Monday, August 24, 2020

ପ୍ରଥମ ଓଡିଆ ଡାକ୍ତର କୁନ୍ତଳା କୁମାରୀ ସାବତ


   ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ସାବତ ଥିଲେ ଅନ୍ୟତମ । ଇଂରେଜ ଶାସନ ସମୟରେ ବିଶିଷ୍ଟ ଓଡିଆ ନାରୀ ନେତ୍ରୀ କୁନ୍ତଳା କୁମାରୀ ସାବତ ଏକାଧାରରେ ଥିଲେ ଲେଖିକା,କବି,ସ୍ବାଧୀନତା ସଂଗ୍ରାମୀ ଓ ସମାଜ କର୍ମୀ । ପିତା ଡାନିଏଲ ସାବତ ଓ ମାତା ମୋନିକା ସାବତଙ୍କ ଔରସରୁ ୧୯୦୧ ମସିହା ଫେବୃଆରୀ ମାସ ୮ ତାରିଖରେ ଛତିଶଗଡ଼ର ଜଗଦଲପୁରରେ କୁନ୍ତଳାଙ୍କର ଜନ୍ମ ହୋଇଥିଲା । କିନ୍ତୁ ତାଙ୍କର ପିତାମହ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣରୁ ପିତା ବସ୍ତର ଜିଲ୍ଲାକୁ ପଳାଇ ଯାଇଥିଲେ ଓ ସେଠାରେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ଜନ୍ମ ପରେ ସପରିବାର ବର୍ମା ଚାଲିଯାଇଥିଲେ । ବର୍ମାରେ ହିଁ କୁନ୍ତଳାଙ୍କ ପିଲାଦିନ କଟିଥିଲା । ପରେ ମାଆଙ୍କ ସହ ଓଡିଶା ଫେରି ଖୋର୍ଦ୍ଧାରେ ରହିଥିଲେ । ରେଭେନ୍ସା ବାଳିବା ବିଦ୍ଯାଳୟରୁ ଉତ୍ତୀର୍ଣ୍ଣ ହୋଇ କଟକର ଓଡିଶା ମେଡିକାଲ ସ୍କୁଲ(ବର୍ତ୍ତମାନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ)ରେ ଅଧ୍ଯୟନ କରିଥିଲେ । ୧୯୨୧ରେ ମେଡ଼ିକାଲ ବୋର୍ଡ ପରୀକ୍ଷାରେ ସ୍ବର୍ଣ୍ଣ ପଦକ ସହ ଡାକ୍ତରୀ ଡିଗ୍ରୀ ଲାଭ କରିଥିଲେ । ଏହା ସହିତ ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତରରେ ପରିଣତ ହୋଇଥିଲେ । ସେ ମାତ୍ର ୩୭ ବର୍ଷର ଜୀବନ କାଳରେ ସୃଷ୍ଟି କରିଥିଲେ ଏକାଧିକ ମର୍ମସ୍ପର୍ଶୀ କାବ୍ଯଗ୍ରନ୍ଥ,ଉପନ୍ୟାସ ଓ ପ୍ରବନ୍ଧ । ତାଙ୍କର ପ୍ରଥମ କବିତା " ତାରା ପ୍ରତି " ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ତାହା ପରେ ସେ ଲେଖିଥିଲେ ' ଶେଫାଳି ' , ' କମଳପ୍ରତି ' , ' ପୂଜା ' ,  ' ଆବାହନ ' , ଇତ୍ୟାଦି । ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ । ' ଅଞ୍ଜଳି ' , ' ଉଚ୍ଛ୍ବାସ ' ,  ' ଅର୍ଚ୍ଚନା ' , ' ସ୍ଫୁଲିଙ୍ଗ ' , ' ଆହ୍ବାନ ' , ' ପ୍ରେମ ଚିନ୍ତାମଣି ' , ଆଦି କୁନ୍ତଳାଙ୍କ ପ୍ରମୁଖ କବିତା ସଂକଳନ । ' ନଅତୁଣ୍ଡୀ ' , ' କାଳିବୋହୂ ' , ' ପରଶମଣି ' , ' ରଘୁ ଅରକ୍ଷିତ ' ଆଦି ତାଙ୍କର ଲୋକପ୍ରିୟ ଉପନ୍ୟାସ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ପାରଙ୍ଗମ ଥିଲେ । ସେ ' ସ୍ତ୍ରୀ ଭୂଷଣ ' , ' ନାରୀ ' , ' ଭାରତୀ ' , 'ଜୀବନ ' ଆଦି ହିନ୍ଦୀ ପତ୍ରିକାରେ ସଂପାଦିକା ଦାୟିତ୍ୱ ତୁଲାଇଥିଲେ । ଅସହଯୋଗ ଆନ୍ଦୋଳନ ବେଳେ ଓଡିଶାବାସୀଙ୍କୁ ସ୍ବାଧୀନତା ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ । ସେ ଆଜୀବନ ଜାତିପ୍ରଥା , ବାଲ୍ଯବିବାହ ଆଦି କୁସଂସ୍କାରକୁ ବିରୋଧ କରୁଥିଲେ । ନାରୀ ଶିକ୍ଷା , ସଶକ୍ତିକରଣ ଓ ବିଧବା ବିବାହ ସପକ୍ଷରେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରୁଥିଲେ । ୧୮୨୮ରେ ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ବିବାହ କରି ଚାରିଜଣ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ୧୯୩୮ ମସିହା ଆଜିର ଦିନରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy