Thursday, August 13, 2020

ମୋ ସ୍ୱପ୍ନର ନାୟିକା (ସଜଲ)

✍ଶ୍ରୀ ସୁଦାମ ଦଳବରା

ତୁମ ଆଖିର ଇସାରା ମୋତେ କରିଛି ପାଗଳ,
ଝୁରି ହେଉଥାଏ ମୁଁ ସଞ୍ଜ ରୁ ସକାଳ ।

ମୃଗ ନୟନୀ ତୁମେ ମୋ ସ୍ବପ୍ନର ନାୟିକା,
ଆଖି ଖୋଲି ଦେଲେ ତୁମେ ଦିଅ ନାହିଁ ଦେଖା ।
ତୁମକୁ ଦେଖିବା ପାଇଁ ମନ ହୁଅଇ ବ୍ୟାକୁଳ,
ତୁମ ଆଖିର ଇସାରା ମୋତେ କରିଛି ପାଗଳ ।।

ତୁମକୁ ମୋ ହୃଦୟରେ ରଖିବି ସାଇତି,
ସ୍ବପ୍ନ ମୋ ସତ ହେଉ ପାହିଯାଉ ରାତି ।

ଆସି ତୁମେ ଚାଲିଯାଅ ଦିଅ ନାହିଁ ଦେଖା,
ନିଦ ଭାଙ୍ଗିଗଲେ ମୋତେ ଲାଗେ ଏକା ଏକା।
ସତରେ ତୁମେ ଦେଖାଦିଅ ମୁଁ ତୁମ ନିଜର,
ଝୁରି ହେଉଥାଏ ମୁଁ ସଞ୍ଜ ରୁ ସକାଳ ।।

ଭାବୁଛି ସ୍ୱପ୍ନ କେବେ ସତ ନୁହେଁ ଖାଲି ମରୀଚିକା,
ଜୀବନ ଚଲା ପଥରେ ଚାଲିବି ଏକା ଏକା ।।

ଶ୍ରୀ ସୁଦାମ ଦଳବରା(ଶିକ୍ଷକ)
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy