ ଅନ୍ନ ଭୋଗ 
ଲଗ୍ନର ଘୋଷଣା ପଣ୍ଡିତେ କରନ୍ତି 
ସମସ୍ତେ ହୁଅ ସଜାଗ     l୪l 
ଯିଏ ଯେଉଁ ଠାରେ ରହି ଥିଲେ ମଧ୍ୟ 
ଘରକୁ ଫେରିଣ ଥାନ୍ତି 
ଏହା ଏକ ଵିଧି ଜନ ସମାଜରେ 
ନ ହେଲେ ଭର୍ସିତ ହୁ'ନ୍ତି    l୫l 
ନୂଆ ଖାଇ ପର୍ବ ବନ୍ଧନ ଶିଖାଏ 
ସାମାଜି କରଣ ପାଇଁ 
ବନ୍ଧୁଙ୍କ ମଧ୍ୟରେ କଳୁଷ କାଳିମା 
ସବୁ ଯାଏ ଦୂର ହୋଇ     l୬l
ପରସ୍ପର ମଧ୍ୟେ ସ୍ନେହ ପ୍ରେମ ପ୍ରୀତି 
ଅତୁଟ ହୋଇଣ ଥାଏ 
ଭାଇ ବନ୍ଧୁ ଆଉ କୁଟୁମ୍ବ ପରିକା 
ଏକ ମନ ହୋଇ ଥାଏ     l୭l 
ଏକାଠି ମିଶିଣ ପର୍ବ ପାଳି ଥାନ୍ତି 
ଆନନ୍ଦ ଉଲ୍ଲାସ ମନ 
ଦେବୀଙ୍କୁ ନବାନ୍ନ ସମର୍ପଣ କରି 
ଖୁସିରେ କଟାନ୍ତି ଦିନ     l୮l
ଧାଡ଼ି ଧାଡ଼ି ବସି ପ୍ରସାଦ ଖାଆନ୍ତି 
ସଭିଙ୍କ ମନ ଆନନ୍ଦ 
ମଉଜ ମଜଲିସ ଖେଳ କୁଦ ସଙ୍ଗେ 
ସୁଖେ ବିତାଅନ୍ତି ଦିନ       l୯l
ନୂଆ ଖିଆ ପର୍ବ ନୂଆ ଲୁଗା ପିନ୍ଧା 
ଵିଧି ରହି ଅଛି ଜାଣ 
ଗୁରୁ ଜନଙ୍କର ଚରଣେ ଜୁହାର 
ଲଘୁ ଜନଙ୍କ ବନ୍ଦନ       l୧୦l 
କେତେ ଆଦିବାସୀ କନ୍ଦମୂଳ ଆଳୁ 
ପିତା ଫଳ ଦେଇ ଥାନ୍ତି
ଦେବୀଙ୍କ ପାଖରେ ଭୋଗ ଲାଗଇଣ 
ନିଜେ ନିଜେ ଖାଇ ଥାନ୍ତି    l୧୧l 
କେତେକ ସ୍ଥାନରେ ପଶୁ ପକ୍ଷୀ ବଳି 
ପ୍ରଚଳିତ ପ୍ରଥା ଥାଏ 
କେତେକ ଲୋକ ଯେ ମହୁ ଖାଇ କରି 
ନୂଆ ଖିଆ ପାଳି ଥାଏ     l୧୨l 
ପରସ୍ପର ମଧ୍ୟେ କୁହା କୁହି ହୁ'ନ୍ତି 
ଭେଟ ଘାଟର ଜୁହାର 
ନୃତ୍ୟ ସଂଗୀତରେ ଦିନଟି କଟଇ 
ଖୁସି ମନ ସଭିଙ୍କର       l୧୩l 

ବାସନ୍ତୀ ଲତା ଜେନା, ଗାନ୍ଧିନଗର, 
ନବରଙ୍ଗପୁର,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy