
* = * = * = * = * = * = * = *
ଜନ୍ମାଷ୍ଟମୀ ପଡେ ଭାଦ୍ରବ ମାସରେ
କୃଷ୍ଣ ପକ୍ଷ ଅଷ୍ଟମୀରେ
ଅବତାରୀ ବିଷ୍ଣୁ ଜନମ ନିଅଇ
ମାତା ଦେବକୀ ବର୍ଭରେ l୧l
ଅର୍ଦ୍ଧ ରାତ୍ର କାଳେ ଘନ ଅନ୍ଧକାରେ
ଜନ୍ମ ଝଡ଼ି ବରଷାର
ସାରା କାରାଗାର ଉଜ୍ଜ୍ଵଳ ଦିଶଇ
ଆବିର୍ଭାବ ଗଦାଧର l୨l
ପିତା ମାତାଙ୍କଠୁ ବେଡି ଖୋଲିଗଲା
ଜନ୍ମ ହେଲେ ଭଗବାନ
ଜେଲର ଦ୍ୱlର ସବୁ ଖୋଲିଗଲା
ବର୍ଷିଲା ଝରା ଶ୍ରାବଣ l୩l
ପ୍ରହରୀ ମାନେତ ନିଦ୍ରାରେ ଶୋଇଲେ
ଯିଏ ଯେଉଁ ଠାରେ ଥିଲେ
ଶ୍ରୀକୃଷ୍ଣ ଆଦେଶେ ପିତା ବସୁଦେବ
ଗୋପପୁରେ ଛାଡ଼ି ଦେଲେ l୪l
ଯମୁନା ନଦୀ ଯେ ବାଟ ଛାଡ଼ି ଦେଲା
ଶେଷ ନାଗ ହେଲେ ଛତା
ବିଜୁଳି କନ୍ୟାକୁ ନନ୍ଦ ଘରୁ ଆଣି
ପତ୍ନୀକୁ ଦେଲେ ଦୁହିତା l୫l
ଗୋପ ପୁରେ ଲୀଳା କଲେ କେତେ
କାହ୍ନl
ମାରିଲେ କେତେ ଅସୁର
ମଥୁରାକୁ ଗଲେ କୁବୁଜା ତାରିଲେ
ମାରିଲେ କଂସ ଅସୁର l୬l
ଜନ୍ମାଷ୍ଟମୀ ଦିନ ପାଳନ ହୁଅଇ
ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ
ଓଡ଼ିଶାର ଘରେ ଘରେ ପାଳି ଥାନ୍ତି
ଆନନ୍ଦ ଉଲ୍ଲାସ ମନ l୭l
ପୁରୁଷ ରମଣୀ ଉଭୟେ ପାଳନ୍ତି
ଜନ୍ମାଷ୍ଟମୀ ଆନନ୍ଦରେ
ଅର୍ଦ୍ଧ ରାତ୍ର କାଳେ ଶ୍ରୀକୃଷ୍ଣଙ୍କ ପାଖେ
ଭୋଗ ଲଗାନ୍ତି ଖୁସିରେ l୮l
ଗାଆଁ ଭାଗବତ ଟୁଙ୍ଗି ଘର ଠାରେ
ହରିବଂଶ ପଢା ଯାଏ
ଶ୍ରୀକ୍ଷତ୍ର ଧାମରେ ବଡ଼ ଦେଉଳରେ
ଜନ୍ମାଷ୍ଟମୀ ପାଳl ଯାଏ l୯l
ଅଧର୍ମର ନାଶ କରିବା ପାଇଁକି
ବିଷ୍ଣୁ ନେଲେ ଅବତାର
ମହାଭାରତକୁ ଏଡାଇବା ପାଇଁ
ଶାନ୍ତି ଦୂତ ପାଣ୍ଡବର l୧୦l
ମହାମାନୀ ଦୁର୍ଯ୍ୟୋଧନ ଅହଙ୍କାରୀ
ରାଜି ସେତ ନ ହୋଇଲା
ଯୁଦ୍ଧକୁ ଆହ୍ୱାନ କରି ଥିଲା ସିଏ
ରାଜ୍ୟ ଫେରାଇ ନ ଦେଲା l ୧୧
ଅର୍ଜୁନଙ୍କ ରଥେ ସାରଥୀ ହୋଇଲେ
ମହାଭାରତ ଯୁଦ୍ଧର
କର୍ମ ଯୋଗ କଥା ଗୀତରେ କହିଲେ
ନୀତି ଶିକ୍ଷା ଦେଲେ ବୀର l୧୨l
ଅର୍ଧମ ବିନାଶ କରି ଥିଲେ ସିଏ
ଧର୍ମର ସ୍ଥାପନ ପାଇଁ
ଯୁଗେ ଯୁଗେ ତାଙ୍କ ଅକ୍ଷୟ କିରତି
ଗାଉଛି ଏ ଧରା ଭୂଇଁ l୧୩l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment