Sunday, August 30, 2020

-ଆଜି ମହରମ-

✍ ସୁକାନ୍ତ ଖଣ୍ଡା

ନିମନ୍ତ୍ରଣ ପାଇ ଆଈ ସଙ୍ଗେ ବୁନି 
ଚାଲିଲେ ଅତିଥି ହୋଇ
ପଡ଼ୋଶୀ ଘରରେ ମୁସଲିମ ପର୍ବ 
ପାଳୁଛନ୍ତି ଦୁଇ ଭାଇ।୧
ଦୁଇ ବିପରୀତ ଧରମ ହେଲେବି
ଭଲ ଭାବ ମନେ ଥୋଇ
ଚଳି ଆସୁଛନ୍ତି ଭାଇଚାରା ପରି
ହିଂସାକୁ ଦୂରେଇ ଦେଇ।୨
ସେଥିପାଇଁ ଆଈ ନିମନ୍ତ୍ରଣ ରକ୍ଷା
ଧରିକି ଉପହାରକୁ
ନାତୁଣୀ ସାଙ୍ଗରେ ଆନନ୍ଦେ ଚାଲିଲେ
ଉପଭୋଗ କରିବାକୁ।୩
ପହଂଚିବା କ୍ଷଣି ଗୋଡହାତ ଧୋଇ
ପାଛୋଟି ନେଲେ ଘରକୁ
ଫଳମୂଳ ଖୋଇ କୃତାର୍ଥ କରିଲେ
ଭାବିକି ଖୋଦା ଏହାଙ୍କୁ।୪
କେତେକାଳ ଯାଏ ହୋଇ କୋଳାକୋଳି
ଧନ୍ଯବାଦ ଦେଇ ଆଈ 
ବୁନିକୁ ଧରିକି ଫେରିଲେ ଘରକୁ
ସଂଧ୍ଯା ଯେବେ ଗଲା ଉଇଁ।୫
ଘରେ ପହଞ୍ଚି କି ଆଈଙ୍କୁ କହିଲା
ଖିଆପିଆ ଭଲ ହେଲା
ଧରମ ବିଷୟେ ଜାଣି ହେଲା ନାହିଁ
କରମ କିପରି ଥିଲା?୬
ଆଈ ବୁଝାଇଲେ ପୋଖରୀ ଗୋଟିଏ
ଅଲଗା ଅଲଗା ପଥେ
ପୋଖରୀର ପାଣି ବ୍ୟବହାର ହୁଏ
ନିଜ ନିଜ ଇଛା ମତେ।୭
ଏଇ କଥା ଶୁଣି ବୁନି ବୁଝିକରି
ଦୁଇ ହାତ ଯୋଡ଼ି ଦେଇ 
କ୍ଷମା ଭିକ୍ଷା କଲା ଯାହା ଭାବୁଥିଲା
ଆଖିରୁ ଲୁହ ଗଡ଼େଇ।୮
ଲୁହ ପୋଛି ଦେଇ କୁଣ୍ଢାଇ ଧରିକି
କହିଲେ ଈଶ୍ବର ତୁମେ 
ନାତୁଣୀର ଦୋଷ ଧରିବନି ପ୍ରଭୁ
ଅବୋଧ କ'ଣ ବା ଜାଣେ?୯
ମହରମ ପର୍ବ ପାଳନ କରିକି
ଦୁଇ ଆଈ ଓ ନାତୁଣୀ 
ଅପାର ଆନନ୍ଦ ପାଇଲେ ଜୀବନେ
ରାତି ଶୋଇଲେ ନ ଖାଇ। ୧୦
                   *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy