Monday, August 24, 2020

🌷🙏* ନୂଆଁ ଖାଇ *🙏🌷

ସୁରଜ ଉଇଁଲା 
ସକାଳ ହୋଇଲା 
ଆସିଲା ଗୋ  ନୂଆଁଖାଇ 
ଘର ଦୁଆର କୁ 
ସଫା କରି ଆମେ 
ପୂଜିବା ମା ସମଲେଇ   II

ସରଗ ରେ ଆମେ 
ପାଳିବା ତିହାର 
ପିନ୍ଧିବା ନୁଆଁ ବସନ 
ବଡ କୁ ଜୁହାର 
ସାନ କୁ  ଆଶିଷ 
ପୂଜିବା ଦେଇ ଆସନ   II

ଭାଇ ଚାରା ଏହି 
ଗଣପର୍ବ ଆମ 
ଏକତା ର ପ୍ରାଣବିନ୍ଦୁ 
ଧର୍ମ ସହ ଶାନ୍ତି 
ମୈତ୍ରୀ ପ୍ରଗତି 
ପ୍ରେମ ଭରା ମହା ସିନ୍ଧୁ  II

ଗାଁ ଠୁ ସହର 
ପୁର ଠାରୁ ପଲ୍ଲୀ 
ଆନନ୍ଦ ମୁଖର ଆଜି 
ଏକାଠି ପୂଜିବା 
ମିଶିକି ଖାଇବା 
ପିଠା ପଣା ସହ ଭାଜି   II

କ୍ଷେତରୁ ଆସିଛି 
ନୂଆ ଧାନ ଶସ୍ୟ 
ହୋଇବ ସେଥିରେ କ୍ଷୀରି
ସମଲେଇ କୁ 
ପୂଜିବା ଆଗେ 
ନୂଆଖାଇ ଆମେ କରି   II

🙏🙏🙏🙏🙏🙏🙏
...................................
ନିରଞ୍ଜନ ମହାରଣା 
ସହକାରୀ ଶିକ୍ଷକ 
ସରକାରୀ ଉଚ୍ଚ ବିଦ୍ୟାଳୟ
ପେଡାକୋଣ୍ଡା 
ମାଲକାନଗିରି 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy