
ଆଶାର କମଳ ଫୁଟାଇଥାଏ
ଖରାତାତି ପାଇ ଶୁଖିପଡ଼େ ଝଡ଼ି
ତୋଳିବାକୁ ହାତେ ବଳ ନ ଥାଏ ।।
ଆଖିରେ ରଙ୍ଗର ପସରା ମେଲାଇ
ଛାତି ତଳେ ଟାଣେ ଦୀର୍ଘ ନିଃଶ୍ୱାସ
ସେ ନିଃସ୍ୱାସେ ଯେତେ ଉଡିଯାଏ ରଙ୍ଗ
ସାଉଁଟି ଦେଖେ ସେ ଖାଲି ଅବଶୋଷ ।
ଦିନ ବେଳା ଦିଶେ ସବୁ ଝିଲମିଲ
ନୁଖୁରା ମୁଣ୍ଡ ବି ଦିଶେ ସୁନେଲି
ରାତିର ତକିଆ ତଳେ ଲୁଚିଯାଏ
ଛିଣ୍ଡା ମଶିଣାର ବେଦନା ଭୁଲି ।
ସମୟ ଚକରେ ବସି ଘୁରୁଥାଏ
ତେଲିଆ ନୁଖୁରା ଭାଗ୍ୟ କଣ୍ଢେଇ
ଅଜଣା ତ ତାକୁ କେତେବେଳେ କିଏ
ପଥ ପାରିହେବ ତାକୁ ମୁଣ୍ଡେଇ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ, କେନ୍ଦୁଝର -758083
Excellent..������������������
ReplyDelete