ମଧୁ ମାସ ଆସି ହେଲା ପ୍ରବେଶ
ମାୟା ବିରଚିଲେ ସେ ପୀତବାସ
ମୁକୁନ୍ଦ ଗୋବିନ୍ଦ ରଚିବେ ରାସ
ମୋହିନୀ ଶ୍ରୀ ରାଧା କଂ କିଣା ଦାସ
ମଧୁର ଭାବରେ ରସି ସେ
ମାଗି ଛନ୍ତି ତ୍ରେତା ଯୁଗେ ରୁ୍ଷିଗଣ
ମାଧ୍ଯମ ଗୋପିକା ବେଶ ଯେ।
ମନ୍ଦ ମନ୍ଦ ହସି କହନ୍ତି ରାଇ
ମୋ ନାମ କୁ ଧରି ଡାକଇ କେହି
ମନ ମୋ ଅଥୟ କାହିଁକି ହୁଏ
ମଧୁର ନିନାଦ ପାଖକୁ ଧାଏଁ
ମିତଣି ଜାଣି ଛୁ ତୁ କିରେ
ମଳୟ ମରୁତ ବହଇ ବିଶେଷ
ମୁଗ୍ଧ ହୁଏ ତନୁ ମନ ଯେ।
ମଧୂ ମାଳତୀ କୁଞରେ ବସାଇ
ମଞୁଳା କହଇ ଶୁଣଗୋ ରାଇ
ମଦନ ଗୋପାଳ କଳା କହ୍ନାଇ
ମୋତେ ତ ଲାଗୁଛି ଲୁଚି ଛିଡା କାହିଁ
ମୋହନ ବଇଁଶି ତାର ଯେ
ମିତଣି ଗୋ ଶୁଣ ତୋ ନାମ ଧରିଣ
ମାର କୁ ଦିଏ ପଠାଇ ସେ।
ମୀନ ନୟନା ସେ ହୋଇ ଣ ଛନ୍ନ
ମାୟାଧର କଂର ଶରଣାପନ୍ନ
ମିନତୀ କରୁଛି କହ ତୁ ଯାଇ
ମନାକର ବଂଶୀ ବଜାଅ ନାହିଁ
ମୁଁ ଯେ କୁଳ ବଧୂ ଅଳି ଯେ
ମନକୁ ଉଚ୍ଚାଟ କରିଣ କପଟ
ମୋହିତ ହେବା ର ନାହିଁ ଯେ।
ମୋହନ କହନ୍ତି ଶୁଣଗୋ ସଖୀ
ମୋର ପ୍ରାଣ ପ୍ରିୟ ବଂଶୀ ଅଟନ୍ତି
ମୋତେ କି ଗରଜ ପଡିଛି କାହିଁ
ମୁଁ କିଆଁ ରାଧା ର ନାମ କୁ ଗାଇ
ମୁରୁକି ହସିଣ କହେ ସେ
ମୋ ପାଖକୁ ଆସି ବଂଶୀ ନେଇଗଲେ,
ମାଗିବି ନିଜ ଆଉ ଥରେ ଯେ।
ମକରନ୍ଦ ମୁଖି କହେ ରାଗିଣ
ମଲା ମୁଁ କାହିଁକି ଯିବି ପାଶେଣ
ମାଈ ତାର ମୁଁ ହିଁ ସେ ମୋ ଭଣଜା
ମତୁଆଲା କରେ ତା ରୂପ ସଜ୍ଜା
ମୁଁ କି କରିବି ତୁ କହରେ
ମନ୍ତ୍ରିତ ଉପଚାର ପରି ହେଉଛି
ମୋ ପ୍ରାଣ ଦହୁଛି ପରା ରେ।
ମଧୁ ମାସ ପୁଣି ସହଜେ ଯୁବା
ମିଳନ ରାଗିଣୀ ବଜାଇ ବାଜା
ମୀନକେତନ କରେ ଆଲିଙ୍ଗନ
ମାର୍କଣ୍ଡ ପରାୟେ ଦହେ ଜୀବନ
ମାୟା ଘେରା ଏହି କାଳ ଯେ
ମଞ ପତ୍ର ପରି କରାଏ ଶରୀର
ମେଧ କି ସଜାଏ ମାର ଯେ।
ମନ ଆତ୍ମା ଚଇତନ ବୁଡିଲା
ମରମ ସ୍ଥାନେ କି ତୀର ପଡିଲା
ମିଳନ ଆଶାୟୀ ଉଭୟ ଆତ୍ମା
ମଗଂଳ ଯୋଗରେ ବିଧି ର ଆଜ୍ଞା
ମାନବୀୟ ଲୀଳା କରି ଯେ
ମର୍ତ୍ତ୍ଯ ବଇକୁଣ୍ଠ ସଜାଇ ଧରାକୁ
ମହିମା ସ୍ଥାପନ କଲେ ଯେ।
ମାନ ମହତ କୁ ସବୁ ଏଡେଇ
ମଜ୍ବିଗଲେ ପ୍ରେମ ପୀୟୂଷ ପାଇଁ
ମଧୁଝରା ଭକ୍ତି ଭାବକୁ ଧରି
ମାୟା ବିରଚିଲେ ସେ ନରହରି
ମାଖନଲବଣୀ ଖିଆ ସେ
ମିଳନ ବିରହ ମଧୁର ପ୍ରଣୟ
ମାପଦଣ୍ଡେ ତୁଳନା ନୁହେଁ ଯେ।
ମାଧବ ମାଧବୀ ମିଳନ ରୀତି
ମଧୁର ରାସ ରେ ଅମର ପ୍ରିତୀ
ମହତ ଉଦ୍ଦେଶ୍ଯ ମାନସେ ନେଇ
ମଧ୍ଯ ଭୁମି କୁ ଆସିଲେ ଓହ୍ଲାଇ
ମୋକ୍ଷ ପ୍ରଦାନ ର ପାଇଁ ଯେ
ମଦନ ମୋହନ ରାଧା ରାଣୀ ସମ
ପ୍ରେମର ଉପମା ନାହିଁ ଯେ।
ମୁଗ୍ଧ ହୋଇ ସଖି ଚତୁରୀ ଗଣ
ମଧୁପ ପରି ହେଲେ ଗୁଣ ଗୁଣ
ମଣ୍ଡପ ସଜାଇଲେ କୁସୁମ ରେ
ମୟୁର ନାଚେ କି ମେଘ ମହ୍ଲାରେ
ମଧୁର ମିଳନ ପାଇଁ ଯେ
ମୂରଲି ମୋହନ ରାଧିକା ରମଣ
ମିଳନ ର ଗିତୀ ଗାଇ ଯେ।
ମଦନ ଗୋପାଳ ରାଇ କିଶୋରୀ
ମିଳନ ହେତୁ ନର ରୂପ ଧରି
ମନ୍ଦ ବୁଦ୍ଧି ଭାବ କାହୁଁ ବୁଝି ବେ
ମଦନ କରୁଛି ବୋଲି ହେଜିବେ
ମହାନ ବୈଷ୍ଣବ ବାର୍ତ୍ତା ସେ
ମାଟିରୁ ଆକାଶ ସ ସା ଗରା ଧରା
ମଧୁର ଲଗ୍ନରେ ମଗ୍ନ ଯେ।
କବିତା ର ଶୀର୍ଷ କ-(ମଧୁର ମିଳନ ଗୀତିକା)
ଡ. ନଳିନୀ ପ୍ରଭା ଦାସ
ଭଂଜନଗର ଗଂଜାମ।
ମାୟା ବିରଚିଲେ ସେ ପୀତବାସ
ମୁକୁନ୍ଦ ଗୋବିନ୍ଦ ରଚିବେ ରାସ
ମୋହିନୀ ଶ୍ରୀ ରାଧା କଂ କିଣା ଦାସ
ମଧୁର ଭାବରେ ରସି ସେ
ମାଗି ଛନ୍ତି ତ୍ରେତା ଯୁଗେ ରୁ୍ଷିଗଣ
ମାଧ୍ଯମ ଗୋପିକା ବେଶ ଯେ।
ମନ୍ଦ ମନ୍ଦ ହସି କହନ୍ତି ରାଇ
ମୋ ନାମ କୁ ଧରି ଡାକଇ କେହି
ମନ ମୋ ଅଥୟ କାହିଁକି ହୁଏ
ମଧୁର ନିନାଦ ପାଖକୁ ଧାଏଁ
ମିତଣି ଜାଣି ଛୁ ତୁ କିରେ
ମଳୟ ମରୁତ ବହଇ ବିଶେଷ
ମୁଗ୍ଧ ହୁଏ ତନୁ ମନ ଯେ।
ମଧୂ ମାଳତୀ କୁଞରେ ବସାଇ
ମଞୁଳା କହଇ ଶୁଣଗୋ ରାଇ
ମଦନ ଗୋପାଳ କଳା କହ୍ନାଇ
ମୋତେ ତ ଲାଗୁଛି ଲୁଚି ଛିଡା କାହିଁ
ମୋହନ ବଇଁଶି ତାର ଯେ
ମିତଣି ଗୋ ଶୁଣ ତୋ ନାମ ଧରିଣ
ମାର କୁ ଦିଏ ପଠାଇ ସେ।
ମୀନ ନୟନା ସେ ହୋଇ ଣ ଛନ୍ନ
ମାୟାଧର କଂର ଶରଣାପନ୍ନ
ମିନତୀ କରୁଛି କହ ତୁ ଯାଇ
ମନାକର ବଂଶୀ ବଜାଅ ନାହିଁ
ମୁଁ ଯେ କୁଳ ବଧୂ ଅଳି ଯେ
ମନକୁ ଉଚ୍ଚାଟ କରିଣ କପଟ
ମୋହିତ ହେବା ର ନାହିଁ ଯେ।
ମୋହନ କହନ୍ତି ଶୁଣଗୋ ସଖୀ
ମୋର ପ୍ରାଣ ପ୍ରିୟ ବଂଶୀ ଅଟନ୍ତି
ମୋତେ କି ଗରଜ ପଡିଛି କାହିଁ
ମୁଁ କିଆଁ ରାଧା ର ନାମ କୁ ଗାଇ
ମୁରୁକି ହସିଣ କହେ ସେ
ମୋ ପାଖକୁ ଆସି ବଂଶୀ ନେଇଗଲେ,
ମାଗିବି ନିଜ ଆଉ ଥରେ ଯେ।
ମକରନ୍ଦ ମୁଖି କହେ ରାଗିଣ
ମଲା ମୁଁ କାହିଁକି ଯିବି ପାଶେଣ
ମାଈ ତାର ମୁଁ ହିଁ ସେ ମୋ ଭଣଜା
ମତୁଆଲା କରେ ତା ରୂପ ସଜ୍ଜା
ମୁଁ କି କରିବି ତୁ କହରେ
ମନ୍ତ୍ରିତ ଉପଚାର ପରି ହେଉଛି
ମୋ ପ୍ରାଣ ଦହୁଛି ପରା ରେ।
ମଧୁ ମାସ ପୁଣି ସହଜେ ଯୁବା
ମିଳନ ରାଗିଣୀ ବଜାଇ ବାଜା
ମୀନକେତନ କରେ ଆଲିଙ୍ଗନ
ମାର୍କଣ୍ଡ ପରାୟେ ଦହେ ଜୀବନ
ମାୟା ଘେରା ଏହି କାଳ ଯେ
ମଞ ପତ୍ର ପରି କରାଏ ଶରୀର
ମେଧ କି ସଜାଏ ମାର ଯେ।
ମନ ଆତ୍ମା ଚଇତନ ବୁଡିଲା
ମରମ ସ୍ଥାନେ କି ତୀର ପଡିଲା
ମିଳନ ଆଶାୟୀ ଉଭୟ ଆତ୍ମା
ମଗଂଳ ଯୋଗରେ ବିଧି ର ଆଜ୍ଞା
ମାନବୀୟ ଲୀଳା କରି ଯେ
ମର୍ତ୍ତ୍ଯ ବଇକୁଣ୍ଠ ସଜାଇ ଧରାକୁ
ମହିମା ସ୍ଥାପନ କଲେ ଯେ।
ମାନ ମହତ କୁ ସବୁ ଏଡେଇ
ମଜ୍ବିଗଲେ ପ୍ରେମ ପୀୟୂଷ ପାଇଁ
ମଧୁଝରା ଭକ୍ତି ଭାବକୁ ଧରି
ମାୟା ବିରଚିଲେ ସେ ନରହରି
ମାଖନଲବଣୀ ଖିଆ ସେ
ମିଳନ ବିରହ ମଧୁର ପ୍ରଣୟ
ମାପଦଣ୍ଡେ ତୁଳନା ନୁହେଁ ଯେ।
ମାଧବ ମାଧବୀ ମିଳନ ରୀତି
ମଧୁର ରାସ ରେ ଅମର ପ୍ରିତୀ
ମହତ ଉଦ୍ଦେଶ୍ଯ ମାନସେ ନେଇ
ମଧ୍ଯ ଭୁମି କୁ ଆସିଲେ ଓହ୍ଲାଇ
ମୋକ୍ଷ ପ୍ରଦାନ ର ପାଇଁ ଯେ
ମଦନ ମୋହନ ରାଧା ରାଣୀ ସମ
ପ୍ରେମର ଉପମା ନାହିଁ ଯେ।
ମୁଗ୍ଧ ହୋଇ ସଖି ଚତୁରୀ ଗଣ
ମଧୁପ ପରି ହେଲେ ଗୁଣ ଗୁଣ
ମଣ୍ଡପ ସଜାଇଲେ କୁସୁମ ରେ
ମୟୁର ନାଚେ କି ମେଘ ମହ୍ଲାରେ
ମଧୁର ମିଳନ ପାଇଁ ଯେ
ମୂରଲି ମୋହନ ରାଧିକା ରମଣ
ମିଳନ ର ଗିତୀ ଗାଇ ଯେ।
ମଦନ ଗୋପାଳ ରାଇ କିଶୋରୀ
ମିଳନ ହେତୁ ନର ରୂପ ଧରି
ମନ୍ଦ ବୁଦ୍ଧି ଭାବ କାହୁଁ ବୁଝି ବେ
ମଦନ କରୁଛି ବୋଲି ହେଜିବେ
ମହାନ ବୈଷ୍ଣବ ବାର୍ତ୍ତା ସେ
ମାଟିରୁ ଆକାଶ ସ ସା ଗରା ଧରା
ମଧୁର ଲଗ୍ନରେ ମଗ୍ନ ଯେ।
କବିତା ର ଶୀର୍ଷ କ-(ମଧୁର ମିଳନ ଗୀତିକା)
ଡ. ନଳିନୀ ପ୍ରଭା ଦାସ
ଭଂଜନଗର ଗଂଜାମ।
No comments:
Post a Comment