✍ଶିଶିର କୁମାର ସ୍ଵାଇଁ
ପାହିଲାଣି ରାତି ଉଠ ଗଣପତି
ଡାକିଲେଣି ଗିରିସୁତା,
ଆଜି ଯେ ଚତୁର୍ଥୀ ଉତ୍ସବ ସବୁଠି
ମନେ ନାହିଁ କି ସେ କଥା I
ବୋଲେ ଗଜାନନ ଫୁଲାଇ ବଦନ
ମର୍ତ୍ତ୍ୟଧାମେ ଯିବି କାହିଁ,
ନାହିଁ ଭକ୍ତିଭାବ ଲାଗଇ ଅଜବ
ଆଉ ସେ ଶରଧା ନାହିଁ I
ତୋଳୁ ନାହିଁ ଫୁଲ ସେ ଅବୋଧ ବାଳ
ପାହାନ୍ତା ପହରୁ ଉଠି,
ଗଢିବାକୁ ମୂର୍ତ୍ତୀ ମିଶି ସାଙ୍ଗସାଥୀ
ଚକଟୁ ନାହାନ୍ତି ମାଟି I
ବଜାରରେ ବୁଲି ଯେ କୃତ୍ରିମ ମାଳି
କିଣି ତ ଦିଅନ୍ତି ଗଳେ ,
ଚାଇନା ମାଟିରେ ଗଢା ମୂରତୀରେ
ପୂଜା କରି କାମ ଚଳେ I
ଶ୍ରାବଣର ଦିନ ନ ସରୁଣୁ ମନ
ଅନାଇ ଥାଏ ଆଗ୍ରହେ ,
ଦିନ ସରିଯିବ ପୋଷାକ କିଣିବ
ମାତା ଆଗେ ଶିଶୁ କହେ ,
ସେହି ଦିନ ମାନ ହୋଇଛି ଉଭାନ
ନାହିଁ ସେ ଆବେଗ ମାତା,
ପ୍ରତିପତ୍ତି ପାଇଁ ଗ୍ରାମ ଯୁବ ଭାଇ
ବଢାଅନ୍ତି ମୁଣ୍ଡ ବ୍ୟଥା I
ମାଆ ଶାଢୀ ଆଣି ଭାଇ ଯେ ଭଉଣୀ
ମନୋରମ ମେଢ଼ ସାଜ ,
ଦାଣ୍ଡେ ଛାମୁଣ୍ଡିଆ ଲାଗଇ ବଢ଼ିଆ
ଉଡେ ରଙ୍ଗିନ୍ କାଗଜ I
ରାତି ନ ଶୋଇ ସକାଳଙ୍କୁ ଚାହିଁ
କାର୍ଯ୍ୟ କେତେ ତରବର,
ଟେଣ୍ଟ ବାଲା ଆଜ କରେ ସବୁ ସଜ
ଆଗ୍ରହ ନାହିଁ କାହାର I
ଖୋଲି ଦେଇଛନ୍ତି ମୋହର ଲଙ୍ଗୁଟି
ପିନ୍ଧାଅନ୍ତି ଜର୍ସି କୁର୍ତ୍ତା ,
ମୂଷିକ ମୁଁ ଛାଡି ଚଢେ କେତେ ଗାଡ଼ି
ପିନ୍ଧେ ଭଳି ଭଳି ଜୋତା I
ହଜିଛି ଦୀପାଳି ଲିଚୁ ଝିଲିମିଲି
ଆଗରେ ପଛରେ ମୋର,
ମନ୍ତ୍ର ଧ୍ୱନି ନାହିଁ ଡିଜେ ଘାଇଁ ଘାଇଁ
ଯନ୍ତ୍ରଣା କର୍ଣ୍ଣ ଗହ୍ଵର I
ନାହିଁ ହୋମ ଘୃତ ଅବା ପଞ୍ଚାମୃତ
ନାହିଁ ଝୁଣା ଧୂପ ବାସ,
ସୁରା ପାନ କରି ଭକତ ମୋହରି
ରଚିଥାନ୍ତି କେତେ ରାସ I
ମୋର ପ୍ରିୟ ଖାଦ୍ୟ ମୋଦକ ଯେ ଅଦ୍ୟ
ନାମ ମାତ୍ର ହୁଏ ଥୁଆ,
ଚିକେନ୍ ପକୋଡ଼ା ହୁଏ ରନ୍ଧାବଢା
ଚାଲି ଥାଏ ଖିଆପିଆ I
ନାମ ସଂକୀର୍ତ୍ତନ ହେଲାଣି ସପନ
ସଂସ୍କୃତି ଗଲାଣି ପୋଡ଼ି,
କେତେ ହୀନମନା ହୋଇ ବସ୍ତ୍ରହୀନା
ନାଚିଥାନ୍ତି ଯେ ମେଲୋଡୀ I
ଲାଗେ ବଡ଼ ବାଧା କିଏ କେତେ ଚାନ୍ଦା
ଦେବାକୁ ହିସାବ ହୁଏ ,
ସାହି ସାହି ମଧ୍ଯେ ଅଯଥା ବିବାଦେ
ଅଶାନ୍ତ ପ୍ରଳୟ ବହେ I
ବିସର୍ଜନ କଥା କି କହିବି ମାତା
ଶୁଣି ତୋ ଘୂରିବ ମଥା,
କିଏ ଟାଣେ ହାତ ମାରେ କିଏ ଲାତ
ବଢ଼ିଯାଏ ଅଣ୍ଟା ବ୍ୟଥା I
ନାହିଁ ଗୋ ଜନନୀ ଜମା ମୁଁ ଯିବିନି
ଆଉ ସେହି ମର୍ତ୍ତ୍ୟପୁର ,
ସପୁରୀରେ କେବେ ବାରୁଦ ଭରିବେ
କୋଳ ଶୂନ୍ୟ ହେବ ତୋର I
ଅଭାଗା ଶିଶିର କହେ ରକ୍ଷା କର
ଆହେ ପ୍ରଭୁ ଗଜାନନ ,
ଭକତ ତୋହର ଆହେ ଲମ୍ବୋଦର
କରେ ଆକୁଳ ଜଣାଣ I
ଗାଙ୍ଗପୁର
ଗଞ୍ଜାମ
ପାହିଲାଣି ରାତି ଉଠ ଗଣପତି
ଡାକିଲେଣି ଗିରିସୁତା,
ଆଜି ଯେ ଚତୁର୍ଥୀ ଉତ୍ସବ ସବୁଠି
ମନେ ନାହିଁ କି ସେ କଥା I
ବୋଲେ ଗଜାନନ ଫୁଲାଇ ବଦନ
ମର୍ତ୍ତ୍ୟଧାମେ ଯିବି କାହିଁ,
ନାହିଁ ଭକ୍ତିଭାବ ଲାଗଇ ଅଜବ
ଆଉ ସେ ଶରଧା ନାହିଁ I
ତୋଳୁ ନାହିଁ ଫୁଲ ସେ ଅବୋଧ ବାଳ
ପାହାନ୍ତା ପହରୁ ଉଠି,
ଗଢିବାକୁ ମୂର୍ତ୍ତୀ ମିଶି ସାଙ୍ଗସାଥୀ
ଚକଟୁ ନାହାନ୍ତି ମାଟି I
ବଜାରରେ ବୁଲି ଯେ କୃତ୍ରିମ ମାଳି
କିଣି ତ ଦିଅନ୍ତି ଗଳେ ,
ଚାଇନା ମାଟିରେ ଗଢା ମୂରତୀରେ
ପୂଜା କରି କାମ ଚଳେ I
ଶ୍ରାବଣର ଦିନ ନ ସରୁଣୁ ମନ
ଅନାଇ ଥାଏ ଆଗ୍ରହେ ,
ଦିନ ସରିଯିବ ପୋଷାକ କିଣିବ
ମାତା ଆଗେ ଶିଶୁ କହେ ,
ସେହି ଦିନ ମାନ ହୋଇଛି ଉଭାନ
ନାହିଁ ସେ ଆବେଗ ମାତା,
ପ୍ରତିପତ୍ତି ପାଇଁ ଗ୍ରାମ ଯୁବ ଭାଇ
ବଢାଅନ୍ତି ମୁଣ୍ଡ ବ୍ୟଥା I
ମାଆ ଶାଢୀ ଆଣି ଭାଇ ଯେ ଭଉଣୀ
ମନୋରମ ମେଢ଼ ସାଜ ,
ଦାଣ୍ଡେ ଛାମୁଣ୍ଡିଆ ଲାଗଇ ବଢ଼ିଆ
ଉଡେ ରଙ୍ଗିନ୍ କାଗଜ I
ରାତି ନ ଶୋଇ ସକାଳଙ୍କୁ ଚାହିଁ
କାର୍ଯ୍ୟ କେତେ ତରବର,
ଟେଣ୍ଟ ବାଲା ଆଜ କରେ ସବୁ ସଜ
ଆଗ୍ରହ ନାହିଁ କାହାର I
ଖୋଲି ଦେଇଛନ୍ତି ମୋହର ଲଙ୍ଗୁଟି
ପିନ୍ଧାଅନ୍ତି ଜର୍ସି କୁର୍ତ୍ତା ,
ମୂଷିକ ମୁଁ ଛାଡି ଚଢେ କେତେ ଗାଡ଼ି
ପିନ୍ଧେ ଭଳି ଭଳି ଜୋତା I
ହଜିଛି ଦୀପାଳି ଲିଚୁ ଝିଲିମିଲି
ଆଗରେ ପଛରେ ମୋର,
ମନ୍ତ୍ର ଧ୍ୱନି ନାହିଁ ଡିଜେ ଘାଇଁ ଘାଇଁ
ଯନ୍ତ୍ରଣା କର୍ଣ୍ଣ ଗହ୍ଵର I
ନାହିଁ ହୋମ ଘୃତ ଅବା ପଞ୍ଚାମୃତ
ନାହିଁ ଝୁଣା ଧୂପ ବାସ,
ସୁରା ପାନ କରି ଭକତ ମୋହରି
ରଚିଥାନ୍ତି କେତେ ରାସ I
ମୋର ପ୍ରିୟ ଖାଦ୍ୟ ମୋଦକ ଯେ ଅଦ୍ୟ
ନାମ ମାତ୍ର ହୁଏ ଥୁଆ,
ଚିକେନ୍ ପକୋଡ଼ା ହୁଏ ରନ୍ଧାବଢା
ଚାଲି ଥାଏ ଖିଆପିଆ I
ନାମ ସଂକୀର୍ତ୍ତନ ହେଲାଣି ସପନ
ସଂସ୍କୃତି ଗଲାଣି ପୋଡ଼ି,
କେତେ ହୀନମନା ହୋଇ ବସ୍ତ୍ରହୀନା
ନାଚିଥାନ୍ତି ଯେ ମେଲୋଡୀ I
ଲାଗେ ବଡ଼ ବାଧା କିଏ କେତେ ଚାନ୍ଦା
ଦେବାକୁ ହିସାବ ହୁଏ ,
ସାହି ସାହି ମଧ୍ଯେ ଅଯଥା ବିବାଦେ
ଅଶାନ୍ତ ପ୍ରଳୟ ବହେ I
ବିସର୍ଜନ କଥା କି କହିବି ମାତା
ଶୁଣି ତୋ ଘୂରିବ ମଥା,
କିଏ ଟାଣେ ହାତ ମାରେ କିଏ ଲାତ
ବଢ଼ିଯାଏ ଅଣ୍ଟା ବ୍ୟଥା I
ନାହିଁ ଗୋ ଜନନୀ ଜମା ମୁଁ ଯିବିନି
ଆଉ ସେହି ମର୍ତ୍ତ୍ୟପୁର ,
ସପୁରୀରେ କେବେ ବାରୁଦ ଭରିବେ
କୋଳ ଶୂନ୍ୟ ହେବ ତୋର I
ଅଭାଗା ଶିଶିର କହେ ରକ୍ଷା କର
ଆହେ ପ୍ରଭୁ ଗଜାନନ ,
ଭକତ ତୋହର ଆହେ ଲମ୍ବୋଦର
କରେ ଆକୁଳ ଜଣାଣ I
ଗାଙ୍ଗପୁର
ଗଞ୍ଜାମ
No comments:
Post a Comment