Wednesday, August 19, 2020

ରାମ ଜନ୍ମଭୂମି

ରାମ ଜନ୍ମଭୂମି
ଅଯୋଧ୍ୟା କୁ ଆଜି ପଚାରିଲି ଯେବେ
    କହିଲା  ସେ ମନ କଥା
ତା ବୁକୁ ତଳର ଅକୁହା କାହାଣୀ
   ଧର୍ମର ବିଦ୍ଵେଷତା ।
ରୋପି ଥିଲା ସିଏ ଭାଇଚାରା ବୃକ୍ଷ
   ଯତ୍ନ କରି ନିଜ ହାତ
ଭାବିଥିଲା କି ସେ ଭାଇ ଭାଇ ମଧ୍ୟେ 
   ବିଦ୍ଵେଷର ରକ୍ତପାତ।
ଛାତିର ନିଗିଡା ପୀୟୂଷରେ ତାର
    ରାମ ରହିମଙ୍କ ରକ୍ର
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
   ଏକ ଈଶ୍ବରଙ୍କ ଭକ୍ତ।
 କିଏ କହୁଅଛି ଶ୍ରୀରାମଙ୍କ ଜୟ
    କାହା ଆଲ୍ଲା ଆକବର
ସର୍ବ ଧର୍ମ ସମନ୍ବୟତା ଭିତରେ
   ଗୋଟିଏ ସେହି ଈଶ୍ବର।

   ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା,, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy