Monday, August 24, 2020

ସମୟ ଓ ମୁଁ

ବରଷ ବରଷ ବିତିବା ସାଥିକୁ
ଆମେ ହେଲୁ ବୁଢା ବୁଢି
ଆମର କର୍ତବ୍ୟ ସରିନି ଏଯାଏ
ସଂସାର ଚକ୍ରରେ ପଡି

ପିଲାଛୁଆ ସବୁ ହୋଇଗଲେ ବଡ 
ଯେଝା ବାଟେ ଗଲେ ଯିଏ
ନାତି ନାତୁଣିଂକ ସେବା କରିବାକୁ
ଆଉ ତ ନାହାନ୍ତି କିଏ

ଆଣ୍ଠୁଗଣ୍ଠି ସବୁ ବାତ ଧରିଲାଣି
ହେଉ ନାହିଁ ଭଲ ନିଦ 
ବୟସ ସାଥିରେ ବଳ ଚାଲିଯିବ
ଏୟା ତ ଜିବନ ଭେଦ

ପାଚିଲା ବାଳକୁ ଘୋଡାଇ ରଖିଛୁ
କଳା ରଂଗ ବୋଳି ହୋଇ
ଶରୀର ସେବା ଏବେ ବି କରୁଛୁ
ରାମଦେବ ଆଶ୍ରା ନେଇ

ଔଷଧ ଖିଆରେ ହେଳା ନାହିଁ କେବେ
ନ ହେଲେ ବଡ ବିପଦ
ଭାଷଣ ଶୁଣୁଛୁ ସଭିଂକ ପାଖରୁ
ସ୍ୱାସ୍ଥ୍ୟ ହିଁ ବଡ ସଂପଦ

କଥାବାର୍ତା ଆମେ ସଂଜମେ କରୁଛୁ
ନିଜର ଇଜ୍ଜତ ଜଗି
ଆଜିର ଦୁନିଆ ବଦଳି ଗଲାଣି
ଲୋକ ଯାଉଛନ୍ତି ରାଗି

ତିର୍ଥସ୍ଥାନ ସବୁ ଘୁରି ଆସିଲୁଣି
ପୂଜାପୂଜି ସବୁ କରୁଛୁ
ଦେହ ଆଉ ମନ ଭଲ ରଖିବାକୁ
ଚାଲିବା ପାଇଁ ଯାଉଛୁ

ଆମର କଥାକୁ ଶୁଣିବା ପାଇଁକି ବେଳ ତ କାହାର ନାହିଁ
ଅନେକ କହନ୍ତି ବୁଢାଟା ବକୁଛି
ସମୟ କାଟିବା ପାଇଁ

ଶୈଶବ କାଳ ଚାହୁଁ ଚାହୁଁ ଗଲା
ଯଉବନ ସେହିପରି
ପ୍ରୌଢାବସ୍ଥା ଯେ ଜଂଜାଳରେ ଗଲା
ପରିଶ୍ରମ କରି କରି

ଏବେ ବୁଢାକାଳ ଆସି ପହଂଚିଛି
ଆଗକୁ ଲାଗୁଛି ଡର
ବାକି ଜିବନଟା ସହଜରେ ଯାଉ
ନହୋଇ କାହାରେ ନିର୍ଭର 💐🙏💐

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy