ସମୟ ପରିଧି ମାପିଲେ କେବେ ହେଁ.
ମିଳିବନି ତା'ର ଅନ୍ତ
ସମୟ ସୀମାରେ ରହି କାର୍ଯ୍ୟ କଲେ
ସୁଖି ହେବ ବଳବନ୍ତ ।
ସମୟ କା ପାଇଁ କରେନି ଅପେକ୍ଷା
ସମୟ ସ୍ରୋତରେ ଚାଲେ
ସମୟ ଟା ହେବ ଅତି ବଳବାନ
ସଦ୍ଉପଯୋଗ କଲେ ।
ସମୟ ଆଗରୁ ସଚେତନ ହେଲେ
ନ ଆସଇ କେବେ ଦୁଃଖ
ସମୟ ସରିଲେ ମିଳିବନି କିଛି
ଜାଣି ସଦା ମନେ ରଖ ।
ସମୟ ନୁହେଁ କା ହାତର ଗଣ୍ଠିଲି
ଚାହିଁଲେ ଜାବୁଡ଼ି ଦେବ
ସମୟ ଚାଲଇ ନିୟମିତ ଭାବେ
ଗଡ଼ି ଗଡ଼ି ସେ ତ ଯିବ ।
ସମୟ ନାହିଁ ମୋ ପାଖରେ କୁହନ୍ତି
ଅନେକ ପ୍ରକାର ଲୋକ
ସମୟ କାହାକୁ ମିଳେନା ଜୀବନେ
ନିଜକୁ ପରଖି ରଖ ।
ସମୟ ପାଇଲେ କର କିଛି କାମ
ନ କରି ଏହାକୁ ନଷ୍ଟ
ସମୟ ଡୋରୀରେ ନିଜକୁ ବାନ୍ଧିଲେ
ଆସିବନି କେବେ କଷ୍ଟ ।
ସମୟ ଚକରେ ସଂସାର ଟା ବନ୍ଧା
ମିଳେ କାକୁ ମିଳେ ନାହିଁ
ସମୟେ ସମୟେ ଚାଲିଯାଏ ଦିନ
ଜଣା କେବେ ପଡେ ନାହିଁ ।
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
No comments:
Post a Comment