ଆଖି ଅଞ୍ଚଳକୁ
ଛାଇନିଦ ଅକ୍ତିଆର
କରୁ କରୁ ମୋତେ ଶୁଭେ
ରୁମ୍ ଝୁମ୍ ହୋଇ ତୁମ ପାଦର ଶବ୍ଦ,
ମନକୁ ମନକୁ ଖିଲି ଖିଲି ତାଜା ହସ
ଫୁଟି ଉଠେ ମୋ ସ୍ଵପ୍ନ ଅଗଣାର
ପ୍ରତିଟି ଜଡ ବସ୍ତୁ ମାନଙ୍କ
ଓଠ ଅଗଣାରେ.....
ଇସ୍
କି ଆତ୍ମତୃପ୍ତି...
ଓଃ କି ଅମୃତ ଅନୁଭବ...
ସତରେ ମୁଁ ଆବୃତ୍ତ ତୁମ
ପୀରତିର ଶୁଦ୍ଧ ପବିତ୍ର ଓଡଣୀରେ,
ମୁଁ ଚିରବନ୍ଦୀ ତୁମ ପ୍ରେମର ଶିକୁଳିରେ
ମୁଁ ସତ୍ତାହୀନ ସଂଜ୍ଞାହୀନ ତୁମ
ଆନ୍ତରିକତା ମୋହରେ...
ମୁଁ ତୁମ ସ୍ନେହର
କବଜାରେ
ବୋଧେ...
ମୁଁ
ହଜୁଛି
ଭାସି ଭାସି
ନିଦ ଜଳଦ କୋଳରେ
ତୁମ ସରଳ ନରମ ପାପୁଲି ସ୍ପର୍ଶରେ..
ମ୍ରିୟମାଣ ଭାବନା ମୋ ଜୁଡୁବୁଡୁ
କଳ୍ପନାର କେଳି କୁଞ୍ଜରେ
ଅଙ୍ଗେ ଅଙ୍ଗେ ଛୁଏଁ
ମୃଦୁ ମହୁଆ
ବାସ୍ନା...
ଝାପ୍ସା
ତୁମ ମୁହଁ
ଖୁବ୍ ଅସ୍ପଷ୍ଟ....
ମୁଁ ବେଶ୍ ପରିଚିତ
ତୁମ ପ୍ରଖର ନିଶ୍ଵାସ ପ୍ରଶ୍ଵାସ ସହ,
ମୋ ଛାତିରେ ଆଙ୍କିଥିବା ତୁମ ଚିତ୍ର
ଲହୁ ଲୁହାଣ କରେ ପ୍ରଶ୍ନବାଣରେ
କାହିଁକି ତୁମଠୁ ଚୋରେଇଛି
ତୁମ ଆଖି, ତୁମ ଓଠ
ଆଉ ତୁମକୁ....
ରାତି ପାହିବ
ଟିକେ ରୁହ ,ଆଉ ଟିକେ..
ଧେତ୍, ଉଠି ପଡିଲ ଯେ ,ରୁହ
ନା କେହି ବି ନାହାଁନ୍ତି ଏଠି ଆମ ଛଡା
ନାଁ ଆତ୍ମାକୁ କେହି ଦେଖନ୍ତିନି
ଆଉ ପ୍ରେମ ଆତ୍ମାରୁ
ଆତ୍ମାକୁ ହୁଏ....
ହଁ
ସେମିତି
ସ୍ଵପ୍ନ ନାୟିକା
ହୋଇ ରହିଥାଅ,
ବାସ୍...
ଶ୍ରୀନିବାସ ବିଶ୍ଵାଳ,ସଇପୁର, ଯାଜପୁର
No comments:
Post a Comment