Thursday, August 27, 2020

* ସ୍ୱପ୍ନରେ ଶ୍ରୀମନ୍ଦିର *

ପରିକଳ୍ପନା -
ସଂଗ୍ରାମ କେଶରୀ ସାମନ୍ତରାୟ -
(ଓଡିଶା ଅର୍ଥସେବା ,ଭୁବନେଶ୍ୱର I) 
ଦୂରଭାଷ -7327944077,8895946799
********
ବିରକ୍ତି ବଳୟରେ ଝଟକୁଥାଏ 
ଦିବ୍ୟ ଜ୍ୟୋତି ଧIରି 
ରତ୍ନ ସିଂହାସନ
ଲୋହିତ ବଳିତାର 
ଜ୍ୟୋତି ପବନର ହାଲୁକା 
ଝଟକାରେ ତିନି ମୃତ୍ତି କୁ 
କରିଥିଲା ଜ୍ୟୋତିଦାନ II

ଶ୍ରୀମନ୍ଦିର ନେତ ପବନକୁ 
କରିଥିଲା ଦାସ 
ଫରଫର ଉଡି ମାନବ ଜାତିକୁ 
ଦେଉଥିଲା ପୁର୍ଣ ବିଶ୍ୱାସ 
ଭୟ ମଧ୍ୟେ ଦିବ୍ୟ ଦୃଶ୍ୟର 
ଅବଲୋକନରେ ଥାଏ ଆକାଶ 
ନେତ ଦର୍ଶନ ପରେ ବିଶ୍ୱର କ୍ଷୁଦ୍ର 
ସତ୍ତାଧରି ମାନବ ଅୟସ ଆରାମରେ 
ବଂଚିବାକୁ କରିଥାଏ ସାହସ II

ବଡଦIଣ୍ଡ ଉପରେ ଭକ୍ତଙ୍କ ପଟୁଆର 
ଚାଲିଥାଏ ଜଗନ୍ନାଥଙ୍କ ଜୟ ଗାନ କରି 
ଦୁଇଜଣ ଭକ୍ତ ଲାଗନ୍ତି ପରଦେଶୀ ପରି 
ଆଗକୁ ବଢ଼ୁଥାନ୍ତି 
ଦୁଇଟି ପତାକାକୁ ଧରି 
ଶବ୍ଦରେ ଗୁଣୁ ଗୁଣୁ ହଉଥାନ୍ତି 
ଜଗନ୍ନାଥଙ୍କୁ ସୁମରି 
ଆକାଶରେ ମେଘମାଳା 
ଆସୁଥାଏ ଘୁମୁରି ଘୁମୁରି 
ଦିଶୁଥିଲା ମେଘମାଳା 
ଜଗନ୍ନାଥଙ୍କ ଛବିପରି 
କେହି କେହି ଆସୁଥିଲେ 
ଥଟ୍ଟା ପରିହାସ କରି II

ପବନ ଭୁଲିଛି ଗାର୍ଜନର ଭାବ 
ମୃଦ୍ୟୁ  ମଧ୍ୟ ଲାଗୁଥିଲା ଶାନ୍ତ ସ୍ଵଭାଵ
କ୍ରୋଧ ସବୁ ଲାଗେ ଚୁରମାର 
ହତାଶାର ଆଗେ II

ଭକ୍ତି ଭାବେ ବନ୍ଧା ପଡି 
ଖାଲି ପାଦ ହୋଇଥିଲା କ୍ଷତାକ୍ତ 
ଲୋଭ ମୋହ କବର ନେଲାପରେ 
ହୋଇଥିଲା ମୃତ II

ଶ୍ରୀମନ୍ଦିର ପହଡ ଖୋଲିବାର 
ବିଳମ୍ବ ଭକ୍ତଙ୍କୁ କରିଥିଲା ଆହତ 
ଜଗନ୍ନାଥ ନାମ ବିନା ଭକ୍ତ 
ଭାବୁଥିଲା ସେ ନୁହେ ଜୀବିତ II

ସ୍ବପ୍ନ ଥିଲା ଅବାସ୍ତବ ଛାୟାର ପ୍ରତୀକ 
ଅଶାନ୍ତିର ଦେବତା ସାଜିଥିଲା 
ଜନ୍ମ ମୃତ୍ୟୁର ବିଚାରକ 
କିଛି ଚାନ୍ଦI ଦେଇ ଭକ୍ତ ଭାବେ 
ହୋଇଯିବ ପ୍ରଚାରକ II

ମୋତେ ଲାଗୁଥିଲା ସମୟ 
ହେବ ଉପନୀତ 
ଜୀବନର ଗତି କିଛି କIଳ ପରେ 
ଚାଲିବ ମୃତ୍ୟୁ ବ୍ୟତୀତ 
ମହାମାରୀର ଭୟ ହୋଇସାରିଥିବ ଅସ୍ତମିତ 
ବିଜୟଯାତ୍ରାର ମୁଁ ସାଜିଥିବି ଉଦଘୋଷକ 
ବଡ଼ଠାକୁର ଥିବେ ସହମତ II

ସ୍ୱପ୍ନରେ ଶ୍ରୀମନ୍ଦିର ବାସ୍ତବତାର 
ଚାଦରରେ ଝଟକୁଥିବ
ଭଗବାନଙ୍କ ମହିମା ଗାନ ଚାଲିଥିବ 
ସମସ୍ତେ ସ୍ୱରରେ ତାଳରେ 
ହଜିବା ସପକ୍ଷରେ ଥିବେ 
ଜହ୍ନ ନକ୍ଷତ୍ର ଶୁଭ୍ର ଜ୍ୟୋସ୍ନାରେ 
ଶ୍ରୀମନ୍ଦିରକୁ ଆଲୋକିତ କରୁଥିବ II

**********
ବି .ଏସ .ସି,
ଏମ .ଏ (ଇଂରାଜୀ ),ଏମ .ଏ (ଅର୍ଥନୀତି ),
ଏମ .ଏ (ରାଜନୀତି ବିଜ୍ଞାନ ),
ଏମ .ଏ (ଇତିହାସ ),ଏମ .ଏ (ସାମ୍ବାଦିକତା ),
ଏଲ .ଏଲ .ବି,
ଏମ. ବି .ଏ (ଅର୍ଥ )
**********

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy