Thursday, August 27, 2020

ଶ୍ରୀକୃଷ୍ଣ

ଅଛି ବୋଲି ଯାହା ଭାବୁ ଅଛ ତୁମେ ତାହାର ଅସ୍ତିତ୍ଵ ନାହିଁ, 
ନାହିଁ ବୋଲି ଯାହା ଭାବୁ ଅଛ ତୁମେ ତାହା କିନ୍ତୁ ଅଛି ରହି। 
ସମସ୍ତଙ୍କ ପାଇଁ ଦିବ୍ୟତ୍ବ ହିଁ ଅଛି ଜଗତ ଅସ୍ତିତ୍ଵ ନାହିଁ, 
ଏହି ସତ୍ୟ ଟିକୁ ଉପଲବ୍ଧି କର ତୁମେ ସବୁ ଏଠି ରହି।।

          ଆମେ ଭଗବଦ୍ ଗୀତା କୁ କୃଷ୍ଣ ଓ ଅର୍ଜୁନ ଙ୍କ ମଧ୍ୟରେ ବାର୍ତ୍ତାଳାପ ମାତ୍ର ବୋଲି ମନେ କରିବା ଉଚିତ୍ ନୁହେଁ। ଏହା ସବୁ ମନୁଷ୍ୟଙ୍କ ହୃଦୟରେ ଥିବା ମାନବ ଓ ଦେବ ମଧ୍ୟରେ ଏକ ଅସରନ୍ତି ସଂଳାପ। ଅର୍ଜୁନ ଯେପରି ଅବିଚଳିତ ମନରେ କୃଷ୍ଣଙ୍କ ବଚନ ଶ୍ରବଣ କରିଥିଲେ ସେହିପରି ପ୍ରତ୍ୟେକ ମନୁଷ୍ୟ ତାର ହୃଦୟର ଗଭୀରତମ ପ୍ରଦେଶରୁ ବାହାରୁଥିବା ବଚନ ଓ ଘୋଷଣା ଗୁଡିକୁ ଆନ୍ତରିକତାର ସହ ଶ୍ରବଣ କରିବା ଉଚିତ୍। ଏହି ଏକାଗ୍ରତା ଭାବ ଉନ୍ନତ ହେଲେ ମନୁଷ୍ୟ ଦୈବତ୍ବରେ ପହଞ୍ଚିବା ସମ୍ଭବ ହେବ। ଏତାଦୃଶ ଅନୁଶାସନ ବଳରେ ଦାନବ ନିଃସନ୍ଦେହରେ ମାନବ ଏବଂ ମାନବ ଦେବ ହୋଇ ପାରେ। ଏହା ଗୀତାର ଅନତିକ୍ରମ୍ୟ ଗରିମା। ଗୀତାର ପ୍ରଭାବ ଓ ପବିତ୍ରତା ସାଧାରଣ ମାନବୀୟ ଚେତନା ଦ୍ବାରା ବୁଝି ହେବ ନାହିଁ, ମାତ୍ର ମନୁଷ୍ୟର ସତ୍ତାର ଦିବ୍ୟ ସ୍ତର ଗୁଡିକ ଦ୍ବାରା ବୁଝି ହେବ। 
           ଗୀତା ଏକ କଳ୍ପବୃକ୍ଷ ଯାହା କୃଷ୍ଣଙ୍କ ଦ୍ବାରା ରୋପିତ ଏବଂ ବ୍ୟାସଙ୍କ ଦ୍ବାରା ପରିପୁଷ୍ଟ ହୋଇଛି। ଉପନିଷଦ ମାନେ ଏହି ବୃକ୍ଷର ବୀଜ। ବ୍ରହ୍ମଜ୍ଞାନ ହେଉଛି ଅଙ୍କୁର। ଶାସ୍ତ୍ର ଗୁଡିକ ଶାଖା ଏବଂ ଇଶ୍ଵର ପ୍ରେମ ଓ ଶରଢାଗତି ହେଉଛି ସୁଗନ୍ଧିତ ପୁଷ୍ପ। ଆତ୍ମାନନ୍ଦ ଏହାର ଫଳ। ପ୍ରତ୍ୟେକ ମନୁଷ୍ୟ ଏହି ବୃକ୍ଷ ମୂଳରେ ଆଶ୍ରୟ ନେବା ଏବଂ ଜୀବନର ଅଭିପ୍ରାୟ ଅସୀମ ପରମାନନ୍ଦ ଲାଭ କରିବାକୁ ପ୍ରୟାସ କରିବା ଉଚିତ୍। 
            ଜୟ ଶ୍ରୀକୃଷ୍ଣ 🙏🙏

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy