
ରାଜସ୍ଥାନର ଜୟପୁର କାରିଗରମାନେ ଏହି ସବୁ ଦ୍ଵାରର ଡିଜାଇନ କରିବେ । ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରାଶାସନିକ ଆଲୋଚନା ପରେ ବିଚାର ବିମର୍ଶ ଚାଲିଛି । ଦ୍ବାରନିର୍ମାଣର ରୂପରେଖ ଚୂଡ଼ାନ୍ତ ହେବା ବେଳକୁ ସାତ ଆଠ ଦିନ ଲାଗିଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରର ଏହି ସବୁ ଦ୍ଵାରଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ବାବଧାରକ ରହିଛନ୍ତି । ସୂଚନା ମୁତାବକ, ପ୍ରଥମେ ଗର୍ଭ ଗୃହ ସଂଲଗ୍ନ କଳାହାଟ ଦ୍ଵାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ଵାର ଆଉ ମୁକ୍ତି ମଣ୍ଡପ ସାମନା ବେହରଣ ଦ୍ଵାର ନୂତନ କରି ନିର୍ମାଣ କରାଯିବା ସହ ରୁପା ଚାଦର ପଡ଼ିବ। ପରେ ଶ୍ରୀମନ୍ଦିର ସିଂହଦ୍ବାର, ଦକ୍ଷିଣ ଦ୍ଵାର, ଉତ୍ତର ଦ୍ଵାର, ପଶ୍ଚିମ ଦ୍ଵାର ପୁନଃନିର୍ମାଣ ଏବଂ ରୁପା ଚାଦର ବିଛାଇବା କାମ ହାତକୁ ନିଆଯିବ । ଶେଷରେ ଭିତର ଏବଂ ବାହାର ରତ୍ନ ଭଣ୍ଡାର ମୁଖ୍ୟ ଦ୍ଵାର ପୁନଃନିର୍ମାଣ ଏବଂ ରୁପା ଚାଦର ଦିଆଯିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ଗୋଟିଏ ଗୋଟିଏ କବାଟର ଉଚ୍ଚତା ୧୪ ଫୁଟ ହୋଇଥିବା ବେଳେ ଦୁଇ ଫାଳର ଚଉଡ଼ା ୯ଫୁଟ।
ଉଲେଖନୀୟ, ମହାପ୍ରଭୁଙ୍କ ନବକବେଳବର ପୂର୍ବରୁ ସିଂହଦ୍ଵାର, କଳାହାଟ ଦ୍ଵାର ଶାଳି କାଠରେ ନିର୍ମାଣ କରାଯାଇ ପିତ୍ତଳ ଚାଦର ପଡ଼ିଥିଲା । ମହାପ୍ରଭୁଙ୍କ ଏହି ଦୁଇ ଦ୍ଵାର ପିତ୍ତଳ ଚାଦର ବଦଳରେ ରୁପା ଚାଦର ଲାଗିବ । ଏହି ପରିକଳ୍ପନା ସଫଳ ହେଲେ ଆଉ ଶହେ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଏହି ଦ୍ବାରଗୁଡ଼ି କର ଆଉ ମରାମତି ଆବଶ୍ୟକ ହେବ ନାହିଁ ।
No comments:
Post a Comment